November 15, 2024
Share

 

୧-ଭୁବନେଶ୍ୱର:ବିଧାନସଭା ଅଚଳାବସ୍ଥା ଜାରି, ବିରୋଧୀଙ୍କ ହଟ୍ଟଗୋଳ,ଗୃହ ବାରଂବାର ମୁଲତବୀ।

 

୨-୨୪ରୁ ଛେଚିବ ବର୍ଷା,ମତ୍ସ୍ୟଜିବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ।

 

୩-ଉପରମୁଣ୍ଡରେ ବର୍ଷା କାରଣରୁ,ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ୬ଟି ଗେଟ୍‌।

 

୪-ଆଜି ଦିନ ୯ଟାରେ ଖୋଲିବ ରେଙ୍ଗାଲି ଡ୍ୟାମ ଗେଟ୍,ଏବେ ଜଳସ୍ତର ଅଛି ୧୨୧.୦୯ ମିଟର।

 

୫-ଭଞ୍ଜନଗର:ପାଣିମଡାକୁ କେନ୍ଦ୍ରକରି ରକ୍ତାକ୍ତ ସଂଘର୍ଷ,ଜଣେ ମୃତ,୬ ଗୁରୁତର ।

 

୬-ଚିକିଟି ମଦ ମୃତ୍ୟୁର ହେବ ଆରଡିସି ତଦନ୍ତ : ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

 

୭-ଦେବଗଡ଼ରେ ଅଛି ସୁନା ଖଣି, ବିଧାନସଭାରେ ସ୍ପଷ୍ଟ କଲେ ଖଣି ମନ୍ତ୍ରୀ।

 

୮-ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ପାଇଲେ ଓଡିଆ ବୈଜ୍ଞାନିକ ଡ.ଦିଗେନ୍ଦ୍ର ନାଥ ସ୍ବାଇଁ।

 

୯-କଟକ:ଗିନି ସିଏନଟି ସଭାପତିଙ୍କ ବରିଷ୍ଠ ପରାମର୍ଶଦାତା ହେଲେ ଅଚ୍ୟୁତ ସାମନ୍ତ।

 

୧୦-ବଲାଙ୍ଗୀର:ଅଭିଯୁକ୍ତଙ୍କୁ ଧରିବାକୁ ଯିବା ବେଳେ ପୋଲିସକୁ ଆକ୍ରମଣ, IICଙ୍କ ସମେତ ୨ ଆହତ।

 

୧୧-ରାଜ୍ୟରେ ୧,୨୦,୩୬୭ ଘରଡ଼ିହ ଶୁନ୍ୟ ପରିବାର ଅଛନ୍ତି: ସର୍ଭେ

 

୧୨-କେନ୍ଦ୍ରାପଡା ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ୫ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ଲିଲିତା ଦାସ।

 

୧୩-ବ୍ରହ୍ମପୁରରେ ନାଳରେ ଭାସିଯାଇ ନାବାଳକ ମୃତ୍ୟୁ – ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

 

୧୪-ଢେଙ୍କାନାଳ:ଟଏଲେଟ୍ ରୁ ବିଡ଼ା ବିଡା ନୋଟ୍, ରେଞ୍ଚର ବିଭୁନାନନ୍ଦ ମିଶ୍ରଙ୍କ ବାସଭବନରେ ଭିଜିଲାନ୍ସ ରେଡ୍।

 

୧୫-ଭୁବନେଶ୍ୱର:ଗଣତନ୍ତ୍ର ବଞ୍ଚାଅ, ସମ୍ବିଧାନ ବଞ୍ଚାଅ; ଇଡ଼ି ଅଫିସ ଆଗରେ କଂଗ୍ରେସର ଗର୍ଜନ।

 

୧୬-ଟିମ୍‌ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ, ଓଡ଼ିଶାର ସହଯୋଗ ଯୋଗୁଁ ଭାରତୀୟ ହକି ତାର ହୃତ ଗୌରବ ଫେରିପାଇଛି କହିଲେ ଖେଳାଳି।

 

୧୭-ଆଗାମୀ ଦୁଇ ବର୍ଷ ମଧ୍ୟରେ ବିଶ୍ବବିଦ୍ୟାଳୟକୁ ସ୍ବୟଂସମ୍ପୂର୍ଣ୍ଣ କରିବା ପାଇଁ ଯାହାସବୁ ଆବଶ୍ୟକତା ଅଛି, ତାହା ପୂରଣ କରାଯିବ-ମୁଖ୍ୟମନ୍ତ୍ରୀ

 

୧୮-କ୍ଷତିରେ ଚାଲୁଛି ଲକ୍ଷ୍ମୀ ବସ୍‌: ବ୍ୟୟ ପାଖାପାଖି ୪ ଶହ କୋଟି, ଆୟ ମାତ୍ର ୨୫ କୋଟି।

 

୧୯-ଝାରସୁଗୁଡା:୫୦ ହଜାର ଲାଞ୍ଚ ନେଉଥିଲେ କୃଷି ବିଭାଗ ଲାଵ ଆସିଷ୍ଟାଣ୍ଟ; ମାଡି ବସିଲା ଭିଜିଲାନ୍ସ।

 

୨୦-ନୂଆଦୀଲ୍ଲି:CBSE ଦଶମ ଓ ଦ୍ବାଦଶରେ ୬୫ଲକ୍ଷ ଛାତ୍ରଛାତ୍ରୀ ଅକୃତକାର୍ଯ୍ୟ।

 

୨୧-ସୁପ୍ରିମକୋର୍ଟଙ୍କ ଆଶ୍ୱସନା, ଡାକ୍ତରଙ୍କ ଧର୍ମଘଟ ପ୍ରତ୍ୟାହାର: ଗଣଦୁଷ୍କର୍ମ ହୋଇନଥିବା ରିପୋର୍ଟରୁ ପ୍ରକାଶ।

 

୨୨-ପଦକ ବିଜେତାଙ୍କ ଉପରେ ଧନ ବର୍ଷା: ୪୦୦% ବଢ଼ିଲା ମନୁ, ଭିନେଶଙ୍କ ବ୍ରାଣ୍ଡ ମୂଲ୍ୟ, ୩୩୦ କୋଟି ଛୁଇଁଲା ନୀରଜ ଚୋପ୍ରାଙ୍କ ପାଉଣା।

 

୨୩-ୟୁଟ୍ୟୁବରେ ରୋନାଲ୍ଡୋଙ୍କ ରେକର୍ଡ: ଆକାଉଣ୍ଟ ଖୋଲିବାର ୯୦ ମିନିଟରେ ୧ ମିଲିୟନ ସବସ୍କ୍ରାଇବର।

 

*🙏 ସୁପ୍ରଭାତ 🙏*