କୃତ୍ରିମ ପ୍ରଜନନ କାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବି
ଛତ୍ରପୁର -୨୩/୧୧/୨୪(ଅରୁଣ କୁମାର ପଣ୍ଡା )ଜିଲ୍ଲାରେ କାର୍ଯ୍ୟରତ କୃତ୍ରିମ ପ୍ରଜନନ କାରୀଙ୍କୁ ସ୍ଥାୟୀ ନିଯୁକ୍ତି ନିମନ୍ତେ ଅଲ ଓଡିଶା ଏଆଇ ୱlର୍କର ଆସୋସିଏସନ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଦାବି ହୋଇଛି l ଏନେଇ ଜିଲ୍ଲା ସଭାପତି ନିରଞ୍ଜନ ପ୍ରଧାନ ଓ ସଦସ୍ୟ ଗଗନ ବେହେରାଙ୍କ ନେତୃତ୍ୱରେ ସଂଘ ପକ୍ଷରୁ ରାଜ୍ୟ ମସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ ସାକ୍ଷାତ କରି ସେମାନଙ୍କ ଦାବି ସମାର୍କରେ ଆଲୋଚନା କରିଛନ୍ତି l ଦୀର୍ଘ 14 ବର୍ଷ ଧରି ପଶୁ ସମ୍ପଦ ବିଭାଗ ସହିତ ସମ୍ପୃକ୍ତ ରହି ଗୋ ସମ୍ପଦ ବୃଦ୍ଧି ତଥା ଗୋପାଳକଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ କୃତ୍ରିମ ପ୍ରଜନନ କାରୀ ହିସାବରେ ବିନା ଦରମାରେ କାମ କରି ଆସୁଛନ୍ତି l ଏହାସହ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ଅହରହ ଚେଷ୍ଟା କରି ଆସୁଥିଲେ ମଧ୍ୟ ଆମ୍ଭମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉନାହିଁ l ଏଣୁ ଏସବୁ କାର୍ଯ୍ୟକ୍ରମ କୁ ଧ୍ୟାନ ରଖି ଗୋମିତ୍ରଙ୍କ ଭଳି ଆମ୍ଭମାନଙ୍କୁ ସରକାରୀ କ୍ଷେତ୍ରରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ନିନେଦନ କରିଛନ୍ତି l