ପ୍ରକଳ୍ପ ସ୍ତରୀୟ ପୋଷଣ କାର୍ଯ୍ୟକ୍ରମ
ପ୍ରକଳ୍ପ ସ୍ତରୀୟ ପୋଷଣ କାର୍ଯ୍ୟକ୍ରମ
ସାରା ଦେଶରେ ସେପ୍ଟେମ୍ବର ୧ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଜାତୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ କୁକୁଡ଼ାଖଣ୍ଡି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ କୁକୁଡ଼ାଖଣ୍ଡି ବ୍ଳକର ବାଲିପଡା ସେକ୍ଟର ଘାଟିପାରି ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହ ଠାରେ ଅଙ୍ଗନୱାଡି କର୍ମୀ ମାନେକୁ ନେଇ ପୋଷଣ ମାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଅଭିଦା ପର ଭିନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡିପିସି ଦେବବ୍ରତ ମହନ୍ତ, କୁକୁଡାଖଣ୍ଡି ଅତିରିକ୍ତ ତହସିଲଦାର ଶୁଭ ସ୍ମିତା ଦାସ, ସ୍ଵାଗତିକା ରଥ , ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ପ୍ରଧାନ, ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତି କୁମାରୀ ପଣ୍ଡା ସମେତ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ବେଳେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ କୁସୁମ କୁମାରୀ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ନିର୍ଭୟ କଢି କାର୍ଯ୍ୟକ୍ରମ , ବିଜୁ କନ୍ୟାରତ୍ନ ଯୋଜନା ଓ ନବ ଜନ୍ମିତ ଶିଶୁକୁ ଦୁଇ ବର୍ଷ ପର୍ଯ୍ୟନ୍ତ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ପୁଷ୍ଟିକର ଖାଦ୍ୟ ତଥା ମାଣ୍ଡିଆ , ଗହମ , ଶାଗ , ଛତୁଆରେ ବିଭିନ୍ନ ପ୍ରକାର ପୁଷ୍ଟିକର ଓ ସୁସ୍ୱାଦ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା । ଏହି ଖାଦ୍ୟ ସେବନ କରିବା ଦ୍ଵାରା ମାଆ ଓ ଶିଶୁମାନେ ଅପପୃଷ୍ଟି ରୋଗରୁ ମୁକ୍ତି ପାଇବା ସହ ଜନ୍ମିତ ଶିଶୁମାନେ ରୋଗମୁକ୍ତ ହୋଇପାରିବେ । ଏହି ସବୁ ଖାଦ୍ୟ ପଦାର୍ଥ ଖାଇବା ଦ୍ଵାରା ଗର୍ଭବତୀ ମହିଳାମାନେ ନିଜର ଯତ୍ନ ନେବା ସହ ନିଜ ନିକଟରେ ମିଳୁଥିବା ଖାଦ୍ୟ ଶସ୍ୟକୁ କିପରି ସୁଷମ ଖାଦ୍ୟ ପ୍ରସ୍ତୁତ କରି ଖାଇବେ ସେ ନେଇ ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ । ଏଥିସହ ନବ ଜନ୍ମିତ ଶିଶୁକୁ ଦୁଇ ବର୍ଷ ପର୍ଯ୍ୟନ୍ତ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ସମନ୍ବୟ ବିଭାଗ ର ସୁପରଭାଇଜର ଲିଜା ସେଠୀ ସଭା ପରିଚାଳନା କରିଥିଲା, ଅଙ୍ଗନବାଡ଼ି କର୍ମୀ ସଂଘ ସଭାନେତ୍ରୀ ମାଣିକେଶ୍ଵରୀ ପଟ୍ଟନାୟକ, ସମ୍ପାଦିକା ସୁଦଷ୍ଠା ପଟ୍ଟନାୟକ,କେଷାଧ୍ୟକ୍ଷା ପ୍ରମିଳା ଜେନା, ସଦସ୍ୟଗଣ ସଂଯୁକ୍ତା କୁମାରୀ ସାହୁ, ଏ.ଲକ୍ଷ୍ମୀ, ପି.ସୁଶୀଳା, ଇନ୍ଦିରା ପାତ୍ର, ଲଳିତା ସାହୁ, ଶାନ୍ତିଲତା ଦେବୀ, ଗୀତାଞ୍ଜଳି ମାଝି, ଓ ସୁପରଭାଇଜର ମାନେ ହେଲେ ଉଷା ପଟ୍ଟନାୟକ,ସ୍ମିତାମୟୀ ପ୍ରଧାନ, ମମତା କୁମାରୀ ପଣ୍ଡା, ପ୍ରତିଭା ମହାନ୍ତି, ସବିତା ଜେନା, ଶର୍ମିଷ୍ଠା ପଣ୍ଡା, ଶାନ୍ତିଲତା ଗମାଙ୍ଗ, ଛବିଲତା ଦେବୀ, ସ୍ୱର୍ଣ୍ଣଲତା ଦେବୀ, ବାପିନା ବିଷୋୟୀ ,ଏଏନଏମ ପଙ୍କଜ ଦେବୀଙ୍କ ସମେତ ବାଲିପଡା ସେକ୍ଟର ସମସ୍ତ ଅଙ୍ଗନବାଡ଼ି କର୍ମୀ , ସହାୟିକା ଓ ଗର୍ଭବତୀ ମା , ସ୍ବୟଂ ସହାୟକ ଗୋଷ୍ଠୀର ମାଆମାନେ , ପ୍ରାକ ବିଦ୍ୟାଳୟର ଶିଶୁ , କିଶୋରୀ ବାଳିକାମାନେ ଉପସ୍ଥିତ ଥିଲେ । କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ