June 29, 2024

ସକାଳର ଖବର, ୨୩-ଅକ୍ଟବର -୨୦୨୩, ସୋମବାର*

Share

*╭──────────────────╮*
*🌄ସକାଳର ଖବର, ୨୩-ଅକ୍ଟବର -୨୦୨୩, ସୋମବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଦୁର୍ଗାପୂଜାକୁ ନେଇ ଚଳଚଂଚଳ ପୁରପଲ୍ଲୀ । ଆଜି ଶକ୍ତିପୀଠେ ବିଶ୍ରାମ , ମଣ୍ଡପରେ ମୃଣ୍ମୟୀ ଦେବୀଙ୍କ ନବମୀ ପୂଜା । ମାଙ୍କୁ ଦର୍ଶନ କରିବାକୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ l

➡️୨-ପାର୍ବଣ ପାଇଁ ଉତ୍ସବମୁଖର ଘଟଗାଁ ମା’ ତାରିଣୀଙ୍କ ପୀଠ। ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମା, ୫୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ l

➡️୩-ଗଗନଯାନର ଟିଭି-ଡି୧ର ପରୀକ୍ଷାମୂଳକ ଉତ୍‌କ୍ଷେପଣ ସଫଳ ହେବା ପରେ ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ l

➡️୪-ଡିସେମ୍ବର ୧୬ରେ ହେବ ହାଇସ୍କୁଲ ହିନ୍ଦୀ ଓ ସଂସ୍କୃତ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (ଟିଜିଟି) ନିଯୁକ୍ତିର ପୁର୍ନପରୀକ୍ଷା l ଏ ନେଇ ଆୟୋଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି l

➡️୫-୨୨୦ ଓଏଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର l ଆସନ୍ତା ୨୫ ତାରିଖ ସୁଦ୍ଧା ନିଜ ନୂଆ ସ୍ଥାନରେ ଯୋଗଦେବାକୁ ହେଲା ନିର୍ଦେଶ l

➡️୬-କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ସମ୍ପନ୍ନ ହେଲା ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ଲ ପ୍ରଥା ଆଗରେ ପୁଣି ମୁଣ୍ଡ ନୁଆଁଇଲା ପ୍ରଶାସନ, ବାରଣ ସତ୍ତ୍ବେ ପଡ଼ିଲା ବଳି l ହଜାରହଜାର ପ୍ରାଣୀଙ୍କ ରକ୍ତରେ ଭିଜିଲା ଜେନାଖାଲ ନିକଟରୁ ମାଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ରାଜରାସ୍ତା।

➡️୭-ଏଥର ୪ ଧାମ ଯାତ୍ରାରେ ଏକ ନୂତନ ରେକର୍ଡ ହେଲା ସ୍ଥାପନ, ୫୦ ଲକ୍ଷରୁ ଅଧିକ ଭକ୍ତ ଅର୍ଥାତ୍ ତୀର୍ଥଯାତ୍ରୀମାନେ ଚାର ଧାମ ଯାତ୍ରାରେ ପହଞ୍ଚିଲେ l

➡️୮-ଜୀ ସାର୍ଥକ ଦ୍ବରା ଆୟୋଜିତ ସଙ୍ଗୀତ ରିୟଲିଟି ସୋ’ ‘ସାରେଗାମାପା ଲିଟିଲ୍ ଚାମ୍ପ୍-୨୦୨୩’ରେ ତନୁଶ୍ରୀ ଜେନା ହେଲେ ବିଜୟୀ l ପୁରସ୍କାର ସ୍ବରୂପ ପାଇଲେ ଦୁଇ ଲକ୍ଷ ଟଙ୍କାର ଅର୍ଥରାଶି l

➡️୯-ଲଘୁଚାପ ବର୍ଷା ନେଇ ଏସ୍‌ଆରସି ପକ୍ଷରୁ ସତର୍କ ସୂଚନା ଜାରି: ଅକ୍ଟେବାର ୨୬ ଯାଏଁ ସମୁଦ୍ରକୁ ନଯିବା ପାଇଁ ମତ୍ସଜୀବୀଙ୍କୁ ଦେଲେ ପରାମର୍ଶ l

➡️୧୦-ବଲିଉଡର ଲୋକପ୍ରିୟ ଅଭିନେତା ଦଲିପ ତାହିଲଙ୍କୁ ମିଳିଲା ଦୁଇ ମାସର ଜେଲ ଦଣ୍ଡ l ୫ବର୍ଷ ପୁରୁଣା ମାମଲାରେ କୋର୍ଟ ଅଭିନେତାଙ୍କୁ ଦଣ୍ଡିତ କରିଛନ୍ତି।

➡️୧୧-ମାତା ବୈଷ୍ଣୋଦେବୀ ସ୍ରାଇନ୍‌ ୱେବ୍ ସାଇଟ୍‌ରେ Live ଦର୍ଶନ ସୁବିଧା ହେଲା ଲଞ୍ଚ, ଉଦଘାଟନ କଲେ ଜମ୍ମୁ-କାଶ୍ମୀର (LG) ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା l

➡️୧୨-ହିଜବୁଲ୍ଲାକୁ ନେତାନ୍ୟାହୁ ଦେଲେ ଚେତାବନୀ, କହିଲେ ସାବଧାନ! ଯଦି ଯୁଦ୍ଧକୁ ଓହ୍ଲାଅ ତେବେ ଲେବାନନ ପୂରା ଧ୍ୱଂସ କରିଦେବୁ l

➡️୧୩-ଦୀପାବଳି ପୂର୍ବରୁ ଦିଲ୍ଲୀରେ ‘ଅତି ଖରାପ’ ସ୍ତରକୁ ଗଲା ବାୟୁ ମାନ, ଏକ୍ୟୁଆଇ ୩୦୦ ଟପିଲା l

➡️୧୪-ଅପରେସନ ଅଜୟ : ୧୪୩ ଯାତ୍ରୀ ଧରି ଇସ୍ରାଏଲ୍‌ରୁ ଉଡ଼ାଣ ଭରିଲା ଭାରତୀୟ ବିମାନ l ଉଦ୍ଧାର ନାଗରିକଙ୍କ ମଧ୍ୟରୁ ୩ ଜଣ ନେପାଳ ନାଗରିକ ହୋଇଥିବା ବେଳେ ୩ ଜଣ ନବଜାତ ଶିଶୁ ଅଛନ୍ତି।

➡️୧୫-ରାଜସ୍ଥାନ କଂଗ୍ରେସ ଦ୍ୱିତୀୟ ପର୍ଯ୍ୟାୟରେ ୪୩ ଜଣ ପ୍ରାର୍ଥୀଙ୍କ ନାମ କଲା ଘୋଷଣା, ସେପଟେ ଛତିଶଗଡରେ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ଦଳ l

➡️୧୬-ଗାଜାରେ ବଢୁଥିବା ସଙ୍କଟର ମୁକାବିଲା ପାଇଁ ଭାରତ ଗାଜାବାସୀଙ୍କୁ ସାହାଯ୍ୟର ହାତ ବଢାଇଲା ଭାରତ l ଭାରତୀୟ ବାୟୁସେନାର ସି-୧୭ ବିମାନରେ ପାଖାପାଖି ୬.୫ ଟନ୍ ଚିକିତ୍ସା ସହାୟତା ଓ ୩୨ ଟନ୍ ରିଲିଫ ସାମଗ୍ରୀ ପଠାଗଲା l

➡️୧୭-ଗାଜା, ସିରିଆ, ଓ୍ବେଷ୍ଟ ବ୍ୟାଙ୍କକୁ ଟାର୍ଗେଟ କରୁଛି ଇସ୍ରାଏଲ, ଘର ଛାଡିଲେ ୨୩ ଲକ୍ଷ ଲୋକ l

➡️୧୮-ଆଇସିସି ବିଶ୍ବକପ : ବିରାଟ କୋହଲିଙ୍କ ଚମତ୍କାର ଇନିଂସ ବଳରେ ନ୍ୟୁଜିଲାଣ୍ଡକୁ ୫ ଓ୍ବିକେଟରେ ହରାଇଲା ଭାରତ l ଏହି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଯାଇଛି ଭାରତ । ୨୦୦୩ ପରେ ପ୍ରଥମ ଥର ପାଇଁ ବିଶ୍ବକପରେ ଭାରତଠାରୁ ହାରିଲା ନ୍ୟୁଜିଲାଣ୍ଡ l

➡️୧୯-ବିଶ୍ୱକପରେ ଶୁଭମନ ଗିଲ୍‌ଙ୍କ ବିଶ୍ୱ ରେକର୍ଡ, ଭାଙ୍ଗିଲେ ହାସିମ ଆମଲାଙ୍କ ୧୨ ବର୍ଷ ତଳର ରେକର୍ଡ l ଦିନିକିଆରେ ଦ୍ରୁତତମ ୨୦୦୦ ରନ୍ ପୂରା କରିଥିବା ପ୍ରଥମ ବ୍ୟାଟର ହେଲେ ଗିଲ୍। ତାଙ୍କ ପୂର୍ବରୁ ଦକ୍ଷିଣ ଆଫ୍ରିକା ବ୍ୟାଟର ହାସିମ ଆମ୍‌ଲା ଏହି ରେକର୍ଡ କରିଥିଲେ।

➡️୨୦-ବିଶ୍ବକପ୍‌: ଆଜି ଚେପକ୍‌ର ଚିଦାମ୍ବରମ୍‌ ଷ୍ଟାଡିୟମରେ ଚଳିତ ବିଶ୍ବକପ୍‌ ଲିଗ୍‌ ମ୍ୟାଚ୍‌ରେ ପାକିସ୍ତାନ ଓ ଆଫଗାନିସ୍ତାନ ହେବେ ମୁହାଁମୁହିଁ । ଲଗାତାର ଦୁଇ ପରାଜୟ (ଭାରତ, ଅଷ୍ଟ୍ରେଲିଆ) ପରେ ବାବର ଆଜମଙ୍କ ନେତୃତ୍ବାଧୀନ ପାକିସ୍ତାନ ଲାଗି ସେମିଫାଇନାଲ୍‌ ସ୍ଥାନ ଉଜ୍ଜୀବିତ ରଖିବା ପାଇଁ ଏହି ମ୍ୟାଚ୍‌ ଜିତିବା ହେବ ଗୁରୁତ୍ବପୂର୍ଣ୍ଣ l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ମୃଣ୍ମୟୀ ଦେବୀଙ୍କ ମହା ନବମୀ,*
*ପୀଠେ ବିଶ୍ରାମ, ସନ୍ଧିପୂଜା ll*
*🔅ଆଜିଠାରୁ ଶରତ ଋତୁ ଆରମ୍ଭ ll*
*🔅ଆଜି ଆନ୍ତର୍ଜାତୀୟ ତୁଷାର ଚିତାବାଘ ଦିବସ ll*
*🔅ଆଜି ଫୁସଫୁସ ସ୍ୱାସ୍ଥ୍ୟ ଦିବସ ll*
*🔅ଆଜି ଇଭେଣ୍ଟ ଆୟୋଜକ ଦିବସ ll*

*ବି. ଦ୍ର : ରାଜ୍ୟ ବାୟୁ ପ୍ରଦୂଷଣ ଯୋଗୁଁ ସ୍ନାୟୁଗତ ଦୁର୍ବଳତା, ହୃଦରୋଗ, ଆଜମା, ନିମୋକୋନିଓସିସ ଓ କ୍ୟାନସର୍ ଭଳି ରୋଗ ହେବାର ଆଶଙ୍କା ରହିଛି। ବାୟୁମଣ୍ଡଳକୁ ପ୍ରଦୂଷଣମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ, ଜନହିତରେ ଜାରି ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*