ବ୍ଲକସ୍ତରୀୟ ବିଜ୍ଞାନମେଳା ଓ ଶୈକ୍ଷିକ କର୍ମଶାଳା ପ୍ରସ୍ତୁତି ବୈଠକ
ବୋଲଗଡ଼,୨୩/୧୧(ଉପାନ୍ତ ଖବର) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ନିର୍ଦ୍ଦେଶ ଅନୁଯାୟୀ ସାନପଦର ସ୍ଥିତ ଭକ୍ତଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୦୨୬ମସିହାର ବାଲ ବୈଜ୍ଞାନିକ ପ୍ରଦର୍ଶନୀ,ପି.ଏମ୍.ଶ୍ରୀ. ବିଜ୍ଞାନମେଳା ଓ ଶୈକ୍ଷିକ କର୍ମଶାଳା ପ୍ରସ୍ତୁତି ବୈଠକ ଗୋଷ୍ଠୀ କାର୍ଯ୍ୟାଳୟ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବିଜ୍ଞାନମେଳା କାର୍ଯ୍ୟକାରୀ କମିଟିର ସଦସ୍ୟ/ସଦସ୍ୟାମାନଙ୍କୁ ନେଇ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ବ୍ଳକ ସ୍ତରୀୟ ବିଜ୍ଞାନମେଳାରେ ବିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋଚନା କରାଯାଇ ବିଭିନ୍ନ ବିଦ୍ୟାଳୟକୁ ତଦନୁଯାୟୀ ବିଜ୍ଞାନ ପ୍ରକଳ୍ପ ଆଣିବା ପାଇଁ ସୂଚନା ଦିଆଯାଇଛି। ବିଜ୍ଞାନମେଳାର ସୁପରିଚାଳନା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କମଧ୍ୟରେ ବିଭିନ୍ନ ବିଭାଗର ଦାୟିତ୍ବ ବଣ୍ଟନ କରାଯାଇଛି। ଉକ୍ତ ବୈଠକରେ ବୋଲଗଡ଼ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ସୀତାକାନ୍ତ ମିଶ୍ର, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶୈଲେନ ପଟ୍ଟନାୟକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ତାପସ କୁମାର ଦ୍ୱିବେଦୀ, ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ମିଶ୍ର, କବିତା ମହାନ୍ତି, ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ଅନିମା ସାହୁ,ବିଜ୍ଞାନମେଳା କମିଟିର କୋଷାଧ୍ୟକ୍ଷ ସୁକାନ୍ତ କୁମାର ଜେନା ପ୍ରମୁଖ ମଞ୍ଚାସୀନ ହୋଇ ମାର୍ଗଦର୍ଶିକା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଶୂନ୍ୟପଡିଥିବା ବିଜ୍ଞାନମେଳା ସମ୍ପାଦକ ପଦବୀରେ ସର୍ବ ସମ୍ମତି କ୍ରମେ ଦୁର୍ଗାପ୍ରସାଦ ସୁବୁଦ୍ଧିଙ୍କୁ ସମ୍ପାଦକ ଭାବରେ ମନୋନୀତ କରାଯାଇଥିଲା। ଉକ୍ତ ବୈଠକରେ ୧୯୫ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରି ବିଜ୍ଞାନମେଳା ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ମତ ପ୍ରକାଶ କରିଥିଲେ। ଶିକ୍ଷକ ପ୍ରଫୁଲ୍ଲ କୁମାର ସିଂହ ସଂଯୋଜନା କରିଥିବା ବେଳେ ଶିକ୍ଷକ ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ
