November 22, 2024

ବିଦ୍ୟାଳୟରେ ଅନୁଷ୍ଠିତ ହେଲା ବିଜ୍ଞାନ ମେଳା 

Share

 

 

ବାଲେଶ୍ଵର,୨୩/୦୧/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଓ ଖଇରା ପଞ୍ଚାୟତ ଅଧିନ ଆଳଦା ଗ୍ରାମରେ ଥିବା ଆଦର୍ଶ ଶିକ୍ଷା ମନ୍ଦିର, ଖଇରା ପରିସରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ମାଳତୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରି ପିଲାମାନଙ୍କ ଦ୍ବାରା ପ୍ରଦର୍ଶିତ ସମସ୍ତ ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ ଏବଂ ସେମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ବିଦ୍ୟାଳୟର ୫୫ଜଣ ଛାତ୍ରଛାତ୍ରୀଙ୍କ ଦ୍ବାରା ମୋଟ ୫୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ପିଲାମାନଙ୍କ ସ୍ବନିର୍ମିତ ପ୍ରକଳ୍ପକୁ ମୂଲ୍ଯାୟନ କରିବା ପାଇଁ ବିଚାରକ ଭାବେ ସୁନ୍ଦରପୁର ହାଇସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ସବିତା ବାରିକ ଓ ନହଙ୍ଗ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଭବେଶ ଚନ୍ଦ୍ର ଦେହୁରୀ ଯୋଗ ଦେଇଥିଲେ । ଉକ୍ତ ମେଳାରେ ବହୁ ସଂଖ୍ଯକ ଅଭିଭାବକ ଓ ଅଭିଭାବିକା ମାନେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଭାତ କୁମାର ଜେନା ଓ ପ୍ରଧାନ ଶିକ୍ଷକ ମଣିକିଙ୍କର ଜେନାଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଏହି ମେଳା ଦ୍ବାରା ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ଭାବେ ରହିଥିବା ବୈଜ୍ଞାନିକ କଳାକୁ ଲୋକଲୋଚନକୁ ଆଣିବା ନିମନ୍ତେ ପ୍ରତ୍ୟେକ ବର୍ଷ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ ବୋଲି ବିଦ୍ୟାଳୟ ପ୍ରକାଶ କରିଛି । ଏହା ଏକ ଅତ୍ୟନ୍ତ ସୁନ୍ଦର ଓ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ବୋଲି ଦେଖଣାହାରୀ ମାନେ କହିବା ସହିତ ସମସ୍ତ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ । ପରେ ଫଳାଫଳ ପ୍ରକାଶ ହେବ ବୋଲି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ପ୍ରଧାନ ଶିକ୍ଷକ ଶ୍ରୀ ଜେନା ,,,

 

ବାଲେଶ୍ଵର ଜିଲ୍ଲାରୁ ଦେବାଶିଷ ଦାଶ୍ କ୍କ ରିପୋର୍ଟ,,,