November 15, 2024

ଗଜପତି:- ଚୋରା ଗଞ୍ଜେଇ ଚାଲାଣ କୁ ନେଇ ଏସପି:ଙ୍କ ସାମ୍ବାଦିକ ସମ୍ମିଳନୀ : କାର ସହ ୭ ବସ୍ତା ଗଞ୍ଜାଇ ଜବତ : ୨ ଗିରଫ ଙ୍କୁ କୋର୍ଟ ଚାଲାଣ ।

Share

ଗଜପତି ଜିଲ୍ଲା ଆର: ଉଦୟଗିରି ଥାନା ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣ କୁ ଧରିବାରେ ସଫଳ ହୋଇଛନ୍ତି । ଏ ସଂକ୍ରାନ୍ତରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଗଜପତି ଏସପି: ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା , ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏହା କହିଛନ୍ତି। ।

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ରାଣୀପେଣ୍ଠ ଗ୍ରାମ ସ୍ଥିତ ଗଜପତି ଏସପି:ଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜେଇ ଚୋରା ଚାଲାଣ ଏବଂ ସେ ସବୁ ଉଦ୍ଧାର ସମ୍ପର୍କରେ ଅଧିକ ସୂଚନା ଦେଇ ଏସପି: ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା କହିଛନ୍ତି ଯେ , ଗଜପତି ଜିଲ୍ଲା ଆର: ଉଦୟଗିରି ଥାନା ଅନ୍ତର୍ଗତ ପରିମଳ – ଏନ: ଝାଲର ସିଂ ଗ୍ରାମ ରାସ୍ତାରେ ଏସଆଇ: ଶ୍ରୀ ସନ୍ଦୀପ ହେମ୍ରମ ତାଙ୍କ ଟିମ୍ ସହ ଦିନରେ ପେଟ୍ରୋଲିଂ କରୁଥିବା ବେଳେ କୌଣସି ସୂତ୍ରରୁ ଏକ ଖବର ପାଇଲେ ଯେ , ଏକ ମାରୁତି କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଛି । ପୋଲିସ ଦଳ ତତକ୍ଷଣାତ୍ ସେ ଅଞ୍ଚଳରେ ଏଲାର୍ଟ ରହି ପଣସପଦର ଛକ ଠାରେ ଯାଉଥିବା ସେହି କାର ଅଟକାଇ ତଲାସୀ କରି ସେଥିରେ ବସିଥିବା ଡ୍ରାଇଭର ଓ ଅନ୍ୟ ୨ ଜଣଙ୍କୁ ପଚରା ଉଚୁରା ପରେ ଜାଣିବାକୁ ପାଇଲେ ଯେ କାର ଓ ଡିକି ଭିତରେ ୭ ଟି ଜରି ଅଖା ବସ୍ତାରେ ଗଞ୍ଜେଇ ଭର୍ତ୍ତି ହୋଇ ରହିଛି ଚୋରା ଚାଲାଣ ପାଇଁ ।

ପୋଲିସ ତତକ୍ଷଣାତ୍ ଘଟଣା ସ୍ଥଳକୁ ନୂଆଗଡ ତହସିଲଦାର ମାଜିଷ୍ଟ୍ରେଟ ଓ ସାକ୍ଷୀଙ୍କୁ ଡକାଇ ତାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରିବା ପରେ ଜଣାଗଲା ଯେ , ସମସ୍ତ ଗଞ୍ଜେଇ ୨ କ୍ୟୁଣ୍ଟଲ ୧୬ କେଜି ୫୦୦ ଗ୍ରାମ ଥିବା ବେଳେ ତାର ଆନୁମାନିକ ମୂଲ୍ୟ ୩୬ ଲକ୍ଷ ୪୯ ହଜାର ୫୦୦ ଟଙ୍କା ହେବ ବୋଲି ।

ପୋଲିସ ଗଞ୍ଜେଇ ସହ ବ୍ୟବହୃତ କାର ନଂ- ଓ:ଆର:- ୦୨-ବିସି ୩୬୬୬ କୁ ଜବତ କରିବା ସହ ସଂପୃକ୍ତ ୨ଜଣ ଆସାମୀ ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଗୋଇବନ୍ଧ ଗ୍ରାମର ପ୍ରସାଦ ଘଣ୍ଟ(୨୫) ଏବଂ ଗଜପତି ଜିଲ୍ଲା ରା:ଉଦୟଗିରି ଥାନା ଅନ୍ତର୍ଗତ ଆଟିଲିମା ଗ୍ରାମର ରାନୁ ବେଣିଆ(୧୯)ଙ୍କୁ ଗିରଫ କରିଥିଲେ । ଘଟଣା ସ୍ଥଳରୁ ଅନ୍ୟ ଜଣେ ଆସାମୀ ମୌକା ଦେଖି ଅନ୍ୟତ୍ର ଚମ୍ପଟ ମାରିଥିଲା । ପୋଲିସ ଏ ସଂକ୍ରାନ୍ତରେ କେସ ନଂ- ୧୫୬ ତା:-୨୧/୧୦/୨୦୨୪ ଏନଡିପିଏସ: ଆଇନ ଧାରା ୟୁ/ଏସ ୨୦(ବି)(ii) ପ୍ରକାରେ ମକଦ୍ଦମା ରୁଜୁ କରି ଘଟଣାର ଅନୁସନ୍ଧାନ ଅଧିକାରୀ ଏସଆଇ ସ୍ବପ୍ନlରାଣୀ ବେହେରା ଘଟଣାର ଅଧିକ ତଦନ୍ତ ଜାରୀ ରଖିଛନ୍ତି ଏବଂ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏସପି: ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————