March 9, 2026

ପୂର୍ବତନ ବାଚସ୍ପତି ଗ୍ରାମ ତାଳବନ୍ଦ ଠାରେ ଔଷଧୀୟ ଚାରା ଲଗାଇଲେ

IMG-20250723-WA0045
Share

 

ଚିକିଟି ରୁ ଶୁଭଶ୍ରୀ ପ୍ରଧାନ

ପାତ୍ରପୁର ବ୍ଲକ ବମକେଇ ଗ୍ରାମ ତାଳବନ୍ଦ ଶ୍ମଶାନ ନିକଟରେ ଔଷଧୀୟ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପତ୍ନୀଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ଔଷଧୀୟ ଚାରା ରୋପଣ କରିବା ସହ ପୃଥିବୀରେ ଦେଖା ଦେଇ ଥିବା ବାୟୁମଣ୍ଡଳର ପରିବର୍ତ୍ତନ କୁ ଦେଖି ପ୍ରତ୍ୟେକ ବ୍ୟକ୍ତି ନିୟମିତ ଚାରା ରୋପଣ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ନିମ୍ବ,ବେଲ,ଉସ୍ତ, ଅଶୋକ, ଚନ୍ଦନ, ପିଆଶାଳ,କଦମ କିସମର ଔଷଧୀୟ ଚାରା ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ସାମନ୍ତୀଆପଲ୍ଲୀ ଫରେଷ୍ଟର ଅବିନାଶ ଚୈ।ଧୁରୀ , ରବିନ୍ଦ୍ରନାଥ ଦ୍ୟାନ ସାମନ୍ତରା, ପ୍ରସନ୍ନ କୁମାର ପ୍ରଧାନ, କିଶୋର ସାହୁ ଉପସ୍ଥିତ ଥିଲେ ।