September 21, 2024

ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟରେ “ନୂଆ ଓ” କାର୍ଯ୍ୟକ୍ରମ ଉଦଯାପିତ….

Share


କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ସ୍ଥାନୀୟ ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟରେ “ନୂଆ ଓ” ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବିକାଶ ବିଭାଗ ତରଫରୁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଅଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ହୃଦୟ ରଞ୍ଜନ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସ୍ ଡି ସି ଅଧ୍ୟକ୍ଷ କୋରାପୁଟ ଚନ୍ଦ୍ର ଶେଖର ମାଝୀ ଏବଂ ସାମ୍ମାନୀତ ଅତିଥି ଭାବେ କୋଟପାଡ ବିଧାୟିକା ପଦ୍ମିନୀ ଦିଆନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ ପ୍ରମୁଖ ଯୋଗଦେଇ ରାଜ୍ଯ ସରକାରଙ୍କ “ନୂଆ ଓ” ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ କୁ ପ୍ରସଂଶା କରିବା ସହ ଓଡ଼ିଶା ସରକାରଙ୍କ 25 ବର୍ଷ ଶାସନ କାଳରେ ନିଆଯାଇଥିବା ଦୂରଦୃଷ୍ଟି ସମ୍ପନ୍ନ ଯୁଗାନ୍ତକାରୀ ପଦକ୍ଷେପ, ଯୁବ ପିଢିଙ୍କ ନିମନ୍ତେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଓ ଯୋଜନା ଯୁବପିଢ଼ିଙ୍କ ପାଇଁ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରୁଛି, ଜୀବନରେ ଆଗକୁ ବଢିବା ପାଇଁ ନୂତନ ପ୍ରେରଣା ଯୋଗାଉଛି, ଓ ମେଧାବୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ରାଜ୍ଯ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବୃତ୍ତି ଗୁଡ଼ିକ ଦ୍ୱାରା ବହୁ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି l ଯୁବ ବିକାଶରେ ରାଷ୍ଟ୍ରର ବିକାଶ ହୋଇପାରିବ, ଖେଳୁଆଡ ମନୋଭାବ ନେଇ ଖେଳିବା ସହ ରାଷ୍ଟ୍ର ଗଠନରେ ଯୁବ ପିଢ଼ି ସହାୟକ ହେବା ପାଇଁ ଆହ୍ଵାନ ଦେଇଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା କନକଲତା ପେଣ୍ଠିଆ,ସାଂସଦ ପ୍ରତିନିଧି ବୃନ୍ଦାବନ ମଲ୍ଲିକ, ବିଧାୟୀକା ପ୍ରତିନିଧି ରମାକାନ୍ତ ମିଶ୍ର, ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ପରଜା, ଅନୁଷ୍ଠାନ ପ୍ରତିଷ୍ଠାତା ପଞ୍ଚାନନ ଗୌଡ଼, ସରପଞ୍ଚ ଲବ ପରଜା, ସମିତି ସଭ୍ୟ ଦାମୋଦର ଗଣ୍ଡା, ବୁଦ୍ଧିଜୀବୀ ସଞ୍ଜୟ କୁମାର ସାହୁ, ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ବୃନ୍ଦାବନ ପାତ୍ର, ପ୍ରମୁଖ ମଞ୍ଚାସିନ ଥିଲେ ମହା ବିଦ୍ୟାଳୟ ଅଧ୍ୟକ୍ଷ ହୃଦୟ ରଞ୍ଜନ ପଣ୍ଡା ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l “ନୂଆ ଓ” ନୋଡ଼ାଲ ଅଫିସର ସୁଶାନ୍ତ କୁମାର ବେହେରା ଗତ ୧୨ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ l ଅନୁଷ୍ଠାନର ସଭାପତି ରାମକୃଷ୍ଣ ସାବତ ମଞ୍ଚ ପରିଚାଳନା କରିଥିଲେ କରିଥିବା ବେଳେ ଅଧ୍ୟାପିକା ରଶ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l
କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l