March 10, 2026

ପୁରୀ ବାର ଆସୋସିଏସନ ରେ ଆଇନଜୀବୀ ସଂଘ ତରଫରୁ ମହିଳା ଆଇନଜୀବୀ ମାନଙ୍କ ପାଇଁ ଦୁଇଦିନିଆ ଦ୍ୱିତୀୟ ବାର୍ଷିକ ଖେଳ ଆରମ୍ଭ ହୋଇଛି..

jnjnj
Share

ପୁରୀ ବାର ଆସୋସିଏସନ ରେ ଆଇନଜୀବୀ ସଂଘ ତରଫରୁ ମହିଳା ଆଇନଜୀବୀ ମାନଙ୍କ ପାଇଁ ଦୁଇଦିନିଆ ଦ୍ୱିତୀୟ ବାର୍ଷିକ ଖେଳ ଆରମ୍ଭ ହୋଇଛି। ଆଉଟଡୋର ଓ ଇଣ୍ଡୋର ଗେମ ଏଭଳି ଦୁଇଦିନ ଦୁଇଟି ପର୍ଯ୍ୟାୟରେ ମହିଳା ଆଇନଜୀବୀ ମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି। ଅନୁଷ୍ଠିତ ଇଣ୍ଡୋର ଗେମରେ କ୍ୟାରେମ,ଲୁଡୁ,ବକେଟ୍ ବଲ୍,ଗ୍ୟାସ ବେଲୁନ ଇତ୍ୟାଦି ପ୍ରତିଯୋଗିତା ରହିଥିବା ବେଳେ ଆଉଟଡୋର ଗେମ୍ ରେ ରନିଂ,ସ୍କିପିଂ,ଜାଭଲିନ ପ୍ରତିଯୋଗିତା ରହିଥିଲା। ସମସ୍ତ ମହିଳା ଆଇନଜୀବୀ ମାନେ ଏକତ୍ରିତ ହୋଇ ନିଜନିଜ ବୃତ୍ତି ସମ୍ପାଦିତ କରିବା ସହ ଆଗକୁ ଖେଳ କ୍ଷେତ୍ରରେ ନିଜ ପାରଦର୍ଶିତା ଦେଖାଇବା ପାଇଁ ଏହା ଏକ ପ୍ରୟାସ ବୋଲି ମହିଳା ଆଇନଜୀବୀ କହିଛନ୍ତି।