ଚେଳିତୋଳ ବୋଇତ ବନ୍ଦାଣ ଓ ବାଲିଯାତ୍ରାକୁ ନେଇ ଦ୍ଵନ୍ଦରେ ଅତିଥି ବିଧାୟକଙ୍କ ଚିଠି କୁ ନେଇ ଚର୍ଚ୍ଚା ପରମ୍ପରା ଭାଙ୍ଗିଲେ ବିଧାୟକ ବିନା ଭୂମି ପୂଜାରେ ହେବାକୁ ଯାଉଛି ବାଲିଯାତ୍ରା
ତିର୍ତ୍ତୋଲ24/11- ଆଉ ଦିନକ ପରେ ହେବ ବାଲିଯାତ୍ରା l ବାତ୍ୟା ଅକଭନରେ ବାଲିଯାତ୍ରା ପଡିଆରେ ଜଳାର୍ଣ୍ଣବରେ ପ୍ରଭାବିତ ହୋଇଥିବା ବେଳେ ବାଲି ମାଟି ପକାଇ ଅସ୍ଥାୟୀ ଵେବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି l ପରମ୍ପରା ଭାଙ୍ଗିଲେ ବିଧାୟକ ବିନା ଭୂମି ପୂଜାରେ ହେବାକୁ ଯାଉଛି ବାଲିଯାତ୍ରା, ପ୍ରତେକ ବର୍ଷ ବାଲିଯାତ୍ରା ର କିଛି ଦିନ ପୂର୍ବରୁ ଭୂମି ପୂଜା ପର୍ବ ଅନୁଷ୍ଠିତ ହୋଇଥାଏ l ଚଳିତ ବର୍ଷ ବିଧାୟକ ବିବାଦୀୟ ହୋଇପଡିବାରୁ ବାଲିଯାତ୍ରା ହେବ ନହବେ ଦ୍ଵନ୍ଦ ଦେଖାଯିବାରୁ ବାଲିଯାତ୍ରା ଭୂମି ପୂଜା ନକରି ବାଲିଯାତ୍ରା କୁ ଆଗେଇବା ତିର୍ତ୍ତୋଲ ବାସୀଙ୍କ ମନରେ କ୍ଷୋଭ ସୃଷ୍ଟି ହେବା ସହିତ ବିଧାୟକଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ଜଣେ ବିଜେପି କାର୍ଯ୍ୟକର୍ତ୍ତା ଅନ୍ୟଜଣେ ବିଜେପି ଦଳରେ ଆସାଇ ବାଲିଯାତ୍ରା ରେ ମେଲୋଡି କାର୍ଯ୍ୟକ୍ରମ କରାଉଥିବା ଶୁଣିବାକୁ ମିଳିଛି l ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମଞ୍ଚ ପରିଚାଳନା କରୁଥିବା ବିମଳକାନ୍ତ ମହାପାତ୍ରଙ୍କୁ ଏକ ପ୍ରକାର ଅଣଦେଖା କରି ତଥା କଥିତ ନିଜକୁ ସାଂସ୍କୃତିକ ସଂଗଠକ କହିବୁଲୁଥିବା ସୁଯୋଗର ହାତଛଡା କରିବେନି ବୋଲି ଯାହା ଆଲୋଚନା ହେଉଛି l ଅପରପକ୍ଷରେ ବିଧାୟକଙ୍କ ସହିତ ତିର୍ତ୍ତୋଲର ଏକ ସଂଗଠନ ସହିତ ଦାୟୀତ୍ୱ ତୁଲାଇବା ପାଇଁ ମୋଟା ଆଙ୍କର ଅର୍ଥ ମିଳିଥିବା ବଜାରରେ ଆଲୋଚନା ହେଉଛି l ସଂଗଠନରେ ନିଜର ପତିଆରା ଜାହିର ଏବଂ ନିଜକୁ ବିଧାୟକଙ୍କ ପାଖରେ ନିଜକୁ କରିତକର୍ମା ଲୋକ କହି ବାଲିଯାତ୍ରା ପାଇଁ ମୋଟା ଅଙ୍କର ଅର୍ଥ ଆଣିଥିବା ତିର୍ତ୍ତୋଲ ଆଲୋଚନାର ବିଷୟ ପାଲଟିଛି l ଅଦ୍ୟାବଧି ବାଲିଯାତ୍ରା ନିମଂତ୍ରଣ କାର୍ଡ ଛପା ହୋଇନଥିବା ଯାହା ଶୁଣିବାକୁ ମିଳିଛି l ଏପଟେ ବାଲିଯାତ୍ରାକୁ ଅତିଥି ଆସିବା ନେଇ ଦ୍ଵନ୍ଦରେ ଆୟୋଜକ l ବିଜେଡି ରୁ ନିଲମ୍ବିତ ବିଧାୟକ ବିବାଦୀୟ ହୋଇପଡିବା ପରେ ବିଭିନ୍ନ ପ୍ରକାର ବିରୋଧର ଆଭାସ ନେଇ ଏକ ସଂଗଠନ କୁ ଦାୟିତ୍ୱ ନେବାପାଇଁ ଚିଠି ମାଧ୍ୟମରେ ଅନୁରୋଧ କରିଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି lକାରଣ ଦୀର୍ଘ ବର୍ଷ ଧରି ଏକ ପ୍ରକାର ବିଜେଡି କବଜାରେ ଥିଲା ବାଲିଯାତ୍ରା l ଚଳିତ ବର୍ଷ ପରିସ୍ଥିତି ଅଲଗା l ବିଳମ୍ବରେ ହେଉ ପଛେ ବାଲିଯାତ୍ରା ହେବାପାଇଁ ବାଲିଯାତ୍ରାର ପୁରୋଧା ସାଂସଦ ଦେବାଶିଷ ସାମନ୍ତରାୟ କଟକସ୍ଥିତ ରାଜାବାଗିଚାରେ ବିଧାୟକ ସମେତ ବାଲିଯାତ୍ରାର ଆୟୋଜକ ମାନଙ୍କୁ ଡାକି ଆରମ୍ଭ କରିବାପାଇଁ କହିଥିଲେ l ସେଠି ବିଧାୟକ ଉପସ୍ଥିତ ଥିବାବେଳେ ତାଙ୍କୁ ବିରୋଧ କରାଯାଇଥିଲା ଏବଂ ଗତ ବର୍ଷ ବାଲିଯାତ୍ରାର ବାକି ଥିବା ଅର୍ଥ ପୈଠ କରିବାପରେ ବାଲିଯାତ୍ରା ମୈଦାନ କୁ ଓଲ୍ହାଇବାପାଇଁ କୁହାଯାଇଥିଲା l ସବୁ ଠିକ ଚାଲିଥିଲା ହେଲେ ୧୩ ତାରିଖ ଦିନ ରଘୁନାଥପୁର ବ୍ଲକରେ ଉପୁଜି ଥିବା ବିବାଦୀୟ ଘଟଣା ସବୁ ଆଶାରେ ପାଣି ଫଟେଇଦେଲା l ବାଲିଯାତ୍ରାର ଆୟୋଜକ ମାନେ ବିଜେଡିରୁ ନିଲମ୍ବିତ ବିଧାୟକଙ୍କ ଠାରୁ ଦୁରେଇ ରହିଲେ l ଏହାର ସୁଯୋଗ ନେଇ ରାଜନୀତି ମହଲରେ ଛକା ପଞ୍ଝା ଦେଖିବାକୁ ମିଳିଛି l କଙ୍କଡାକୁ ଗୋଳିପାଣି ସୁହାଇଲା ସଦୃଶ ଏକ ପ୍ରମୁଖ ଦଳର ନେତାମାନେ ସୁଯୋଗକୁ ହାତଛଡା କରି ନପାରନ୍ତି ବୋଲି ଆଲୋଚନା ହେଉଛି l ଅପରପକ୍ଷରେ ଆୟୋଜକଙ୍କ ମଧ୍ୟରୁ ଦୁଇ ଜଣ ଭିତିରିଆ ଦାୟିତ୍ୱ ନେଇ ବାଲିଯାତ୍ରାକୁ ଆଗେଇନେବା ସହିତ ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓଙ୍କ ଦ୍ୱାରା ଏକ ବୈଠକ ଡକାଇଥିଲେ l ଯେହେତୁ ନେତା ଓ କର୍ମୀମାନଙ୍କର ବିଧାୟକଙ୍କ ସହିତ ମନମାଳିନ୍ୟ ରହିଛି ଆୟୋଜକଙ୍କ ମଧ୍ୟରୁ ଜଣେ ଆୟୋଜକ ବିଡିଓଙ୍କ ଦ୍ୱାରା ସମସ୍ତ ପଞ୍ଚାୟତସମିତି ସଦସ୍ୟ ମାନଙ୍କୁ ଚିଠି କରି ବୈଠକକୁ ଡକାଇଥିଲେ l ହେଲେ ସେମାନେ ବୈଠକକୁ ବର୍ଜନ କରିଥିଲେ l ବିଜେଡିରୁ ନିଲମ୍ବିତ ବିଧାୟକ ଏକ ପ୍ରକାର ହତାଶ ହୋଇଯିବାରୁ ତିର୍ତ୍ତୋଲର ଏକ ପ୍ରମୁଖ ଅନୁଷ୍ଠାନକୁ ଚିଠି ମାଧ୍ୟମରେ ଦାୟିତ୍ୱ ନେବାପାଇଁ ଅନୁରୋଧ କରିଛନ୍ତି l ଯାହା ତିର୍ତ୍ତୋଲ ଅଞ୍ଚଳରେ ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି l ଅଞ୍ଚଳବାସୀଙ୍କ କହିବାକଥା ବିଧାୟକ ଯଦି ଭୟ କରୁଛନ୍ତି ତେବେ ଶିଶୁ ଅନନ୍ତ ଆଶ୍ରମର ପୂଜ୍ୟ ପୂଜକ ବାବା ବଳିଆ ଅଛନ୍ତି ସେ ବାଲିଯାତ୍ରାକୁ ଉଦଘାଟନ ଆଗେଇନେବେ l ବିଧାୟକ ଏତେ ଭୟ କିମ୍ବା ପୋଲିସ ଛାଉଣୀ କରି ବାଲିଯାତ୍ରାକୁ ଆସିବା ଆବଶ୍ୟକ ନାହିଁବୋଲି ତିର୍ତ୍ତୋଲ ନେହୁରୁ ବଜାର, ଲକ ବଜାର, ସରଣୀ ବଜାର, ବ୍ଲକ ଛକ, ସାରଳାରୋଡ଼ ସମେତ ଗାଁ ଗଣ୍ଡରେ କୁହାକୁହି ହେଉଥିବା ଶୁଣିବାକୁ ମିଳିଛି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
