ବେଲଗୁଣ୍ଠା ପ୍ରେସକ୍ଳବ ସଦସ୍ୟଙ୍କ ମାତୃ ବିୟୋଗ
ବେଲଗୁଣ୍ଠା ,23/12, ବେଲଗୁଣ୍ଠା ପ୍ରେସ୍ରକ୍ଳବ ସଦସ୍ୟ ସନ୍ତୋଷ କୁମାର ଡାକୁଆଙ୍କ ମାତା ଲଷ୍ମୀ ଡାକୁଆ ରବିବାର ସକାଳ ସାତ ଘଣ୍ଟ ପାଞ୍ଚ ମିନିଟ ସମୟରେ ଇହଲୀଳା ସମ୍ବରଣ କରିଛନ୍ତି I ସେ ଦୀର୍ଘ ଦିନ ଧରି ପକ୍ଷାଘାତରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟି ଥିଲେ I ମୃତ୍ୟୁ ବେଳକୁ ତାଙ୍କୁ 78 ବୟସ ହୋଇଥିଲା I ସ୍ୱର୍ଗତ ଲଷ୍ମୀ ଡାକୁଆଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ସନ୍ତୋଷ କୁମାର ଡାକୁଆ ଓ ସୁଶାନ୍ତ କୁମାର ଡାକୁଆ, ତିନି ନାତି ଜିତେନ୍ଦ୍ର ଡାକୁଆ, ଶ୍ରୀତମ କୁମାର ଡାକୁଆ , ଗୁରୁଦେବ ଡାକୁଆ, ନାତୁଣୀ ଅଲିସା ଡାକୁଆ,ଦୁଇ ପୁତୁରା ଅଶୋକ କୁମାର ବେହେରା, ଅରୁଣ ବେହେରା ଏବଂ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ I ଲକ୍ଷ୍ମୀ ଡାକୁଆ ଜଣେ ପରଉପକାରୀ ଧର୍ମପରାୟଣା ମହିଳା ଭାବେ ଅଂଚଳରେ ବେଶ ଜଣା ଶୁଣା ଥିଲେ I ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ଏଇ ଖବର ପାଇବା ପରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍ଗଦି କାମନା କରିଛନ୍ତି I ଲକ୍ଷ୍ମୀ ଡାକୁଆଙ୍କ ଶବକୁ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନରେ ଶେଷକୃତ୍ଯ ସମ୍ପନ୍ନ କରାଯାଇଛି I ବଡ ପୁଅ ସନ୍ତୋଷ ମୁଖାଗ୍ନି ଦେଇଥିଲେ I
ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ