May 19, 2024

ମହିଳା ମହାବିଦ୍ୟାଳୟ ଠାରେ ଜାତୀୟ କନ୍ୟା ଦିବସ ପାଳିତ

Share

ମହିଳା ମହାବିଦ୍ୟାଳୟ ଠାରେ ଜାତୀୟ କନ୍ୟା ଦିବସ ପାଳିତ । ଆଜି ତା 24.1.2023 ରିଖରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ,ଗଜପତି ତରଫରୁ ମହିଳା ମହାବିଦ୍ୟାଳୟ ର 200ରୁ ଉର୍ଦ୍ଧ ଛାତ୍ରୀଙ୍କୁ ନେଇ ଜାତୀୟ କନ୍ୟା ଦିବସ ପାଳନ ହୋଇଯାଇଛି ।ଏହି ଅବସରରେ ଗଜପତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଙ୍ଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଅରବିକ ଦେବି ଓ ଶିଶୁ ସୁରକ୍ଷା ୟୁନିଟ ର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତିପାଠୀ ପ୍ରମୂଖ ଯୋଗଦେଇଥିଲେ।ସର୍ବ ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ବେଟି ବଚାଅ ବେଟି ପଢାଅ ବାଲ୍ୟ ବିବାହ ବଂଦ କରିବା ଭୃଣ ହତ୍ୟା ବଂଦ କରିବା ଦିଗରେ ଆଲୋଚନା କରି ସଚେତନ କରାଇଥିଲେ । ସେହିପରି ମହାବିଦ୍ୟାଳୟ ର ଅଧ୍ୟକ୍ଷା ଜାତୀୟ କନ୍ୟା ଦିବସ ପାଳନ ର ଉଦ୍ଦେଶ୍ୟ ବିଷୟରେ ଧାରଣା ଦେଇଥିଲେ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ପିତୃ ମାତୃ ହୀନ ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାର ଙ୍କ ବିଭିନ୍ନ ଯୋଜନା ଯଥା ଗ୍ରିନ ପାସେଜ, ପୃଷ୍ଠ ପୋଷକ ଯୋଜନା ବିଷୟରେ ଆଲୋଚନା କରିଥିଲେ ଓ ଶିଶୁ ଅଧିକାର ଉପରେ ବୁଝାଇଥିଲେ। ଆଜିକାର କାର୍ଯ୍ୟକ୍ରମ ରେ ମୁଖ୍ୟ ଆକର୍ଷଣ ଥିଲା ସମସ୍ତ ଛାତ୍ରୀଙ୍କ ଉଦଶିୟରେ କେକ କାଟି କନ୍ୟା ଦିବସ ପାଳନ କରାଯାଇଥିଲା ଓ ସମସ୍ତ ଛାତ୍ରୀ ଙ୍କୁ ମିଠା ବଂଟନ କରାଯାଇଥିଲା । ଏହି ଅବସରରେ ପୂର୍ବରୁ ବିଭିନ୍ନ ସ୍କୁଲ ଓ ମହାବିଦ୍ୟାଳୟ ରେ ହୋଇଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଯଥା ଅରଚନା ବଡରଇତ , ଜୁଲି ସିଂ ରିବିକା ରଇତ , ପୁଷ୍ପାଞ୍ଜଳୀ ସେଠି ଓ ଲିସାରାଣି ପାଢୀ ଙ୍କୁ ଅତିରିକ୍ତ ଜିଲ୍ଲାପାଳ ପ୍ରମାଣପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ ।