ଉମରକୋଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ…….
ଉରକୋଟ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥି ନିମନ୍ତେ ଆୟୋଜିତ ସଭାରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଅସୀମ କୁମାର ବିଶ୍ୱାସ। ମୂଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସୁଶୀଳା ଯୋଧାର, ସମ୍ମାନିତ ଅତିଥି ଭାବେ ମୋ ସ୍କୁଲ କମିଟି ର ସଭାପତି ତଥା ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ନମିତା ମହାପାତ୍ର , ମୁଖ୍ୟ ବକ୍ତା ଭାବେ ବକୋଦା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ନରେଶ ଚନ୍ଦ୍ର ପଟ୍ଟନାୟକ , ସମ୍ମାନିତ ଅତିଥି ଭାବେ କାଉନସିଲ ର ଶ୍ରୀମତୀ ସରୋଜିନୀ ଶବର ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ମଞ୍ଚ ପରିଚାଳନା କରୁଥିଲେ ଶିକ୍ଷୟତ୍ରୀ ଶ୍ରୀମତୀ ସସ୍ମିତା ରାଉତ । ଛାତ୍ରୀ ମାନଙ୍କ ଦ୍ଵାରା ଲିଖିତ ମୋ କଥା ଓ ମୋ କାହାଣୀ ପୁସ୍ତକ ଅତିଥି ମାନଙ୍କ ଦ୍ଵାରା ଉନମୋଚନ କରାଯାଇଥିଲା। ଏହି ସଭା ରେ ଛାତ୍ରୀ ମାନଙ୍କ ଦ୍ଵାରା କବିତା ପାଠ ସହ ବିଭିନ୍ନ ପୁସ୍ତକ ର ସମୀକ୍ଷା କରାଯାଇଥିଲା। ଏହି ସଭାରେ ସାହିତ୍ୟ ସୃଜନୀ କ୍ଲବ କୁ ଶ୍ରେଷ୍ଠ କ୍ଲବ୍ ର ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ କୁ ଶିକ୍ଷୟତ୍ରୀ କାଞ୍ଚନ ବଳା ଚାନ୍ଦ, ଶ୍ରଦ୍ଧାଞ୍ଜଳି ସାହି, ନମିତା ପଣ୍ଡା, ମାଧୁରୀ ବିଶୋଇ, ନବୀନ ବିଶ୍ୱାସ, ନମିତା ପୂଜାରୀ, ସ୍ଵର୍ଣ୍ଣ ପ୍ରଭା ସ୍ୱାଇଁ, ରାଧା ଗୋବିନ୍ଦ ପରିଡ଼ା , ପ୍ରଦୀପ ବିଶ୍ୱାସ, ସତ୍ୟ ରଞ୍ଜନ ମାଝୀ, ଶୁଭେଛା ମୟୀ ବାରିକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସସ୍ମିତା ରାଉତ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)