October 13, 2026
IMG-20260823-WA0012
Share

1- ମଝି ସମୁଦ୍ରରେ ବୁଡ଼ିଗଲା ବଡ ମାଲବାହୀ ଜାହାଜ। 2- ଜାହାଜରେ ଥିଲେ 24 ଜଣ କ୍ର୍ୟୁ ମେମ୍ବର, 3- ପାରାଦ୍ଵୀପ ବନ୍ଦର ରୁ ଲୁହାପଥର ନେଇ ଚାଇନା ଯାଉଥିବା ପଣ୍ୟବାହୀ ଜାହାଜ ଓସେନ୍ ଓ୍ବେଆର ମଝି ସମୁଦ୍ରରେ ବୁଡ଼ି ଯାଇଛି। 4- ଜାହାଜ ରେ ୨୦ ଜଣ ଚାଇନା ନାଗରିକ, ଜଣେ ବାଙ୍ଗଲାଦେଶ ନାଗରିକ ଓ ୩ ଜଣ ଇଣ୍ଡୋନେସିଆ ନାଗରିକ ଥିଲେ। ଏହି ୨୪ ଜଣ କ୍ରୀୟୁ ସଦସ୍ୟ ଥିବା ଜାହାଜ ଗତ ୨୦ ତାରିଖରେ ପାରାଦ୍ଵୀପ ବନ୍ଦର ଛାଡ଼ି ଚାଇନା ଅଭିମୁଖେ ଯାଉଥିଲା। ମାତ୍ର ପାରାଦ୍ଵୀପ ଠାରୁ ୨୪୦ ନଟିକାଲ ମାଇଲ ବା ପାଖାପାଖି ୩୮୪ କିଲୋମିଟର ଭାରତୀୟ ଆନ୍ତର୍ଜାତୀୟ ଜଳସୀମା ନିକଟରେ ବୁଡିଥିବା ସୂଚନା ମିଳିଛି। ୨୧ ତାରିଖ ଠାରୁ ଉକ୍ତ ଜାହାଜ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଏହାକୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ମାତ୍ର ଆଜି ଉକ୍ତ ଜାହାଜ ର ଅବସ୍ଥିତି ସମ୍ପର୍କରେ ସୂଚନା ମିଳିଛି ଏବଂ ଆଣ୍ଡାମାନ ର କୋଷ୍ଟଗାର୍ଡ ଓ ନ୍ୟାଭି ଉକ୍ତ ସ୍ଥାନରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିବା ସୂଚନା ମିଳିଛି। ଏଥିସହିତ ପାରାଦ୍ଵୀପ ର କୋଷ୍ଟଗାର୍ଡ ଜାହାଜ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି। ଏହି ବଡ଼ ଅଘଟଣର ମୁଖ୍ୟ କାରଣ ଓଦା ଲୁହାପଥର ବୋଲି କୁହାଯାଉଛି। ଗତ କିଛିଦିନ ହେଲା ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ପାରାଦ୍ଵୀପ କୁ ଆସୁଥିବା ଲୁହାପଥର କୁ ସଠିକ୍ ସୁରକ୍ଷାର ସହିତ ଅଣାଯାଉନଥିବା ଦେଖିବାକୁ ମିଳିଛି। ଏଥିସହିତ ଲୁହାପଥର ପାରାଦ୍ଵୀପ ବନ୍ଦର ମଧ୍ୟରେ ଥିବା ଖୋଲା ପ୍ଲଟ ରେ ଗଚ୍ଛିତ ରଖାଯାଇ ଏହାକୁ ଜାହାଜରେ ଲୋଡିଂ କରାଯାଉଛି। ଫଳରେ ଜାହାଜ ରେ ଯେତିକି ଉଚ୍ଚତା ପର୍ଯ୍ୟନ୍ତ ଲୁହାପଥର ଲୋଡ଼ି ହେଲେ ଏହାର ଓଜନ ଜାହାଜ କ୍ଷମତା ଭିତରେ ରହିବା କଥା ତାହା ରହୁନାହିଁ। ଓଦା ଆଇରନ ଗୁଡିକ କାଦୁଆ ଆକାରରେ ଲୋଡିଂ ଯୋଗୁଁ ଏହାର ଓଜନ ପାଖାପାଖି ଦୁଇରୁ ତିନି ଗୁଣା ହେଉଛି। ଏହାଛଡା ଲୋଡିଂ ପରେ ଲୁହାପଥର ତଳେ ବସିଯିବା ପରେ ଉପରେ ପାଣି ଗୁଡିକ ଜାହାଜ ର ଭାରସାମ୍ୟ ବିଗାଡିବାର ପ୍ରମୁଖ କାରଣ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ତେବେ ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ଏବେବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed