ସାତ୍ତ୍ବିକ୍ ଫାଉଣ୍ଡେସନ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆଲୋଚନା ଚକ୍ର
ସାତ୍ତ୍ବିକ୍ ଫାଉଣ୍ଡେସନ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆଲୋଚନା ଚକ୍ର
ବୁଗୁଡ଼ା : ତା ୨୩/୦୯/୨୩ : ସ୍ନାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସାତ୍ତ୍ଵିକ୍ ସାଉଲ୍
ଫାଉଣ୍ଡେସନ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ
ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ
କାର୍ଯ୍ୟକ୍ରମରେ ପ୍ରଧାନାଚାର୍ଯ୍ଯ ଉତ୍ତମ କୁମାର ମହାରଣା
ଯୋଗ ଦେଇ ଜାଗତିକ ଉଷ୍ମତା ବୃଦ୍ଧି ଓ ଓଜୋନ୍ ସ୍ମର
ହ୍ରାସ ଆଦି ଜଳବାୟୁ ପରିବର୍ତ୍ତନର ଦୁଇଟି ଦିଗ ଉପରେ
ଆଲୋକପାତ କରିଥିଲେ । ଆୟୋଜକ ସଂସ୍ଥାର
ଇପ୍ସିତା ଦାଶ, ବିନାୟକ ପାଢୀ ଓ ସୁନିଲ୍ କୁମାର ରାଉତ ପ୍ରମୁଖ ଜଳବାୟୁ ପରିବର୍ତ୍ତନର କାରଣରୁ ସୃଷ୍ଟି ବିଭିନ୍ନ ସମସ୍ୟା ଓ ବିପର୍ଯ୍ୟୟର ଆଶଙ୍କା ସମ୍ପର୍କେ ଅବଗତ କରାଇ ଜଙ୍ଗଲ ଓ ପରିବେଶ ସୁରକ୍ଷା ପ୍ରତି ମାନବଜାତି ସଚେତନ ରହିବା ସହ ଆବଶ୍ୟକୀୟ ସଂକଳ୍ପବଦ୍ଧ ମୂଳକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଏ ନେଇ ଆସନ୍ତା ସୋମବାର ଦିନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ବିଷୟରେ କୁଇଜ୍ ପ୍ରତିଯୋଗିତା ଆୟୋଜିତ କରି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଫାଉଣ୍ଡେସନ୍ ପକ୍ଷରୁ ପ୍ରକାଶ ପାଇଛି ।