ଆଇନମନ୍ତ୍ରୀଙ୍କୁ ଭେଟିଲେ ଦିଲ୍ଲୀପ ରାୟ, ରାଜ୍ୟସଭା ଯିବା ନେଇ ଚର୍ଚ୍ଚା
ରାଜ୍ୟସଭାକୁ କିଏ ଯିବେ ? କାହାକୁ ବାଛିବ ବିଜେପି ? ଏମିତି ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାରି ଭିତରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦିଲ୍ଲିପ ରାୟ ଆଇନମନ୍ତ୍ରୀଙ୍କୁ ଭେଟିଛନ୍ତି ।
ରାଜ୍ୟସଭାକୁ କିଏ ଯିବେ ? କାହାକୁ ବାଛିବ ବିଜେପି ? ଏମିତି ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାରି ଭିତରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦିଲ୍ଲିପ ରାୟ ଆଇନମନ୍ତ୍ରୀଙ୍କୁ ଭେଟିଛନ୍ତି । ଅଧ ଘଣ୍ଟାରୁ ଅଧିକ ସମୟ ସେ ରହିଥିଲେ । ସେମାନଙ୍କ ଭିତରେ ଆଲୋଚନା କରାଯାଇଥିବାବେଳେ ଚର୍ଚ୍ଚା ହେଉଛି କି, ଚତୁର୍ଥ ଆସନରେ ରାଜ୍ୟସଭାକୁ ଯାଇପାରନ୍ତି ଦିଲ୍ଲୀପ ରାୟ । ମାତ୍ର ସାମ୍ବାଦିକଙ୍କ ଏହି ପ୍ରଶ୍ନରେ କୌଣସି ଉତ୍ତର ରଖିନଥିଲେ ଦିଲ୍ଲୀପ ରାୟ ।
ସେପଟେ ଭେଟଘାଟକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ । ସେ କହିଛନ୍ତି କି, ତାଙ୍କ ସହ ମୋର ପାରିବାରିକ ସମ୍ପର୍କ ।ସେ ସବୁବେଳେ ମୋ ପାଖକୁ ଆସନ୍ତି । ସେ ମୋ ବାପାଙ୍କୁ ଦେଖିଥିବାବେଳେ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । କହି ରଖୁଛୁ କି, ଦୁଇଦିନ ତଳେ ଗଣମାଧ୍ୟମ ଆଗରେ ଆଇନ ମନ୍ତ୍ରୀ କହିଥିଲେ, ଚତୁର୍ଥ ସିଟ ବିଜେପି ହାତକୁ ଯିବ, ଜିତିବାର ରଣ କୌଶଳ ଆମକୁ ଜଣା ଅଛି । ଏହାପରେ ଏହି ଭେଟ ଘାଟ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି..
