March 10, 2026

ଗଜପତି:- ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୮ ତମ ଏନସିସି: ଦିବସ ମହା ସମାରୋହରେ ପାଳିତ

IMG-20251123-WA0101
Share

 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ୭୮ ତମ ଏନସିସି: ଦିବସ-୨୦୨୫ ମହା ସମାରୋହରେ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଧାକାନ୍ତ ଭୂୟାଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏନସିସି: ପତାକା ଉତ୍ତୋଳନ କରିଥିଲେ ।

ଏହି ସମୟରେ ଏନସିସି: ସଙ୍ଗୀତ “ହମ୍ ସବ ଭାରତୀୟ ହେଁ – ହମ୍ ସବ ଭାରତୀୟ ହେଁ” ଗୀତକୁ ଉପସ୍ଥିତ ସମସ୍ତ କ୍ୟାଡେଟ ଓ ଅନ୍ୟମାନେ ସମୂହ ଗାନ କରିଥିଲେ ।

କେଡେଟ ମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ଅଧ୍ୟକ୍ଷ ରାଧାକାନ୍ତ ଭୂୟାଁ କହିଥିଲେ ଯେ , ସମାଜର ଉନ୍ନତି ଓ ଦ୍ୱନ୍ଦ ପ୍ରତ୍ୟାହାର କରିବା ସହ ବିଭିନ୍ନତା ମଧ୍ୟରେ ଏକତା ଆଣିବା ପାଇଁ ସଚେତନ ସୃଷ୍ଟି କରିବା ଏବଂ ସର୍ବୋପରି ଦେଶ ସୁରକ୍ଷା ଦିଗରେ ନିଜକୁ ନିୟୋଜିତ କରିବା ହେଉଛି ଏନସିସି:ର ମୁଳ ଲକ୍ଷ୍ୟ।

ସାଧାରଣତଃ ଏହିମାନେ ହିଁ ଦେଶ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଉତ୍ସର୍ଗିତ କରିବା ସହ ଏନସିସି: ମାଧ୍ୟମରେ ଏହି ମାନେ ନିଜର ସାମର୍ଥ୍ୟ ପ୍ରତିପାଦନ କରିବାରେ ସହାୟକ ହୋଇଥାନ୍ତି । ତେଣୁ ଏକତା ଓ ଶୃଙ୍ଖଳା ଦ୍ଵାରା ଏନସିସି: ର ମୂଳମନ୍ତ୍ର କୁ ବଜାୟ ରଖିବାକୁ ହେବ । ଶାରୀରିକ ଭାବେ ଶକ୍ତିଶାଳୀ , ମାନସିକ ଭାବେ ସତର୍କତା ଏବଂ ନୈତିକ ଭାବେ ସଚ୍ଚୋଟ ହୋଇ ସମ୍ମାନ , ସାହାସ ଏବଂ ଅଖଣ୍ଡତାର ସହିତ ଆମ ରାଷ୍ଟ୍ରର ସେବା କରିଚାଲିବା । ୟୁନିଫର୍ମର ମର୍ଯ୍ୟାଦା ଏବଂ ଏହାର ମୂଲ୍ୟବୋଧକୁ ରକ୍ଷା କରିବା ପାଇଁ ଶାନ୍ତି , ସଦ୍ଭାବ ଏବଂ ଜାତୀୟ ସଂହତି ପାଇଁ କାମ କରିବା ଆମର ଲକ୍ଷ୍ୟ ରହିବା ଉଚିତ୍ ବୋଲି କହିଥିଲେ । ଭାରତର ଯୁବକ ମାନଙ୍କୁ ଶୃଙ୍ଖଳିତ ଭାବେ ଗଢି ତୋଳିବାରେ ଏନସିସି:ର ଅତୁଳନୀୟ ଭୂମିକା ରହିଛି ବୋଲି କହି ଏନସିସି: ଯୁବପିଢି’ଙ୍କ ମନରେ ଦେଶପ୍ରେମ ଓ ଶୃଙ୍କଳିତ ନେତୃଭାବ ଏବଂ ସମାଜ ସେବାର ମୂଲ୍ୟବୋଧ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ଏନସିସି: ଲେଫ୍ଟନାଣ୍ଟ ଅଧ୍ୟାପକ ଶ୍ରୀ କୁଶ କହଁର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ମହାବିଦ୍ୟାଳୟର ଏନସିସି: କ୍ୟାଡେଟ ମାନଙ୍କ ବିଭିନ୍ନ କ୍ୟାମ୍ପରେ ସଫଳତା ହାସଲ କରିଥିବା ସମ୍ପର୍କରେ କହିଥିଲେ ।

ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ଭୂୟାଁ , ଏନସିସି:ର ମୂଳମନ୍ତ୍ର କୁ ବଜାୟ ରଖିବା ପାଇଁ ଉପସ୍ଥିତ ସମସ୍ତ କ୍ୟାଡେଟ ମାନଙ୍କୁ ଶପଥ ପାଠ କରାଇଥିଲେ ।

ଏହି ଅବସରରେ ମୁଖ୍ୟଅତିଥି ଅଧ୍ୟକ୍ଷ ଶ୍ରୀ ଭୂୟାଁ ମହାବିଦ୍ୟାଳୟ ପରିସରରେ ଥିବା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଅଧ୍ୟକ୍ଷ ଶ୍ରୀ ଭୂୟାଁ ପ୍ୟାରେଡ ଦଳ ପରିଦର୍ଶନ କରିବା ସହ ଅନୁଷ୍ଠିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ ।

ଏନସିସି: ସିନିୟର୍ ଅଣ୍ଡର ଅଫିସର୍ ଶ୍ରୀ ଦିନେଶ କୁମାର ପ୍ୟାରେଡ ଦଳର ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଗଣ ଡ଼ଃ ପ୍ରିୟବ୍ରତ ଶତପଥୀ , ଅଧ୍ୟାପକ ଶ୍ରୀ ବିଘ୍ନେଶ୍ୱର ମିଶ୍ର ଏବଂ ଅଧ୍ୟାପକ ଶ୍ରୀ ସୁମନ୍ତ ବେହେରା ପ୍ରମୁଖଙ୍କ ସମେତ ଅନ୍ୟମାନେ ବହୁସଂଖ୍ୟାରେ ଉପସ୍ଥିତ ଥିଲେ ।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————-