ବିଷପାନ ଯୋଗୁଁ ମହିଳାଙ୍କ ମୃତ୍ୟୁ
ବୁଗୁଡା : ତା ୨୩/୦୭/୨୪ : ବୁଗୁଡା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ କାଦପଡା ଗ୍ରାମର ଜନୈକା ମହିଳା ବିଷପାନ କରି ମୃତ୍ଯୁ ବରଣ କରିଥିବା ଜଣାଯାଇଛି । ମୃତା ମହିଳା ଜଣକ ହେଲେ କାଦପଡା ଗାଁର ମାଧବ ସ୍ବାଇଁଙ୍କ ପତ୍ନୀ ବିରାଜିନୀ ସ୍ବାଇଁ (୪୭) । ପ୍ରକାଶ ଯେ , ଆଜି ସକାଳେ ପାରିବାରିକ କଳହ ଓ ମାନସିକ ଅଶାନ୍ତି ଯୋଗୁଁ ବିରାଜିନୀ ପୋକ ନହେବା ପାଇଁ ଚାଉଳରେ ରଖା ଯାଉଥିବା ବିଷକୁ ଖାଇ ଦେଇଥିଲେ । ଏ କଥା ଜାଣିପାରି ଘର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ବୁଗୁଡା ମେଡିକାଲକୁ ଆଣିଥିଲେ । ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ଯବଛେଦ ପାଇଁ ପଠାଇବା ସହ କେସ୍ ନଂ ୧୭/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି ।