March 8, 2026

ସାତଦିନ ଧରି ଚାଲିଛି ଶ୍ରୀମଦ ଭାଗବତ ପାଠ ଚର୍ଚ୍ଚା

IMG-20251223-WA0019
Share

ପୁରୀ ବଡଦାଣ୍ଡ ସ୍ଥିତ ବଗଲା ଧର୍ମଶାଳା ଠାରେ ଗୁଜୁରାଟୀ ସମ୍ପ୍ରଦାୟ ର ଶ୍ରୀ କୁଥା ଗୁର୍ଜାର କ୍ଷେତ୍ରୀୟ ସମାଜ ପକ୍ଷରୁ ସାତଦିନ ଧରି ଶ୍ରୀମଦ ଭାଗବତ ପାଠ ଚର୍ଚ୍ଚା ସହିତ ଶ୍ରୀରାମ ଜନ୍ମଲୀଳା, ଶ୍ରୀକୃଷ୍ଣ ଜନ୍ମଲୀଳା ସହିତ ସାରା ଭାରତ ବର୍ଷରେ ଥିବା ଅବିବାହିତ ଯୁବକ ଯୁବତୀ ମାନଙ୍କ ବିବାହ ପାଇଁ ଏହି କାର୍ଯ୍ୟକ୍ରମ ରେ ଯୁବକ ଯୁବତୀ ଯିଏ ଯାହାକୁ ପସନ୍ଦ କରିବାପରେ ଏହିଠାରେ ନିର୍ବନ୍ଧ ସମ୍ପନ୍ନ ହୋଇଥାଏ ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ପକ୍ଷରୁ ମହାଡ଼ମ୍ବରରେ ପାଳନ କରାଯାଇଥାଏ l ଏହି ଉତ୍ସବ କୁ ଆସିଥିବା ସାରା ଭାରତର ଗୁଜୁରାଟୀ ସମ୍ପ୍ରଦାୟ ର ସମସ୍ତ ପରିବାର ର ସଦସ୍ୟ ସଦସ୍ୟା ମାନେ ମହାପ୍ରଭୁ ଙ୍କୁ ଦର୍ଶନ କରିବା ସହିତ ବେଳାଭୂମି ର ମଜା ନେବା ସଙ୍ଗେସଙ୍ଗେ ନିଜ ଘରକୁ ବୋହୁ ଏବଂ ଜ୍ୱାଇଁ ଚୟନ କରିବାରେ ବହୁତ ଆନନ୍ଦିତ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l