April 24, 2026

ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ବୈଠକ !!  *୨୦୧୮ରୁ ଏପର୍ଯ୍ୟନ୍ତ ନିଯୁକ୍ତ ଅଧ୍ୟାପକ-କର୍ମଚାରୀଙ୍କୁ ଅନୁଦାନ ଦାବି* 

IMG-20251223-WA0054
Share

ତିର୍ତ୍ତୋଲ::- ରାଜ୍ୟର ବେସରକାରୀ ଅନୁଦାନ ଓ ଅଣଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଗୁଡ଼ିକରେ ପରିଚାଳନା କମିଟି ଦ୍ୱାରା ୨୦୧୮ରୁ ଏପର୍ଯ୍ୟନ୍ତ ନିଯୁକ୍ତ ସମସ୍ତ ଅଧ୍ୟାପକ, କର୍ମଚାରୀଙ୍କୁ ତୁରନ୍ତ ସରକାରୀ ଅନୁଦାନ ପରିସରଭୁକ୍ତ କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ବହୁ ମନ୍ତ୍ରୀ, ବିଧାୟକ ଏବଂ ବିଭାଗୀୟ ଅଧିକାରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରାଯାଇ ଥିବାବେଳେ ଏପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ସ୍ବଳ୍ପ ପାରିଶ୍ରମିକରେ ମହାବିଦ୍ୟାଳୟଗୁଡ଼ିକରେ ବହୁ ଅଧ୍ୟାପକ ଓ କର୍ମଚାରୀ ଦାୟିତ୍ବ ନିର୍ବାହ କରୁଥିବାବେ​‌ଳେ ସରକାର ସେମାନଙ୍କୁ ଅନୁଦାନ ପରିସରଭୁକ୍ତ କରିବାକୁ ନିଖିଳ ଓଡ଼ିଶା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ନିବେଦନ କରାଯାଇଛି। ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଠାରେ ରବିବାର ସଂଘ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ନିତିଶ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଅନ୍ତର୍ଗତ ସମସ୍ତ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀ ଯୋଗଦେଇ ସଂଘର ଏକମାତ୍ର ଦାବି ହାସଲ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ଆଗାମୀ ରଣନୀତି ଏବଂ ଜିଲ୍ଲାରେ ସଂଘକୁ ଆହୁରି ସୁଦୃଢ଼ କରିବା ସମ୍ପର୍କରେ ଚର୍ଚ୍ଚା କରାଯାଇଥିଲା। ସଭାରେ ଅନ୍ୟମାନଙ୍କ ମଧ୍ୟରେ ସ୍ବପ୍ନାରାଣୀ ବୈଶାଖ, ପ୍ରବାସିନୀ ରାଉତ, ପ୍ରଜ୍ଞା ପ୍ରିୟଦର୍ଶିନୀ ନାୟକ, ସୁପ୍ରିୟା ରାଉତ, ରାଜଶ୍ରୀ ମହାପାତ୍ର, ସୁବ୍ରତ କୁମାର ଶର୍ମା, ଆନନ୍ଦ ଚନ୍ଦ୍ର ସ୍ବାଇଁ, ନିତ୍ୟସୁନ୍ଦର ସ୍ବାଇଁ, ବିନୋଦ କୁମାର ଦାସ,ଦିପ୍ତୀରଞ୍ଜନ ମହାନ୍ତି, ମୁନୁ, ଜ୍ୟୋତିରଞ୍ଜନ ମହାପାତ୍ର, ସନ୍ଦୀପ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସଂଘର ସଭାପତି ସୁବ୍ରତ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

You may have missed