June 26, 2026

ଶିକ୍ଷକ ମନୋରଞ୍ଜନ ତ୍ରିପାଠୀଙ୍କ ଦେହାନ୍ତ 

IMG-20240923-WA0036
Share

ବୁଗୁଡା ବ୍ଲକ ସୋରଡ ଗ୍ରାମସ୍ଥ ଶ୍ରୀ ବାଲୁଙ୍କେଶ୍ବର ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ମନୋରଞ୍ଜନ ତ୍ରିପାଠୀ(୪୧)ଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ଯକୃତ ସମସ୍ଯା ଯୋଗୁଁ ସେ ଦୀର୍ଘଦିନ ହେଲା ଶାରୀରିକ ଅସୁସ୍ଥତା ଅନୁଭବ କରିଆସୁଥିଲେ । ଗତକାଲି ସେ ବୁଗୁଡା ମେଡିକାଲକୁ ଆସି ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ତେବେ ଆଜି ସକାଳେ ପୁଣି ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭଞ୍ଜନଗର ମେଡିକାଲକୁ ନିଆଯାଇଥିଲା ଏବଂ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ଯୁରେ ସୋରଡ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିବାବେଳେ ସୋରଡ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏକ ଶୋକସଭା କାଳରେ ନୀରବ ପ୍ରାର୍ଥନା କରାଯାଇ ସ୍ବର୍ଗତ ଶିକ୍ଷକଙ୍କ ଅମର ଆତ୍ମାର ସଦ୍ ଗତି କାମନା କରାଯାଇଥିଲା । ତାଙ୍କର ପୈତୃକ ଗ୍ରାମ ଲଙ୍ଗଳେଶ୍ଵର ହୋଇଥିବା ବେଳେ ସେ ସୋରଡ ଗାଁରେ ଏକ ଭଡାଘରେ ରହି ଶିକ୍ଷକତା କରୁଥିଲେ ।

You may have missed