ଗଜପତି:- ବାଲ୍ୟ ବିବାହ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଗଜପତି:- ବାଲ୍ୟ ବିବାହ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।
———————————————- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ କତଲକଇଠା ପଞ୍ଚାୟତ’ର ସରକାରୀ ଉଚ୍ଚ ବିଦ୍ୟାଳୟ, ଜାଜପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କୈଳାଶ ସତ୍ୟର୍ଥୀ ଚିଲଡ୍ରେନ ଫାଉଣ୍ଡେସନ ଓ ସିସିଡି: ଆନୁକୁଲ୍ୟ’ରେ ବାଲ୍ୟ ବିବାହ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସାତ୍ମିକ୍ କୁମାର ପଟ୍ଟନାୟକ ପ୍ରଦୀପ ପ୍ରଜ୍ଵଳିତ କରି ଶୁଭ ଆରମ୍ଭ କରିଥିବା ବେଳେ ବାଲ୍ୟ ବିବାହ ଜିଲ୍ଲା ସଂଯୋଜକ ଶ୍ରୀ ବିଜୟ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର/ଛାତ୍ରୀ ମାନଙ୍କ ଜରିଆ’ରେ ଜାଜପୁର ଗ୍ରାମ’କୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ପରିଣତ କରିବା ପାଇଁ ବିଦ୍ୟାଳୟ ସ୍ତରରେ ଶପଥ ପାଠ କରାଇଥିଲେ । ଏଥି ସମେତ ୦-୧୮ ବର୍ଷ ବୟସର ଛାତ୍ରୀ ଓ ୦-୨ ୧ ବର୍ଷ ବୟସର ଛାତ୍ର ମାନଙ୍କ ମୁଖ୍ୟ ଚାରୋଟି ଅଧିକାର ଯଥା:- ବଞ୍ଚିବା , ସୁରକ୍ଷା , ବିକାଶ ଓ ସହ ଭାଗିତା ଅଧିକାର ଉପରେ ଆଲୋକପାତ କରିଥିଲେ ।
ବାଲ୍ୟ ବିବାହ ଦ୍ଵାରା ଝିଅ ଓ ପୁଅ’ର ଶିକ୍ଷାର ଅଭାବ , ଆର୍ଥିକ ଅବସ୍ଥା , ପରିବାର’ର ବୋଝ ଓ ତତ୍ ସଙ୍ଗେ ସଙ୍ଗେ ବାଲ୍ୟ ବିବାହ ଫଳରେ ସରକାର’ଙ୍କ ଦଣ୍ଡ ବ୍ୟବସ୍ଥା ଇତ୍ୟାଦି ଉପରେ ମଧ୍ୟ ସଚେତନତା ସୃଷ୍ଟି କରିଥିଲେ ।
ବିଦ୍ୟାଳୟ’ର ଅଷ୍ଟମ , ନବମ ଓ ଦଶମ ଶ୍ରେଣୀ ର ୧୨୦ ଜଣ ଛାତ୍ର/ଛାତ୍ରୀ ଏହି ସଚେତନତା କାର୍ଯ୍ୟକ୍ରମ’ରେ ଅଂଶଗ୍ରହଣ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଶିକ୍ଷୟତ୍ରୀ ନର୍ମଦା ଦେ଼ଇ , ଚପଳା ପାଣିଗ୍ରାହୀ , ଏମ: ପ୍ରିୟଙ୍କା ପ୍ରମୁଖ ମଞ୍ଚାସିନ ଥିବାବେଳେ , ଶିକ୍ଷୟତ୍ରୀ ବବିତା ପୁରୋହିତ ସ୍ଵାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ’ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।
ଶ୍ରୀ ମୋହନ ବାରିକ , ଶ୍ରୀ ଗୌଡ଼ ଗୌରି , ଗୀତାଞ୍ଜଳି ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————-