October 6, 2024

ଚମକିବ ପୀରଜାହାନିଆଁ ବେଳାଭୂମି ।

Share

ଚମକିବ ପୀରଜାହାନିଆଁ ବେଳାଭୂମି ।
ଦ୍ଵିତୀୟ ଦିବସରେ ସାହିତ୍ୟ ଆସର ।
ଅସ୍ତରଙ୍ଗ,,ସବୁ ବର୍ଷ ପରି ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ସର୍ବଧର୍ମ ସମନ୍ୱୟ ପୀଠ, ଅସ୍ତରଙ୍ଗ ର ପିର ବେଳାଭୂମିରେ ବୋଇତ ବନ୍ଦାଣ ସହିତ, ମହୋତ୍ସବ ସହ ସାହିତ୍ୟ ଆସର ଅନୁଷ୍ଠିତ ହେବାକୁ ଯାଉଅଛି । ଏହିସବୁ କାର୍ଯ୍ୟକ୍ରମ ର ପ୍ରସ୍ତୁତି ଜୋର୍ ସୋର ଆଗେଇ ଚାଲିଥିବା ବେଳେ,ଅଞ୍ଚଳ ର ଲୋକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇବାରେ ଲାଗି ଅଛି । ବିଶେଷ କରି ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ସହ ସାଜ ସଜାକୁ ଗୁରୁତ୍ଵ ଦିଆ ଜାଇ ଅଛି ।ଏହି ସବୁ କାର୍ଯ୍ୟକ୍ରମ ର ପ୍ରତିଦିନ ସନ୍ଧ୍ୟାରେ ଦୁଇ ଜଣ ବିଶିଷ୍ଟ ଅତିଥି ଯୋଗଦାନ କରିବାର ପ୍ରସ୍ତାବ ରହିଥିବା ବେଳେ,ଏହି ଅଞ୍ଚଳ ର କିଛି କୃତି ସନ୍ତାନ ମାନଙ୍କୁ ସମ୍ମାନିତ କରା ଯିବାର ପ୍ରସ୍ତାବ ରହି ଅଛି । ଦ୍ଵିତୀୟ ଦିବସ ତଥା ମଙ୍ଗଳବାର ସକାଳ ୧୦ଘଟିକା ଠାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ସାହିତ୍ୟ ଆସର ଅନୁଷ୍ଠିତ ହେବାକୁ ଥିବା ବେଳେ,ଏହି ଆସରରେ ରାଜ୍ୟର ଉଚ୍ଚମାନର ଅତିଥି ମାନେ ଉପସ୍ଥିତ ରହି ସାହିତ୍ୟ ଆଲୋଚନାଚକ୍ର କୁ ରୁଦ୍ଧିମନ୍ତ କରିବେ ବୋଲି ସଂଗଠନ ତରଫରୁ ଜଣା ପଡ଼ି ଅଛି । ଯାତ୍ରା ପଡିଆକୁ ଶୃଙ୍ଖଳିତ କରିବା ଲାଗି ବ୍ୟାପକ ପୋଲିସ ମୁତୟନ ସହ ସ୍ଥାନୀୟ ପଞ୍ଚାୟତ ତରଫରୁ ବହୁ କାର୍ଯ୍ୟକ୍ରମ ହାତକୁ ନିଆ ଯାଇ ଅଛି । ସୋମବାର ଦିନ ଭୋର ସମୟ ରେ ବେଳାଭୂମି ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମହୋତ୍ସବ କମିଟି ପକ୍ଷରୁ ଜଣା ପଡି ଅଛି । କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ ଦୁଇଦିନ ଧରି ହେବାକୁ ଥିବା ଏହିସବୁ କାର୍ଯ୍ୟକ୍ରମ ଗୁଡ଼ିକୁ ଶାନ୍ତି ଶୃଙ୍ଖଳା ସହ ଉପଭୋଗ କରିବାପାଇଁ ମହୋତ୍ସବ କମିଟି ତରଫରୁ ନିବେଦନ କରା ଜେ ଅଛି ।                                  ଦୁଃଶାସନ ନାୟକ,ଅସ୍ତରଙ୍ଗ