April 25, 2026

ବଟ-ଉସ୍ତ ବିବାହ ଉତ୍ସବରେ ହୋମ, ଅନ୍ନ, ନାମ ଯଜ୍ଞ ଅନୁଷ୍ଠିତ

IMG-20230224-WA0021
Share

 

ବୁଗୁଡା:-ତା-୨୪-୦୨-୨୦୨୩

ନିକଟସ୍ଥ ମଣିବନ୍ଧ-ତାଳସାକର ରାସ୍ତା ନଇବର ନାଳ ନିକଟରେ ତାଳସାକର ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର ବରଗଛ ଓ ଅଶ୍ବତତ୍ ଗଛ ରୋପଣ କରିଥିଲେ ଗଛ ଗୁଡିକ ପ୍ରାପ୍ତ ବୟସ୍କ ହେବାପରେ ଆଜିର ପବିତ୍ର ତିଥିରେ ନାମ ଯଜ୍ଞ, ହୋମଯଜ୍ଞ ଓ ଅନ୍ନ ଯଜ୍ଞ କରି ବ୍ରତ,ଓ ବିବାହ ଉତ୍ସବ ଅନୁଷ୍ଠିତ କରାଇ ଥିଲେ। ଯଜ୍ଞ ଉତ୍ସବରେ ଜଗନ୍ନାଥ ଶତପଥି, ଅନନ୍ତ କର, ବୈଷ୍ଣବ ଚରଣ ଦାସ ପ୍ରମୁଖ ପୂଜା କାର୍ଯ୍ୟ କରିଥିବା ବେଳେ ତାଳସାକର, ମଣିବନ୍ଧ, ବେଠିଆବୋରଦା, ଚାଞ୍ଚରାପଲ୍ଲି ଗ୍ରାମର ନାମ ସଂକିର୍ତ୍ତନ ଦଳ ନାମ ପରିବେଷଣ କରିଥିଲେ। ଅଞ୍ଚଳର ପ୍ରାୟ ପାଞ୍ଚ ହଜାର ଶ୍ରଦ୍ଧାଳୁ ଯୋଗଦେଇ ପ୍ରସାଦ ସେବନ କରିଥିଲେ।।

*********

You may have missed