September 21, 2024
Share

➡️୧-ଢେଙ୍କାନାଳ ଯୋରନ୍ଦା ସ୍ଥିତ ମହିମାଗାଦିର ଉନ୍ନତି ପାଇଁ ୧୧୨ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୨-ରାୟଗଡ଼ାରେ ଆଦିତ୍ୟ ବିର୍ଲାର ଆଲୁମିନା ରିଫାଇନାରୀ ପାଇଁ ଭର୍ଚୁଆଲ ଜରିଆରେ ଭୂମି ପୂଜନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଆଦିତ୍ୟ ବିର୍ଲା ଗ୍ରୁପ୍ ପ୍ରକଳ୍ପ ପାଇଁ ୮୦୦୦ କୋଟି ଟଙ୍କା ନିବେଶ କରୁଥିବାବେଳେ ୭୨୦୦ଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

➡️୩-ରାଜ୍ୟରେ କାର୍ଯ୍ୟରତ ହାବିଲଦାର, କନେଷ୍ଟବଳ ଓ ସିପାହୀଙ୍କ ଖାଦ୍ୟ ଭତ୍ତା ପରିମାଣକୁ ବୃଦ୍ଧି କଲେ ରାଜ୍ୟ ସରକାର l ଖାଇବା ବାବଦରେ ଦିଆଯାଉଥିବା ୫୦ଟଙ୍କା ଭତ୍ତାକୁ ୭୫ଟଙ୍କାକୁ କଲେ ବୃଦ୍ଧି l

➡️୪-ଭାରତର ନିମନ୍ତ୍ରଣକୁ ଗ୍ରହଣ କଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାକରନ, ସାଧାରଣତନ୍ତ୍ର ଦିବସରେ ହେବେ ଅତିଥି l

➡️୫-ଆଜିଠାରୁ ରାଜ୍ୟର କେତେକ ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ସେଥିପାଇଁ ସତର୍କ ସୂଚନା ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର l

➡️୬-ଚଳିତ ବର୍ଷ ‘ଅଟଳ ସମ୍ମାନ-୨୦୨୩’ରେ ସମ୍ମାନୀତ ହେବେ ବରିଷ୍ଠ ରାଜନେତା କ୍ଷୀରୋଦ ପ୍ରସାଦ ସ୍ୱାଇଁ l

➡️୭-ଦେଶରେ ଖାଇବା ତେଲର ମୂଲ୍ୟ ବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ସେମାନଙ୍କ ଉପରେ ଲାଗୁ ହୋଇଥିବା ଆମଦାନୀ ଶୁଳ୍କ ବ୍ୟବସ୍ଥାକୁ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ କଲେ ବୃଦ୍ଧି l

➡️୮-ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି, ଶୁଭ ସ୍ତମ୍ଭ ହେଲା ସ୍ଥାପିତ l ଚଳିତବର୍ଷ ବରଗଡ଼ ଧନୁଯାତ୍ରା ୭୬ ବର୍ଷରେ ପଦାର୍ପଣ କରିଛି । ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହୋଇ ଏହା ୨୫ ତାରିଖ ପର୍ଯ୍ୟନ୍ତ ହେବ ।

➡️୯-ଆଇନ ଇତିହାସରେ ଐତିହାସିକ ମୁହୂର୍ତ୍ତ’, ଚଳିତ ବର୍ଷ ରୁଜୁ ମାମଲାଠାରୁ ଅଧିକ କେସ୍‌ର ଶୁଣାଣି ଶେଷ କଲେ ସୁପ୍ରିମକୋର୍ଟ l ଡିସେମ୍ୱର ୧୫ ଯାଏ ୫୨,୧୯୧ ମାମଲାର ଶୁଣାଣି ଶେଷ ହୋଇଛି l

➡️୧୦-ରିଲିଜ ହେଲା ରେବେଲ ଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ସାଲାର’। ଏବର୍ଷର ସବୁଠୁ ବଡ଼ ଆକ୍ସନ୍ ଫିଲ୍ମ ‘ସାଲାର’ ଦେଖିବା ପାଇଁ ଦର୍ଶକମାନଙ୍କ ମଧ୍ୟରେ କ୍ରେଜ ମଧ୍ୟ ଦେଖିବାକୁ ମିଳିଛି । ଫିଲ୍ମଟିର ଆଡଭାନ୍ସ ବୁକିଂ ୩୦ କୋଟିରୁ ଅଧିକ ଆୟ କରିସାରିଛି ।

➡️୧୧-ସାଂସଦଙ୍କ ନିଲମ୍ବନ ପ୍ରତିବାଦରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କଲା କଂଗ୍ରେସ l

➡️୧୨-ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଜାନୁୟାରୀ ୩ରେ ହାଜର ହେବାକୁ ଇଡି ଦେଲା ନିର୍ଦ୍ଦେଶ l

➡️୧୩-ଜାନୁୟାରୀ ମାସରେ ଓଡିଶା ଆସିବେ କଂଗ୍ରେସର ପୋଷ୍ଟରବୟ ରାହୁଲ ଗାନ୍ଧୀ l ନେତା, କର୍ମୀଙ୍କ ଭିତରେ ଭରିବେ ନୂଆ ଜୋସ୍ l

➡️୧୪-ଅନ୍ତର୍ଜାତୀୟ ପ୍ରେରଣାଦାୟୀ ପ୍ରବକ୍ତା ବା ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରାଙ୍କ ନାମରେ ଥାନାରେ ହେଲା ଅଭିଯୋଗ । ସ୍ତ୍ରୀଙ୍କୁ ମାରପିଟ୍ କରୁଥିବା ନେଇ ଥାନାରେ ରୁଜୁ ହେଲା ମାମଲା l

➡️୧୫-ବିଜେପି ଆଣିଥିବା ହିଜାବ ବ୍ୟାନ୍ ନିର୍ଦ୍ଦେଶକୁ ହଟାଇଲେ କର୍ଣ୍ଣାଟକ ସରକାର l ଗତକାଲି କର୍ଣ୍ଣାଟକରେ ସିଦ୍ଧରମେୟାଙ୍କ କଂଗ୍ରେସ ସରକାର ହିଜାବ ବ୍ୟାନ୍ ହଟାଇ ଦେଇଛନ୍ତି। କହିଲେ ପସନ୍ଦରେ କପଡ଼ା ପିନ୍ଧିବା ସମସ୍ତଙ୍କର ନିଜସ୍ୱ ଅଧିକାର l

➡️୧୬-ଭାରତରେ ୩୦ ବର୍ଷର କଠିନ ପରିଶ୍ରମ ପରେ ପ୍ରସ୍ତୁତ ମ୍ୟାଲେରିଆ ଟିକାକୁ ଲିଷ୍ଟରେ ସାମିଲ କଲା WHO l

➡️୧୭-ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ୨୪ ଘଂଟାରେ ୬୪୦ ସଂକ୍ରମିତ ଚିହ୍ନଟ, କେରଳରେ ସବୁଠୁ ଅଧିକ ସଂକ୍ରମିତ l

➡️୧୮-ଖାଲି ଆଉଟ ନୁହେଁ, ଏଣିକି ଷ୍ଟମ୍ପରେ ନୋ-ବଲ ସହ ଚୌକା ଛକାରେ ବି ଜଳିବ ରଙ୍ଗବେରଙ୍ଗର ଆଲୋକ l ଅଷ୍ଟ୍ରେଲିଆର ଟି -୨୦ ଲିଗ୍ ‘ବିଗ୍ ବେସ୍ ଲିଗ୍’ରେ ଏହି ନୂତନ ଷ୍ଟମ୍ପସକୁ ଦେଖିବାକୁ ମିଳିଛି |

➡️୧୯-ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘନିଷ୍ଟ ସହଯୋଗୀ ସଞ୍ଜୟ ସିଂ ଭାରତୀୟ କୁସ୍ତି ସଙ୍ଘର ଅଧକ୍ଷ ଭାବେ ନିର୍ବାଚିତ ହେବା ପରେ ପଦ୍ମଶ୍ରୀ ପୁରସ୍କାର ଫେରାଇଲେ ପୁନିଆ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି । କୁସ୍ତିଯୋଦ୍ଧା ଓ ଏହାର ଖେଳାଳୀଙ୍କ ପ୍ରତି ଧ୍ୟାନ ଦେବାକୁ କଲେ ନିବେଦନ l

➡️୨୦-ଅଲ୍‌ଟିମେଟ ଖୋ ଖୋ (ୟୁକେକେ) ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଚଳିତ ମାସ ୨୪ ତାରିଖରୁ କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଏହା ଖେଳାଯିବ।

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🔅ଆଜି ବୈକୁଣ୍ଠ ଏକାଦଶୀ/ ମୋକ୍ଷଦା ଏକାଦଶୀ ll
🔅ଆଜି ବ୍ୟଞ୍ଜନ ଦ୍ୱାଦଶୀ ll
🔅ଆଜି କୃଷକ ଦିବସ ll
🔅ଆଜି ଜାତୀୟ ଖ୍ରୀଷ୍ଟମାସ ଚଳଚ୍ଚିତ୍ର ମାରାଥନ୍ ଦିବସ ll

📌ବି. ଦ୍ର : ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତର Update News ଏବଂ ଏହିଭଳି ନିଉଜ ସର୍ବପ୍ରଥମେ ପାଇବା ପାଇଁ ଆମର NEWS ଗ୍ରୁପରେ ଅଂଶଗ୍ରହଣ କରିବାକୁ ଇଛୁକ ବନ୍ଧୁ ମାନେ ଆମସହ ଯୋଗାଯୋଗ କରିପାରିବେ l ମୋ : 9438253184 ll

ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll

 

ll ସୁପ୍ରଭାତ ll