March 7, 2026

ନୃତ୍ୟନାଟିକା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସେଣ୍ଟ ଜାଭିଅର ହାଇସ୍କୁଲର ପାଳନ କରାଗଲା ୧୬ତମ ବାର୍ଷିକ ଉତ୍ସବ l

IMG-20251223-WA0002
Share

ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ କଲେଜ ଛକ ନିକଟସ୍ଥ ସେଣ୍ଟ ଜାଭିଅର ହାଇସ୍କୁଲ ର ୧୬ତମ ବାର୍ଷିକ ଉତ୍ସବ ମହାଡ଼ମ୍ବରରେ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ସ୍କୁଲ ର ଅଧକ୍ଷା ସସ୍ମିତା ସାହୁଙ୍କ ଅଧକ୍ଷତା ରେ ମୁଖ୍ୟ ଅତିଥିଭାବେ ଦେବଦତ୍ତ ପଟ୍ଟନାୟକଙ୍କ ସହିତ ସେଣ୍ଟ ଜାଭିଅର ହାଇସ୍କୁଲ ର ରାଜ୍ୟ ଅଧକ୍ଷ ପ୍ରଭାତ କୁମାର ମିଶ୍ର, ସନ୍ତୋଷ କୁମାର ପରିଡା, ଡ଼କ୍ଟର ସୁଶାନ୍ତ କୁମାର ଦାସ, ବ୍ରହ୍ମଗିରି ଥାନାଧିକାରୀ ବାମଦେବ ସ୍ୱାଇଁ, ବୀରକିଶୋର ପରିଡା, ବିଶ୍ୱଜିତ ଦାସ, ବିଭୁଦତ୍ତ ଭିକାରୀ ଚରଣ ଜେନା, ସୁଶାନ୍ତ କୁମାର ଜେନା, ପ୍ରଫୁଲ୍ଲ କୁମାର ଜେନା ଓ ପ୍ରିୟମ୍ବଦା ନାୟକ ପ୍ରମୁଖ ମଞ୍ଚାସିନ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ଛାତ୍ରଛାତ୍ରୀ ମାନଙ୍କୁ କିଭଳି ଗୋଟିଏ ଭଲ ମଣିଷ ହେବାକୁ ନିଜନିଜର ଅଭିଭାଷଣ ରେ ପରାମର୍ଶ ଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ସିଲ ପ୍ରଦାନ କରି ସମ୍ମାନିତ କରାଯାଇଥିଲା l ପରେପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନଜୀଣିଥିଲା l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଅନୁଷ୍ଠାନ ର ଉପଦେଷ୍ଟା ବିଭୂପ୍ରସାଦ ସାହୁଙ୍କ ସହିତ ବିଦ୍ୟାଳୟ ର ଅଧକ୍ଷ, ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ମାନେ ପରିଚାଳନା କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l