ଜରାଜୀର୍ଣ୍ଣ ଅବସ୍ଥାରେ କୋଠରି

କୋଲନରା : ସରକାରୀ ଯୋଜନା କାହା ପାଇଁ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟ ସରକାର ସ୍ୱାସ୍ଥ୍ୟ ଶିକ୍ଷା ଓ ଲୋକଙ୍କ ସମସ୍ୟା ସମାଧାନ କରିବାକୁ କୋଠରି ଉପରେ କୋଠରି ନିର୍ମାଣ କରିବା ପାଇଁ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରୁଛନ୍ତି।ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ର ଝୋରଡି ଗ୍ରାମ ପଞ୍ଚାୟତ ରେ ଦୀର୍ଘ ବର୍ଷ ଧରି ସରକାରୀ କୋଠରି ନିର୍ମାଣ କରିଛନ୍ତି।କେତେ ଟଙ୍କାରେ ନିର୍ମାଣ ହୋଇଛି ତାହା ସ୍ୱଷ୍ଟ ଭାବେ ଜଣା ପଡୁନାହିଁ । ସରକାର ଙ୍କ କୌଣସି କାର୍ଯ୍ୟରେ ଆସୁନଥିବା ଦେଖିବାକୁ ମିଳୁଛି । ଉକ୍ତ କୋଠରି ଗୁଡିକ ବିଦ୍ୟୁତ ବିଭାଗର କିଛି କର୍ମଚାରୀ ଓ ଅନ୍ୟାନ୍ୟ ଲୋକ ମାନେ ନିଜ ଅଧିନରେ ରଖିଥିବା ଅଭିଯୋଗ ହୋଉଛି ।ସେହି କୋଠରି ରୁ ସରକାର ଙ୍କୁ କୌଣସି ରାଜସ୍ୱ ଆସୁନି କିମ୍ବା କୌଣସି ସାମାଜିକ କାର୍ଯ୍ୟରେ ଆସୁନଥିବା କହିଛନ୍ତି ଗ୍ରାମବାସୀ। ସରକାର କାହିଁକି
କେଜାଣି ଟଙ୍କା ଖର୍ଚ୍ଚ କରି ଠିକାଦାର ଙ୍କ ପକେଟ ଗରମ କରୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମିନାଝୋଲା କୁ ଲାଗି କୋଠରି ନିର୍ମାଣ ହୋଇଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ର କୋଠରି ନା ଆଉ କାହାର ବୋଲି ଜଣାପଡୁନାହିଁ । କାରଣ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ କୌଣସି କର୍ମଚାରୀ ରହୁନାହାନ୍ତି ତେଣୁ ସେହି କୋଠରି କେଉଁ ମାନଙ୍କର ବୋଲି ଅଭିଯୋଗ ହେଉଛ।ଯଦି ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ମାନଙ୍କ ପାଇଁ ନିର୍ମାଣ ହୋଇଛି ତେବେ ବିଦ୍ୟୁତ ବିଭାଗ କର୍ମଚାରୀ ମାନେ କି ଭଳି ଭାବେ ନିଜ କବ୍ଜାରେ ରଖିଛନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏହି କୋଠରି ସ୍ୱାସ୍ଥ୍ୟ ବିଭାଗ ନିଜ ଅଧିନକୁ ନେଇ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନେ କିଭଳି ରହି ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ବୁଝି ପାରିବେ ତାହା ଜିଲ୍ଲା ପ୍ରଶାସନ ରାୟଗଡ଼ା ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି।
ରିପୋର୍ଟ : ସଞ୍ଜୀବ କଣ୍ଡାଗ ରୀ