May 18, 2025

ଉମରକୋଟ ବ୍ଲକ୍ ସ୍ତରୀୟ ସୁପର – ୫୦ କାର୍ଯ୍ୟକ୍ରମ ଅନୁଷ୍ଠିତ…,…

Share

 

 

ଉମରକୋଟ:-(ଏ‌ମ୍.ଦିନା°ଶୁ ଆଚାରୀ) ସ୍ଥାନୀୟ ଚଢ଼େଇଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ସୁପର -୫୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁଙ୍କ ନିର୍ଦ୍ଦେଶକ୍ରମେ ୨୦୨୫ ମସିହାର ମାଟ୍ରିକ୍ ପରୀକ୍ଷା ଫଳରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ବ୍ଲକ୍ ରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି। ଉରକୋଟ ବ୍ଲକ୍ ର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ୪୦ ରୁ ଉର୍ଦ୍ଧ୍ବ ଦଶମ ଶ୍ରେଣୀର ପ୍ରତ୍ୟେକ ବିଦ୍ୟାଳୟରୁ ଦୁଇ ଜଣ ଅଗ୍ରଣୀ ଛାତ୍ର ଛାତ୍ରୀ ଆଜି ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଚଢ଼େଇଗୁଡ଼ାଠାରେ ପହଞ୍ଚିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ସରକାର, ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅସୀମ ଦାସ ଏବଂ ଚଢ଼େଇଗୁଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ରାଉତଙ୍କର ପ୍ରତ୍ୟେକ୍ଷ ତତ୍ବାବଧାନରେ ପ୍ରାତଃ ୧୦ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଭିନ୍ନ ବିଷୟର ଅଭିନବ ପଦ୍ଧତିରେ ସାଧନକର୍ମୀ ସରୋଜ କୁମାର ସାହୁ, ଶ୍ରଦ୍ଧାଞ୍ଜଳି ସାହୁ, ଇନ୍ଦ୍ର ମାଳି, ନବୀନ ବିଶ୍ୱାସ, ସୁରେନ୍ଦ୍ର ଗଣ୍ଡ ପ୍ରମୁଖ ଶିକ୍ଷାଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ରାଉତଙ୍କ ସହାୟତାରେ ସର୍ବଶ୍ରୀ ସୁଦର୍ଶନ ହରିଜନ, ଆକୁଳ ବିଶ୍ୱାସ, ଶ୍ରୀନିବାସ ପାଢ଼ୀ, ଆଦିତ୍ୟ ପ୍ରତାପ ମହାରଣା, ବିଜୟ ପ୍ରଧାନ, ଭାଗବତ ଚନ୍ଦ୍ର ଦାସ, ଲୁନାରାଣୀ ରାଉତ, ତ୍ରିଲୋଚନ ହରିଜନ ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲେ ।

You may have missed