ଜାତୀୟ ନାଟ୍ୟ ଉତ୍ସବ-୨O୨୫ ପାଳନ
ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲାର ଗର୍ବ, ଗୌରବ ଏବଂ ଓଡିଶାର ସୁପ୍ରସିଦ୍ଧ ସାହିତ୍ୟିକ, ନାଟ୍ୟକାର ତଥା ଓଡ଼ିଆ ସିନେମା ଗୁଡିକର ଲେଖକ, ନିର୍ଦେଶକ ଓ ନିର୍ମାତା ଭାବରେ ସୁପରିଚିତ ତଥା ନାଟ୍ୟକଳା ଓ ରଙ୍ଗମଞ୍ଚ ପ୍ରତି ସମର୍ପଣ ଭାବ ଯୋଗୁଁ ‘ନାଟ୍ୟରଶ୍ମି’ ଉପାଧିରେ ସମ୍ମାନିତ ହୋଇଥିବା,ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥଙ୍କ ସ୍ମୃତିରେ ପ୍ରତିବର୍ଷ “ସ୍ମାରକି ନା ଟ୍ୟ ଅନୁଷ୍ଠାନ, ଭବାନୀପାଟଣା” ଦ୍ୱାରା ଜାତୀୟ ନାଟ୍ୟ ଉତ୍ସବ ଅନୁଷ୍ଠିତ ହୋଇଥାଏ। ପ୍ରତି ବର୍ଷ ପରି, ଏବର୍ଷ ମଧ୍ୟ “ସ୍ମାରକି ନାଟ୍ୟ ଅନୁଷ୍ଠାନ” ତରଫରୁ ୮ମ ଜାତୀୟ ନାଟ୍ୟ ଉତ୍ସବ-୨O୨୫ ପାଳନ କରାଯାଉଛି। ଏଥିରେ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ନାଟ୍ୟ ସଂସ୍ଥା ଦ୍ୱାରା ନାଟକ ଗୁଡିକ ପ୍ରଦର୍ଶିତ କରିବାର କାର୍ଯ୍ୟକ୍ରମ ଅଛି। ଗତ କାଲି ସଂଧ୍ୟାରୁ ଆରମ୍ଭ ହୋଇଥିବା ଏହି ନାଟ୍ୟ ଉତ୍ସବ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ପ୍ରଥମ ସନ୍ଧ୍ୟାରେ “ସ୍ମାରକି ନାଟ୍ୟ ସଂସ୍ଥା, ଭବାନୀପାଟଣା” ତରଫରୁ ଶ୍ରୀ ମନୋଜ ରଥ ଓ ଶ୍ରୀ ପ୍ରବୋଧ ରଥଙ୍କ ନିର୍ଦେଶନାରେ ନାଟକ “ଅବାଞ୍ଚିତ କୁରୁକ୍ଷେତ୍ର” ପ୍ରଦର୍ଶିତ କରାଯାଇଥିଲା ଏବଂ ଉପସ୍ଥିତ ଅତିଥି, କଳାକାର ଓ ଦର୍ଶକଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା। ସେହିପରି ଆଜି ସମ୍ବଲପୁରର, “ଶ୍ରୀ କଲଚରାଲ ଏସୋସିଏସନ” ଦ୍ୱାରା ନାଟକ “ସାଧନା” ପ୍ରଦର୍ଶିତ କରାଯିବାକୁ ଥିବାବେଳେ, ଆସନ୍ତାକାଲି ଜାମସେଦପୁରର ନାଟ୍ୟ ସଂସ୍ଥା “ପଥ” ଦ୍ୱାରା ନାଟକ “ସନ୍ଧ୍ୟା ଛାୟା”(ହିନ୍ଦୀ), ୨୫ ତାରିଖରେ କଲିକତାର “ଲିଟିଲ ଥେପସିଏନ” ଦ୍ୱାରା ନାଟକ “ପତଝଡ଼”(ହିନ୍ଦୀ) ଏବଂ ୨୬ ତାରିଖରେ କଲିକତାର “ନୟା ବାବଡ଼ିଦାସ” ନାଟ୍ୟ ସଂସ୍ଥା ଦ୍ୱାରା ନା ଟକ “ଆପନ କେ ତେ୍ୟୋ”(ବଙ୍ଗଳା) ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
