ଗୋପାଳ ସମାଜ ତେର ସ୍ଥାନ ତାଳୁକା ସମାଜ କୁଳ ଘର ଉଦ୍ଘାଟନ..

ଛତ୍ରପୁର(ଅରୁଣ କୁମାର ପଣ୍ଡା)ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ପଞ୍ଚାୟତସ୍ଥ ବିରିସିଂହ ମନ୍ଦିର ପରିସରରେ ଗୋପାଳ ସମାଜ ତେର ସ୍ଥାନ ତାଳୁକା ସମାଜ କୁଳ ଘର ଉଦଘାଟିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ବ୍ଲକ ଉପାଧ୍ୟକ୍ଷା ସାଡି ଶାରଦା ରେଡ୍ଡୀ, ସହକାରୀ ଯନ୍ତ୍ରୀ ଲଗ୍ନଜିତ ସାହୁ ଓ ଅନ୍ୟ ମାନେ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ।ଏହି କୁଳଘର ସମାଜର ଏକତା,ସହଯୋଗ ଏବଂ ପବିତ୍ର ପରମ୍ପରା କୁ ଆଗକୁ ନେବାର ଏକ ମଜବୁତ ସ୍ତମ୍ଭ ଭାବେ ପରିଣତ ହେବ ବୋଲି ସମାଜ ପକ୍ଷରୁ ଆଶା ବ୍ୟକ୍ତ କରାଗଲା।ଗୋପାଳ ସମାଜର ସଭାପତି ଏବଂ ସମ୍ପାଦକ ଉପସ୍ଥିତ ସମସ୍ତ ଅତିଥି ଗଣ ଓ ଗୋପାଳ ସମାଜର କାର୍ଯ୍ୟକର୍ତ୍ତା ଧନ୍ୟବାଦ ଦେଇ ଉଦଘାଟନୀ କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ।
