April 29, 2026

ମାଙ୍କଡ ଛୁଆକୁ ଉଦ୍ଦାର କଲେ ବନ କର୍ମଚାରୀ 

IMG-20250823-WA0070
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ଶନିବାର ଦିନ ଅତାବିରା ର କୁଲିତା ଟୁକୁରା ଗ୍ରାମରେ ଆଲୋକ ପଧାନଙ୍କ ଘର ଉପରେ ଫୁଟବଲ ଜାଲରେ ଗୋଟିଏ ମାଙ୍କଡ ଛୁଆ ଲାଗି ଯାଇଥିଲା l ଏହି ଦୃଶ୍ୟ ଦେଖି ଆଲୋକ ପଧାନ ପ୍ରକୃତିବନ୍ଧୁ ତଥା ପର୍ବତାରୋହୀ ଆଶୀର୍ବାଦ ମହାପାତ୍ରଙ୍କୁ ଡାକିଥିଲେ l ସେ ଆସି ମାଙ୍କଡ ଛୁଆକୁ ଜାଲରୁ ମୁକ୍ତ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ମାଙ୍କଡ ଛୁଆର ମା ତାକୁ ଛାଡି ଯାଉନଥିଲା ଏବଂ ତାଙ୍କ ଗୋଷ୍ଠୀ ସହିତ ଆକ୍ରମଣ କରୁଥିଲା l ତାପରେ ଆଶୀର୍ବାଦଙ୍କ ଅନୁରୋଧ କ୍ରମେ ବନବିଭାଗ କର୍ମଚାରୀ ପ୍ରକାଶ ବାଗ ଓ ଡୋଳାମଣୀ ଭୁଏ ଆସିଥିଲେ,ତାପରେ ଶ୍ରୀ ମହାପାତ୍ରଙ୍କ ତାଙ୍କ ସହିତ ମିଶି ଦୀର୍ଘ ୩.୩0 ଘଣ୍ଟାର ପ୍ରକ୍ରିୟା ପରେ ମାଙ୍କଡ ଛୁଆ କୁ ଉଦ୍ଧାର କରାଯାଇଥିଲା lବଳିଷ୍ଠ ପଧାନ, ନକୁଳ ପଧାନ, ସହଦେଵ ପଧାନ, ପିଣ୍ଟୁ ପଧାନ,ଆଲୋକ ପଧାନ, ସ୍ୱାଧୀନ ପଧାନ ଙ୍କ ସହଯୋଗରେ ଏହି ପ୍ରକ୍ରିୟା ସଫଳ ହୋଇଥିଲା l ଶେଷରେ ଆଲୋକ ପଧାନ ଏହି ଦୁଃସାହାସିକ କାମ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l