September 21, 2024

ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ନୂଆ-ଓ” କାର୍ଯ୍ୟକ୍ରମ ଉଦଘାଟିତ

Share


ବୁଗୁଡ଼ା :  ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସ୍ବପରିସରରେ ଯୁବ ଓଡିଆ ନବୀନ ଓଡିଶା କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧ୍ଯକ୍ଷ କୈଳାସ ଚନ୍ଦ୍ର ସେନାପତିଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ଉତ୍ସବକୁ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଉଦଘାଟନ କରିଥିବା ବେଳେ ଏଥିରେ ସମ୍ମାନିତ ଅତିଥି ଭାବେ ବାଲିପଦର ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ , କଳମ୍ବ ପଞ୍ଚାୟତ ସମିତି ସଭ୍ୟ ସୁଶାନ୍ତ କୁମାର ସେଠୀ , ଆଞ୍ଚଳିକ ଡିଗ୍ରୀ କଲେଜ ଅଧ୍ୟକ୍ଷ ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଉକ୍ତ ଉଦଘାଟନୀ ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା । ନୋଡାଲ ଅଫିସର ଅଧ୍ଯାପକ ସରୋଜ କାନ୍ତ ଦାସଙ୍କ ତତ୍ତ୍ବାବଧାନରେ ଆୟୋଜିତ କ୍ରୀଡା କାର୍ଯ୍ୟକ୍ରମକୁ ଅଧ୍ଯାପିକା ସୁଜାତା କୁମାରୀ ପଟ୍ଟନାୟକ , ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଶାନ୍ତ କୁମାର ପଣ୍ଡା ଓ ସାମାଜିକ କାର୍ଯ୍ୟକ୍ରମକୁ ଅଧ୍ଯାପକ ବିଭୂତି ଭୂଷଣ ବେବର୍ତ୍ତା ପରିଚାଳନା କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା ।