ତିର୍ତୋଲ କଲେଜ ଭୂତତ୍ତ୍ୱ ବିଜ୍ଞାନ ଆଲୁମିନି ଆସୋସିଏସନର ବାର୍ଷିକ ଉତ୍ସବ
ତିର୍ତୋଲ -୨୩/୧୨-୨୫
ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
ତିର୍ତୋଲ ଆଦିକବି ସାରଳା ଦାସ ମହାବିଦ୍ୟାଳୟର ଭୂତତ୍ତ୍ୱ ବିଜ୍ଞାନ ବିଭାଗ ଆଲୁମିନି ଆସୋସିଏସନର ବାର୍ଷିକ ଉତ୍ସବ ସଭାପତି ବିମଳ କାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ସୁପ୍ରିୟା ସ୍ୱାଇଁ, ଜେନେରାଲ୍ ମ୍ୟାନେଜର (HR & IR), ଆର୍ସେଲର୍ ମିତଲ୍ ନିପ୍ପୋନ୍ ଇଣ୍ଡିଆ ଲିମିଟେଡ଼ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମଦନ ମୋହନ ମହାନ୍ତ, ସମ୍ମାନିତ ଅତିଥି ଭାବେ ଆସୋସିଏସନର ଉପଦେଷ୍ଟା ଲୋକନାଥ ଓଝା, ବରିଷ୍ଠ ସଭ୍ୟ ବିଶ୍ୱଜିତ କାନୁନଗୋ ଓ ଡ଼. ଅଶୋକ କୁମାର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଭୂତତ୍ତ୍ୱ ବିଜ୍ଞାନ ବିଷୟର ଗୁରୁତ୍ୱ, ଉଚ୍ଚଶିକ୍ଷା, ଗବେଷଣା ଓ ଭବିଷ୍ୟତ କାର୍ଯ୍ୟସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ । ସଂଗଠନ ସମ୍ପାଦକ ପବିତ୍ର ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ନିହାର ପ୍ରସାଦ ରଥ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଶୁଭେନ୍ଦୁ ରାୟ, ଅଧ୍ୟାପିକା ସୋୟମ ଶିଖା ଦାସ ଓ ବରିଷ୍ଠ କର୍ମଚାରୀ ପ୍ରହରାଜ ମହାପାତ୍ରଙ୍କ ସକ୍ରିୟ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ସୁସଂଗଠିତ ଭାବେ ଅନୁଷ୍ଠିତ ହୋଇଥିଲା । ଉପସଭାପତି ସାଇଦତ୍ତ ଦାସ, ଯୁଗ୍ମ ସମ୍ପାଦକ କମଳଜ୍ୟୋତି ଦାସ ସହ ପୁରାତନ ଛାତ୍ର ବିଶ୍ୱଜିତ ଦାସ, ଗଣେଶ ମୁଦୁଲି, ସୁବ୍ରତ ସୁନ୍ଦରରାୟ, ପ୍ରତାପ ଦାସ, ଦୀପ୍ତି ନନ୍ଦ ଏବଂ ବର୍ତ୍ତମାନର ଛାତ୍ରଛାତ୍ରୀ ଉପସ୍ଥିତ ରହି ସେମାନଙ୍କ ମତାମତ ରଖିଥିଲେ। ଅଧ୍ୟାପକ, ଛାତ୍ରଛାତ୍ରୀ ଓ ଅତିଥିମାନଙ୍କ ଉପସ୍ଥିତିରେ ଉତ୍ସବ ଆନନ୍ଦମୟ ହୋଇଥିଲା । ପ୍ରାରମ୍ଭରେ ଦିବଂଗତ ସଭ୍ୟ ସୁଶାନ୍ତ ସାମଲଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ମେଧାବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ବିଭାଗୀୟ ବରିଷ୍ଠ କର୍ମଚାରୀ ଖଗେଶ୍ୱର ମହାରଣାଙ୍କୁ ସମ୍ବର୍ଦ୍ଧନା ଜଣାଯାଇଥିଲା, ତାଙ୍କ ଅନୁପସ୍ଥିତିରେ ବିଭାଗୀୟ କର୍ମଚାରୀମାନେ ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ। ଶେଷରେ ବିଭାଗୀୟ ଅଧ୍ୟାପିକା ତାରେଣୀପ୍ରଭା ରାଉତରାୟ ଧନ୍ୟବାଦ ଜ୍ଞାପନ କରିଥିଲେ ।
