November 26, 2024

ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲା କରଣ ସମାଜ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ।

Share

 

ପାରଳାଖେମୁଣ୍ଡି:୨୩/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ରବିବାର ଦିନ ଦଶଟା ବେଳେ ଗଜପତି କରଣ ସମାଜର ପ୍ରଥମ ବାର୍ଷିକ ଉତ୍ସବ ପାଳନ ଉପଲକ୍ଷେ ବିଦ୍ୟାର୍ଥୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଗଜପତି କରଣ ସମାଜର ଉପଦେଷ୍ଟା ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ଙ୍କ ସଂଯୋଜନାରେ ସଭାପତି ଶ୍ରୀ ଭେଙ୍କେଟେଶ୍ୱର୍ ପଟନାୟକଙ୍କ ସଭାପତିତ୍ବରେ ମୁଖ୍ୟ ସମ୍ପାଦକ ଶ୍ରୀ ଅମିତ କୁମାର ପଟ୍ଟନାୟକ, ସମ୍ପାଦିକା ଅରୂପଞ୍ଜଳି ମହାନ୍ତି, କୋଷାଧ୍ୟକ୍ଷ ଶ୍ରୀ ହରି ମୋହନ ପଟ୍ଟନାୟକ ଙ୍କ ସହ ଅନ୍ୟ ଅତିଥି ଜଜ୍ ମାନେ ମଞ୍ଚସ୍ଥ ହୋଇ ଆଜିର ପ୍ରତିଯୋଗୀତା ସମର୍କରେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଦୁଇ ବର୍ଗଙ୍କ ପାଇଁ ଚିତ୍ରାଙ୍କନ, ତର୍କ ଏବଂ ଶାସ୍ତ୍ରୀୟ ଗୀତ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା । ଏଥିରେ ଚିତ୍ରାଙ୍କନ ପ୍ରତିଯୋଗିତା କନିଷ୍ଠ ବିଭାଗ ନିମନ୍ତେ ମା ପାଈଁ ଗଛଟିଏ ବିଷୟ ଉପରେ ଆଦର୍ଶ ମାଳି ଗାନ୍ଧୀ ( ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ)ଦ୍ଵିତୀୟ ଗୌତମ ଶବର ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟସ୍ଵପ୍ନ।ରାଣୀ ଗମାଙ୍ଗ ସେଞ୍ଚୁରିଆନ ପବ୍ଲିକ ସ୍କୁଲ,ତୃତୀୟ ଶୁଭଶ୍ରୀ ସାହୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରସ୍ୱର୍ଣ୍ଣ ଲକ୍ଷ୍ମୀ ବେହେରା ସେଞ୍ଚୁରିଆନ ପବ୍ଲିକ ସ୍କୁଲ,ସିନିୟର୍ ନିମନ୍ତେ ସନ୍ଧ୍ୟା କଳିନ ପଲ୍ଲୀର ଦୃଶ୍ୟ ବିଷୟ ବସ୍ତୁ ଉପରେ ପ୍ରଥମ ଏରିଶ୍ମିତ ମଣ୍ଡଳ ମହେନ୍ଦ୍ରଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଦ୍ଵିତୀୟ ତୁଙ୍ଗାନି ହର୍ଶ ମହେନ୍ଦ୍ରଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ସୁଧାଂଶୁ ଶେଖର ବିଶୋଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ତୃତୀୟ ବିଶ୍ୱଜିତ୍ ପଲେଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ଆଲିକାଳ ଭୂୟାଁ ଗାନ୍ଧୀସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ସେହିପରି ତର୍କ ପ୍ରତିଯୋଗିତାରେ ଜୁନିଅର୍ ନିମନ୍ତେ ମୋ ଜୀବନ ର ଲକ୍ଷ୍ୟ ବିଷୟ ବସ୍ତୁ ଉପରେପ୍ରଥମ – ତନିଷ୍କା ଦାସ (ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦ୍ଵିତୀୟଏଲ.ସୌମ୍ୟା ଶୁଭ ଦର୍ସନି ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ତୃତୀୟଅଙ୍କିତା ରାଇକା ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଜସ୍ମିନ ବରାଡ ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟସାୟୀ ସ୍ନିଗ୍ଧା ପଟ୍ଟନାୟକ କେନ୍ଦ୍ରୀୟ ବିଦ୍ୟାଳୟଏବଂ ତର୍କ ସିନିୟର୍ ବର୍ଗ ପାଇଁ ବାସ୍ତବରେ ମୁଁ ସ୍ବାଧିନ କି?ବିଷୟ ବସ୍ତୁ ଉପରେ ପ୍ରଥମ ସ୍ନୋୟୀ ଯୋଷିକା ଦାସ ସେଞ୍ଚୁରିଆନ ପବ୍ଲିକ ସ୍କୁଲଦ୍ଵିତୀୟ – ଏଲ ପ୍ରଜ୍ଞା ପ୍ରିୟ ଦର୍ଶିନୀ ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ତୃତୀୟକ୍ରିଷ୍ଣା କୁମାରୀ ରାଉତ ବର୍ଶିତା ଦାସ,ଅରୂପା ପଣ୍ଡା ସେହିପରି ଶାସ୍ତ୍ରୀୟ ଗୀତ ପ୍ରତିଯୋଗୀତା ସିନିୟର୍ ବର୍ଗ ଗୋପାଳ କୃଷ୍ଣ ପଦ୍ୟାବଳୀ ରେ ପ୍ରଥମ – ନୟନା ପଟ୍ଟନାୟକ ଦ୍ଵିତୀୟ ଅଂଶୁମାନ ଶତପଥୀ, ନିକିତା ପାଣିଗ୍ରାହି ତୃତୀୟ ଅର୍ଚ୍ଚନା ରଥ ଏବଂ ଜୁନିଅର ବର୍ଗ ରେ ପ୍ରଥମ ଆଦିତ୍ୟ କୁମାର ପାଢୀ ଦ୍ଵିତୀୟ ସଲିଲ କୁମାର ମହାନ୍ତି

ତୃତୀୟ ସୂଜଲ କୁମାର ମହାନ୍ତିରାସେଶ୍ୱରୀ ପଣ୍ଡାପ୍ରମୁଖ କୃତି ହାସଲ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀ ନେତ୍ରାନନ୍ଦ ପଟ୍ଟନାୟକ ମତାଙ୍ଗିନି ଗୁରୁ,ଦେବୀ ପ୍ରାସାଦପଟ୍ଟନାୟକଙ୍କ ସହ ଅନ୍ୟ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.