November 23, 2024

ବିହନ ଓ ସାର ଆତ୍ମ ସାତ କରୁଛନ୍ତି ଆତ୍ମା ବିଭାଗ, ହେଉଛି ଅଭିଯୋଗ।

Share

 

ବୋଲଗଡ଼:୨୪/୦୨(ଉପାନ୍ତ ଓଡିଶା ): ଆତ୍ମ ସାତ କରୁଛନ୍ତି ଆତ୍ମା ବିଭାଗ ଏପରି ଏକ ସଙ୍ଗୀନ ଅଭିଯୋଗ ଆସୁଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ କୃଷି ବିଭଗର। ସୂଚନା ଅନୁଯାଇ ବୋଲଗଡ଼ କୃଷି ବିଭଗ କୃଷକ ମାନଙ୍କ ପାଇଁ ସ୍ଥାଣୁ ପାଲଟି ଯାଇଛି। ଏହି ବିଭାଗଟି ବିଭାଗୀୟ ଅଧିକାରୀ, କର୍ମଚାରୀ ଓ କିଛି ରାଜନୈତିକ ଶ୍ରେଣୀର ବ୍ୟକ୍ତିଙ୍କୁ ନେଇ ଲୁଟିବାରେ ଲାଗି ପଡିଛନ୍ତି। କାର୍ଯ୍ୟରତ କର୍ମଚାରୀ ମାନେ ଏଠି ପ୍ରକୃତ ଚାଷୀ ମାନଙ୍କୁ ସଜେଇଛନ୍ତି ଭକୁଆ। କେନ୍ଦ୍ର ଓ ରାଜ୍ୟ ସରକାର କୃଷକ ମାନଙ୍କ ଉନ୍ନତିକରଣ ଓ ନୂତନ କୌଶଳ ପଦ୍ଧତିରେ ଚାଷ କାର୍ଯ୍ୟ ପାଇଁ ଚାଷୀ ମାନଙ୍କ ନିମନ୍ତେ ବହୁ ଯୋଜନା କରିଛନ୍ତି। ଏହି ସବୁ ଯୋଜନା ପାଇଁ ଚାଷୀଙ୍କୁ ବିହନ, ସାର, କୀଟନାଶକ, ଔଷଧ, ଅତ୍ୟାଧୁନିକ ଯନ୍ତ୍ରପାତି ପ୍ରଭୃତି ବିନା ମୂଲ୍ୟ ଏବଂ ରିହାତି ମୂଲ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତାହାକୁ କିଛି ବିଭାଗୀୟ ଅଧିକାରି ଆତ୍ମସାତ କରିଥିବାର ଅଭିଯୋଗ ହେଉଛି। ଏପରିକି କୃଷକ ମାନଙ୍କୁ ନୂତନ ଜ୍ଞାନ କୌଶଳ ପ୍ରଶିକ୍ଷଣ ନିମନ୍ତେ ବାହାର ରାଜ୍ୟ ଓ ବିଭିନ୍ନ ମେଳାକୁ ନେବାର ବ୍ୟବସ୍ତା ଥିଲେ ମଧ୍ଯ ତାହା କାରାନଯାଇ ସମ୍ପର୍କୀୟ କିଛି ସରପଞ୍ଚ ସମିତିସଭ୍ୟ ଶ୍ରେଣୀର ବ୍ୟକ୍ତିଙ୍କୁ ନେଇ ଭୋଜିଭାତ ମଜାମସ୍ତି କରି ଫେରୁଛନ୍ତି। ଏପରିକି ଚାଷୀ ମାନଙ୍କ ସଚେତନତା ପାଇଁ ଆସୁଥିବା ଅର୍ଥକୁ ମଧ୍ୟ ଅତି ଚତୁରତାର ସହିତ ଲୁଟୁଛନ୍ତି। ଆତ୍ମା ବିଭଗର ଅଧିକାରୀ ଓ କର୍ମଚାରୀ ବହୁ ବର୍ଷ ଧରି ଏହି କାର୍ଯ୍ୟାଳୟରେ ରହିଥିବାରୁ ବହୁ ଆତ୍ମସାତ ହେଉ ଥିବାର ଅଭିଯୋଗ ହେଉଛି। ଏହି ବିଭାଗକୁ ଭିଜିଲାନ୍ସ ତଦନ୍ତ କରିବା ପାଇଁ ଚାଷୀ ମାନେ ଦାବୀ କରିଛନ୍ତି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)