March 7, 2026
ajiro khabar
Share

 

୧-ଭାରତୀୟ ପାଣିପାଗ ବିଭାଗର ବଡ଼ ସୂଚନା; ଆହୁରି ୫ ଦିନ ଯାଏଁ ଜାରି ରହିବ ଶୀତର ପ୍ରକୋପ, ଘନ କୁହୁଡ଼ିରୁ ନାହିଁ ନିସ୍ତାର।

 

୨-ରାଜ୍ୟ ବିଜେପି ସଭାପତିଙ୍କ ବଡ଼ ସୂଚନା; ଜାନୁଆରୀ ୩୧ ସୁଦ୍ଧା ଟଙ୍କା ପାଇବେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ।

 

୩-ନୂଆବର୍ଷରୁ ଜୋରଦାର ହେବ ଗାଡ଼ି ଚେକିଂ; ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନଥିଲେ ମିଳିବନି ପେଟ୍ରୋଲ!

 

୪-ରାଜ୍ୟରେ ୨୪ ନୂଆ ଏନଏସି ଓ ୫ ମ୍ୟୁନିସିପାଲଟି ପାଇଁ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ।

 

୫-୩୦ ଜିଲ୍ଲାରେ ୩୦ ଶିଳ୍ପ, ହାଇଦ୍ରାବାଦ ଦୁଇ ଦିନିଆ ନିବେଶକ ସମ୍ମିଳନୀରୁ ଫେରି କହିଲେ ମୁଖ୍ୟମନ୍ତ୍ରୀ।

 

୬-ଆସିବ ନୂଆ ୪୨୮ ଆମ୍ବୁଲାନ୍ସ, ନୂଆବର୍ଷରେ ରୋଗୀଙ୍କ ସେବାରେ ଉତ୍ସର୍ଗ କରିବେ ମୁଖ୍ୟମନ୍ତ୍ରୀ।

 

୭-ଭୁବନେଶ୍ୱର:ପ୍ରଦର୍ଶନୀ ପଡ଼ିଆରେ ଆଜିଠୁ ଓଡ଼ିଶା ଖାଦ୍ୟ ମହୋତ୍ସବ,ବାସିବ ରାଜ୍ୟର ୩୦ ଜିଲ୍ଲାର ଖାଦ୍ୟ।

 

୮-ଅଦିନିଆ ରଥଯାତ୍ରା ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୁରୀ ଗଜପତି।

 

୯-ଝିଅ ବାହାଘରରେ ମିଳିବ ଗିଫ୍ଟ । ସରକାର ଦେବେ କନ୍ୟାକୁ ସୁନା । ଆକାଉଣ୍ଟକୁ ଆସିବ ଗହଣା ଟଙ୍କା । ରାଜ୍ୟ ସରକାର ଝିଅମାନଙ୍କ ପାଇଁ ଆଣିଥିବା ଯୋଜନାରେ ଗରିବ ବାପାଙ୍କ ଓଠରେ ହସ ଫୁଟିବ ।

 

୧୦-ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆରେ ଅଘଟଣ, ବିଷକ୍ରିୟା ଯୋଗୁଁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଅଭିଯୋଗ।

 

୧୧-ଚାନ୍ଦିପୋଷ ଥାନା ବୀରତୋଳା ମନ୍ଦିର ନିକଟବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକଯୁବତୀ ମୃତ।

 

୧୨-ଆଠଗଡର ମହାନଦୀ ବାଲିପଠାରେ କୁମ୍ଭୀର,ଲୋକେ ଭୟଭୀତ।

 

୧୩-ପାଣ୍ଡିଆନଙ୍କୁ ନେଇ ମୁହଁ ଖୋଲିଲେ ପ୍ରମିଳା: କହିଲେ- ସେ ଆମ ନେତା ନୁହଁନ୍ତି।

 

୧୪-ଭୁବନେଶ୍ୱର: ରାଜ୍ୟରେ ଶିଳ୍ପାୟନ ସ୍ବପ୍ନ ଅଧିକ,ସତ କମ୍:ଲେନିନ୍ ମହାନ୍ତି।

 

୧୫-ଦେଶରେ ୬୮ କୋଟି ଇମେଲ୍ ପାସଓ୍ବାର୍ଡ ଲିକ୍ ! ହାଇ ଆଲର୍ଟରେ ମଧ୍ୟପ୍ରଦେଶ ସାଇବର ସେଲ୍‌।

 

୧୬-ଶୁଭମନ ଗିଲଙ୍କୁ ମିଳିଲାନି ଦିନିକିଆ ଦଳର ଅଧିନାୟକ ପଦ, ୧୮ ଜଣିଆ ଦଳରେ ଅଭିଷେକ-ଅର୍ଶଦୀପ ସାମିଲ୍।

 

୧୭-ବାହାରେ ବିକ୍ଷୋଭକୁ ନେଇ ଦିଲ୍ଲୀରେ ଭିସା ସେବା ବନ୍ଦ କଲା ବାଂଲାଦେଶ।

 

୧୮-ଭାରତ – ନ୍ୟୁଜଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା ଚୂଡାନ୍ତ,ଶସ୍ତା ହେବ ନ୍ୟୁଜଲାଣ୍ଡ କିଓ୍ବି, ସେଓ।

 

୧୯-ବାଂଲାଦେଶରେ ଥମୁନି ହିଂସା: ହାଦୀ ପରେ ଆଉ ଜଣେ ନେତାଙ୍କୁ ଗୁଳି।

 

୨୦-ଇଣ୍ଡୋନେସିଆର ଜାଭା ଦ୍ବୀପର ସେମାରାଙ୍ଗରେ ଭୟଙ୍କର ସଡ଼କ ଦୁର୍ଘଟଣା, ୧୬ ଜଣଙ୍କର ମୃତ୍ୟୁ, ୧୮ ଜଣ ଗୁରୁତର ଆହତ।

 

🙏 *ସୁପ୍ରଭାତ, ଗୁଡମର୍ଣିଂ*