March 8, 2026

ବ୍ରହ୍ମାକୁମାରୀ ଈଶ୍ୱରୀୟ ରାଜ ଯୋଗ ସାଧନା କେନ୍ଦ୍ର ପୁରୀ ର 20ତମ ବାର୍ଷିକ ଉତ୍ସବ ପାଳିତ ..

IMG-20251223-WA0029
Share

 

 

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ପୁରୀ ର ବଳିଆପଣ୍ଡା ସ୍ଥିତ ରାଜଯୋଗ ସାଧନା କେନ୍ଦ୍ର ର 20ତମ ବାର୍ଷିକ ଉତ୍ସବ ଏକ ପବିତ୍ର ବାତାବରଣ ରେ ପାଳିତ ହୋଇ ଯାଇଅଛି । ସାଧନା କେନ୍ଦ୍ର ର ଓମ୍ ଶାନ୍ତି ଅଡିଟୋରିୟରେ ଆୟୋଜିତ ଆଲୋଚନା ଚକ୍ର ରେ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ବ୍ରହ୍ମାକୁମାରୀ ସେଣ୍ଟ ପିଟରସବର୍ଗ ଋଷିଆ ଶାଖା ର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମା କୁମାରୀ ସନ୍ତୋଷ ଦିଦି କହିଲେ ଯେ କୌଣସି କର୍ମ ଆରମ୍ଭ କରିବା ପୂର୍ବରୁ ଆତ୍ମ ସ୍ମୃତି ରେ ସ୍ଥିତ ହୋଇ କାର୍ଯ୍ୟ ସମ୍ପାଦନ କଲେ ସେ କର୍ମ ବିକର୍ମ ହୁଏ ନାହିଁ।

ମାନବ ଆତ୍ମା ର ତୃତୀୟ ନେତ୍ର ବା ବୁଦ୍ଧି ନେତ୍ର ଖୋଲିବାରେ ଈଶ୍ୱରୀୟ ଜ୍ଞାନ ପ୍ରମୁଖ ଭୂମିକା ଗ୍ରହଣ କରେ । ବିଶ୍ୱାସ ଓ ପ୍ରଭୁ ନିଶ୍ଚୟ ଦୃଢ଼ିଭୁତ ହୁଏ ଯାହା ଋଷିଆ ଦେଶ ର ଅଧିବାସୀ ମାନଙ୍କ ପକ୍ଷ ରେ ଦେଖିବାକୁ ମିଳେ ।

ଭିନ୍ନ ସଂସ୍କୃତି ଓ ଜୀବନ ଶୈଳୀ ହେଲେ ମଧ୍ୟ ଆତ୍ମ ଅନୁଭୂତି ଦ୍ଵାରା ସେମାନେ ନିଶା ଦ୍ରବ୍ୟ ସେବନ ରୁ ବିରତ ରହି ସମ୍ପୂର୍ଣ ସାତ୍ତ୍ୱିକ ଜୀବନ ଯାପନ କରୁଛନ୍ତି ।

ଆଧ୍ୟାତ୍ମିକତା ଓ ଦୈବୀ ସଂସ୍କୃତି ପ୍ରତି ତାଙ୍କର ରୁଚି ବଢ଼ି ବଢ଼ି ଚାଲିଛି ଯାହା ସମସ୍ତଙ୍କ ପାଇଁ ଅନୁକରଣୀୟ।

ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପୁରୀ ଜଗନ୍ନାଥ ସଂସ୍କୃତ ବିଶ୍ଵ ବିଦ୍ୟାଳୟ ର ପ୍ରାକ୍ତନ vice chancellor ପ୍ରଫେସର ହରିହର ହୋତା କହିଲେ ଯେ ଆତ୍ମା ଏକ ସଡ ତାତ୍ତ୍ୱିକ ଅଜର ଅମର ଅବିନାଶୀ ଚୈତନ୍ୟ ସତ୍ତା । ତାକୁ ସଶକ୍ତ କରିବା ପାଇଁ ପରମାତ୍ମା ପରମେଶ୍ବର ଙ୍କ ସହ ସମର୍ପଣ ଭାବ ର ସ୍ମୃତି ଦରକାର ଯାହା ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ର ଦର୍ଶନ ଶିକ୍ଷା ଦିଏ ।ଏହି ଉତ୍ସବ ରେ ସମ୍ମାନୀୟ ଅତିଥି ରୂପେ ପୁରୀ ଭାଗବତ ଆଶ୍ରମ ର ଅଧ୍ୟକ୍ଷ ବାବା ବ୍ରଜବନ୍ଧୁ ଦାସ ମହାରାଜ କହିଲେ ଯେ ଅନେକ ଜନ୍ମ ର ତପସ୍ୟା ବଳ ରେ ଆମକୁ ମାନବ ଶରୀର ପ୍ରାପ୍ତ ହୋଇଛି ଯାହା ପାଇଁ ପ୍ରଭୁ ପରମେଶ୍ବର ଙ୍କୁ କୃତଜ୍ଞତା ପୂର୍ବକ ଧନ୍ୟବାଦ୍ ଦେଇ ଅବଶିଷ୍ଟ ଜୀବନ ନିଃସ୍ଵାର୍ଥପର ,ନିର୍ବିକାର ଓ ପରୋପକାର ରେ ବ୍ୟତୀତ କରିବା ପାଇଁ ଦୃଢ଼ ପ୍ରତିଜ୍ଞା କରିବା ଉଚିତ୍।

ସାଧନା କେନ୍ଦ୍ର ର ନିର୍ଦ୍ଦେଶିକା ରାଜ ଯୋଗିନୀ ବ୍ରହ୍ମା କୁମାରୀ ଡକ୍ଟର ନିରୁପମା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଆଲୋଚନା ଚକ୍ର ରେ ବ୍ରହ୍ମାକୁମାର ଡକ୍ଟର ସତ୍ୟାନନ୍ଦ ମଞ୍ଚ ପରିଚାଳନା କରିଥିଲେ ।

ପାଟନା ସେବାକେନ୍ଦ୍ର ର ସଞ୍ଚାଳିକା ରାଜ ଯୋଗ ର ସୁଖଦ ଅନୁଭୂତି କରାଇଥିଲେ ।

ପ୍ରାରମ୍ଭ ରେ ବ୍ରହ୍ମାକୁମାରୀ ଭଉଣୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ