September 26, 2026

ରୂପା ଆଣ୍ଡ ଟ୍ରୁପ୍ ର ରୌପ୍ୟଜୟନ୍ତୀ ବ୍ରୋଚର ଉନ୍ମୋଚିତ 

IMG-20250124-WA0091
Share

 

ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ରେ ରୂପା ଆଣ୍ଡ ଟ୍ରୁପ୍ ର ରୌପ୍ୟଜୟନ୍ତୀ ଉନ୍ମୋଚିତ ହୋଇଛି।ଓଡ଼ିଶୀ ନୃତ୍ୟ ସମେତ ପାରଂପରିକ ନୃତ୍ୟ କୁ ସମଗ୍ର ଭାରତବର୍ଷରେ ପ୍ରଚାର ପ୍ରସାର କରିବା ସହ ଶହେରୁ ଉର୍ଦ୍ଧ୍ବ ନୃତ୍ୟଶିଳ୍ପୀ ସୃଷ୍ଟି କରିଥିବା ରୂପା ଆଣ୍ଡ ଟ୍ରୁପ୍ ର ପଚିଶି ବର୍ଷ ଉପଲକ୍ଷେ ଆଜି ବୈଦ୍ୟୁତିକ ଗଣମାଧ୍ୟମ ର ବିଶିଷ୍ଟ ବ୍ୟକ୍ତିତ୍ୱ ଶ୍ୟାମାପ୍ରସାଦ ମିଶ୍ରଙ୍କ ସଂପାଦନା ରେ ଏକ ରଂଗୀନ ବ୍ରୋଚର ଉନ୍ମୋଚନ ହୋଇଛି। ଆସନ୍ତା ସତେଇଶି ରୁ ଅଣତିରିଶି ପର୍ଯ୍ୟନ୍ତ ଶରଧାବାଲି ରେ ଅନୁଷ୍ଠିତ ହେବାକୁ ଥିବା,ଏହି ଉତ୍ସବ ଉପଲକ୍ଷେ ସଭାପତି ଲକ୍ଷ୍ମୀଧର ପୂଜାପଣ୍ଡା,ସଂପାଦିକା ରୂପଲତା ମହାନ୍ତି, ନୃତ୍ୟଗୁରୁ ଜ୍ୟୋତି ମହାପାତ୍ର,ପ୍ରାକ୍ତନ ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ ସାମନ୍ତରାୟ, ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ସଦସ୍ୟ ବଦ୍ରି ମିଶ୍ର, ମିଡ଼ିଆ ଅଧ୍ୟକ୍ଷ ମଧୁସୂଦନ ମିଶ୍ର, ବିଶିଷ୍ଟ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର,ଉତ୍ସବ କମିଟି ଅଧ୍ୟକ୍ଷ ଶ୍ରୀକଣ୍ଠ ମିଶ୍ର,ସଂଗଠକ ଚକ୍ରଧର ମହାପାତ୍ର ଓ ଶ୍ୟାମପ୍ରକାଶ ସେନାପତି,ଅଭିନେତା ବୀରେନ୍ଦ୍ର ଗୋଛିକାର, ଶିବ ନାରାୟଣ ପୂଜାପଣ୍ଡା, ବିଶ୍ଵନାଥ ମିଶ୍ର,ଗୋରୀ ବାରିକ୍,ମଧୁସୂଦନ ପୂଜାପଣ୍ଡା, ରାମକୃଷ୍ଣ ମହାପାତ୍ର, ନାଟ୍ୟକାର ଗଣେଶ୍ଵର ମହାପାତ୍ର, ଲକ୍ଷ୍ମୀନାରାୟଣ ଦେଓ, ବିରଞ୍ଚି ଜଗଦେବରାୟ,ନାରାୟଣ ବାରିକ,ଭରତ ନାୟକ, ଆର୍ତ୍ତତ୍ରାଣ ରଥ,ହରିହର ଦାସ, ସିଦ୍ଧାର୍ଥ ରାୟ ପ୍ରମୁଖ ମିଳିତ ଭାବେ ଉନ୍ମୋଚନ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed