March 7, 2026

(ଗଜପତି):- ଚାଷୀ ସମସ୍ୟା ଉପରେ ଗଜପତି ଜିଲ୍ଲା କଂଗ୍ରେସ ର ଜିଲ୍ଲାପାଳ’ଙ୍କୁ ଦାବି ପତ୍ର ପ୍ରଦାନ ।

IMG-20251223-WA0030
Share

 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ବିରାଟ ପଟୁଆରରେ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀ ଦାସରଥି ଗମାଙ୍ଗ’ଙ୍କ ନେତୃତ୍ବରେ ବାହାରି ଗଜପତି ଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ ।

ସେଠାରେ ଜିଲ୍ଲା କଂଗ୍ରେସର ଶତାଧିକ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାରଳାଖେମୁଣ୍ଡି ମୂଖ୍ୟ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯାହା କି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତ ଚରଣ ଦାସ’ଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ’ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ , ଚାଷୀ ମାନଙ୍କୁ ସରକାର ଯେଉଁ ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି , ସେ ବିଷୟରେ କଂଗ୍ରେସ ପକ୍ଷରୁ ହେଉଥିବା ଦୃଢ଼ଦାବୀ’କୁ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର(ଦାବିପତ୍ର) ଜିଲ୍ଲାପାଳ’ଙ୍କ ଜରିଆରେ ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡାଙ୍କୁ ପ୍ରଦାନ କରାଯାଇଛି ।

ଏହି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ ,(୧):-କଟଣି ଛଟଣୀ ବନ୍ଦ କରାଯାଉ (୨):- ଅଖା ର ଟଙ୍କା ଦିଆଯାଉ (୩):- ଚାଷୀଙ୍କ ଧାନ , ମଣ୍ଡିକୁ ନେବା ପର୍ଯ୍ୟନ୍ତ ଚାଷୀଙ୍କ ଖର୍ଚ୍ଚ ସରକାର ବହନ କରନ୍ତୁ ।(୪):-ଚାଷୀଙ୍କ’ର ଧାନର ମାନ ନିର୍ଦ୍ଧାରଣ ମଣ୍ଡିରେ ହିଁ କରାଯାଉ ଏବଂ ଏହା ମିଲରଙ୍କ ହାତରେ ଟେକି ନ ଦିଆଯାଉ ଏବଂ ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କ ଜମା ଖାତା କୁ ପଇସା ଆସିବା ଆବଶ୍ୟକ (୫):- ସମବାୟ ସମିତି ମାଧ୍ୟମରେ ଚାଷୀ ଙ୍କ ଘର’କୁ ଯାଇ ଧାନ କିଣାଯାଉ (୬):- ଚାଷୀ ଙ୍କ ଆନୁସଙ୍ଗିକ ବ୍ୟବସ୍ତା କରାଯାଉ (୭):-ପିଇବା ପାଣି ଓ ଶୌଚାଳୟ ର ବ୍ୟବସ୍ତା କରାଯାଉ (୮):- କେନ୍ଦ୍ର ସରକାର ବଢ଼ାଇଥିବା ୬୯ ଟଙ୍କା ଙ୍କୁ ତୁରନ୍ତ ୩୦୦ ଟଙ୍କା କୁ ବୃଦ୍ଧି କରାଯାଉ , ଯେମିତି କି , (ବିଧାୟକ ଙ୍କ ଦରମା ବୃଦ୍ଧି ଅନୁଯାୟୀ) ।

ଏହି ସମସ୍ତ ବିଷୟ ଆଲୋଚନା କରି ଚାଷୀ’ଙ୍କ ଅଭିଯୋଗ କୁ ସରକାର ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପଦକ୍ଷପ ନେବା ପାଇଁ ଅନୁରୋଧ କରୁଛୁ । ଯଦି କୌଣସି କ୍ରମେ ଏ ଦିଗରେ ବିହିଟ ପଦକ୍ଷେପ କରା ନ ଗଲେ ଏହା ବିରୋଧରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଦୃଢ଼ ପ୍ରତିବାଦ କରି ଆମେ ରାଜା ରାସ୍ତା କୁ ଓହ୍ଲାଇବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଥିବା ସ୍ମାରକପତ୍ରରେ ଦର୍ଶାଯାଇଛି ।

ଆଜି’ର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ’ରେ ଗଜପତି ଚାଷୀ ୟୁନିୟନ ର ସଭାପତି , ଆଇନଜୀବୀ ଶ୍ରୀ ଅଶୋକ ଅଧିକାରୀ , ଗଜପତି ଏସ:ସି: ସେଲ ସଭାପତି ଶ୍ରୀ ଏସ: ପାପାରାଓ , ଗୋଷାଣୀ ବ୍ଲକର ଶ୍ରୀ ବାଲକ୍ରଷ୍ଣା , ନୂଆଗଡ ବ୍ଲକର ଶ୍ରୀ ପୁରୁଷୋତ୍ତମ ପାଣିଗ୍ରାହୀ , ଗୁମ୍ମା ବ୍ଲକର ଶ୍ରୀ ମୀନ ମଣ୍ଡଳ ଓ ଶ୍ରୀ ଲଳିତ ମୋହନ ଦଣ୍ଡସେନା , ପାରଳାଖେମୁଣ୍ଡିର ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର , ନଗର କଂଗ୍ରେସ ସଭାପତି ଶ୍ରୀ ବସନ୍ତ କୁମାର ପଣ୍ଡା , ଶ୍ରୀ ଈଶ୍ୱର ମାଝୀ , ଶ୍ରୀ ବିଷ୍ଣୁ ପାଢ଼ୀ , ଶ୍ରୀ ଲବ ସାହୁଙ୍କ ସମେତ ଯୁବ କଂଗ୍ରେସ , ଛାତ୍ର କଂଗ୍ରେସ , ମହିଳା କଂଗ୍ରେସ ଏବଂ ସମସ୍ତ ଆଗ ଧାଡିର ନେତା ଓ କର୍ମୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————