June 26, 2026

ପୋଖରୀରେ ପଶିଗଲା କାର,ଜଣେ ମୃତ ଦୁଇ ଗୁରୁତର ।

IMG-20231023-WA0008
Share

ପୋଖରୀରେ ପଶିଗଲା କାର,ଜଣେ ମୃତ ଦୁଇ ଗୁରୁତର ।
ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବଜାରରୁ ଏକ କାର ଦୃତଗତିରେ ରାତ୍ରରେ ନିକଟ ଡେରୁଣିଆ ଗ୍ରାମକୁ ଯାଉଥିବା ବେଳେ, ଆଳଙ୍ଗପୂର ଗ୍ରାମ ମୁଣ୍ଡରେ ଥିବା ଏକ ପୋଲ ପାଖ ପୋଖରୀରେ ପଡି ଯାଇଥିଲା । ଏହି ସମୟରେ କିଛି ଲୋକ ଦେଖି ପାଟି କରିବାରୁ ଗ୍ରାମ ଲୋକ ପହଞ୍ଚି ପାଣି ଭିତରେ ପଶି ଲୋକଙ୍କୁ ଉଦ୍ଧାର କରିଥିଲେ । କାର ଭିତରେ ଜଣେ ନା ବାଳକ ସହ ଚାରିଜଣ ଲୋକ ଥିଲେ । ସେମାନଙ୍କୁ ସାଥୀ ସାଥୀ ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ର କୁ ନିଆଯାଇ ଥିଲା । ସେଠୀ ଚାରିଜଣ ପହଞ୍ଚିବା ପରେ, ନାବାଳକ ସମେତ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ, ଡେରୁଣିଆ ଗ୍ରାମର ଶ୍ରୀଧର ମହାନ୍ତି ଙ୍କୁ ଡକ୍ଟର ମୃତ ଘୋଷଣା କରିଥିଲେ । ଡ୍ରାଇଭର ସୁସ୍ଥ ଅବସ୍ଥାରେ ସେଠାରୁ ପଳାଇ ଯାଇ ଥିବାର ଦେଖା ଯାଇଥିଲା ।ମୃତକ ଙ୍କ ଶବକୁ ଅସ୍ତରଙ୍ଗ ପୋଲିସ ଜବତ କରି ସବ ବ୍ୟବଛେଦ ନିମନ୍ତେ ଚରିଛାକ ଗୋଷ୍ଠୀ ସ୍ବାସ୍ଥ କେନ୍ଦ୍ର କୁ ପଠାଇ ଏକ ମାମଲା ରୁ୍ଜୁ କରି ତଦନ୍ତ ଜାରି ରଖିଛି ।

You may have missed