ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ
======================= ତିର୍ତ୍ତୋଲ ::-ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ, ତେନ୍ତୁଳିପଦା ପଞ୍ଚାୟତ କୁଳୁସାହି ସ୍ଥିତ ପାରାଦୀପ ଫାର୍ମାସିଷ୍ଟ କଲେଜ ର ମୁଖ୍ୟପରିଚାଳକ ଅଶୋକ କୁମାର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଅଧ୍ୟକ୍ଷତାରେ ଏହି କଲେଜ ପରିସରରେ ରକ୍ତଦାନ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଗତ ବୁଧବାର ଦିନ ଅପରାହ୍ନରେ ଅନୁଷ୍ଠିତହୋଇଯାଇଛି। ପାରାଦୀପ ଫାର୍ମାସିଷ୍ଟ କଲେଜ ଓ ଆମ ଓଡ଼ିଶା ସମ୍ବାଦ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିର ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୧ ତାରିଖ ଶୁକ୍ରବାର ଦିନ ପୂର୍ବାହ୍ନ ୯ ଟା ରୁ ଆରମ୍ଭ ହୋଇ ଦିନ ଗୋଟାଏ ରେ ଶେଷ ହେବ ବୋଲି ଏହି ବୈଠକରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହିତ ହୋଇଥଲା। ତିର୍ତ୍ତୋଲ ଅଞ୍ଚଳର ସମସ୍ତ ଛାତ୍ର ଛାତ୍ରୀ ଓ ଯୁବକ ଯୁବତୀ ମାନେ ଏହି ଶିବିରରେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗଦେବା ନିମନ୍ତେ ଏହି ବୈଠକରେ ଆହ୍ଵାନ ଦିଆଯାଇଥିଲା । ଏହି ଆଲୋଚନାରେ ପ୍ରଧ୍ୟାପକ ଶୁଭ୍ରାଂଶୁ କାନୁନଗୋ, ଅଧ୍ୟାପକ ସନ୍ତୋଷ କାନୁନଗୋ, ନିଶିକାନ୍ତ ମିଶ୍ର, ଦୀପକ ସାହୁ , ବିନାୟକ ଦାସ, ମମତା ବେହେରା, ନିରୁପମା ସିଂହ, ସୌମ୍ୟ ପ୍ରକାଶ ପଟ୍ଟନାୟକ ଙ୍କ ସମେତ ଶିକ୍ଷାକର୍ମୀ ପ୍ରଭୁଦତ୍ତ ତ୍ରିପାଠୀ, ଯଶୋବନ୍ତ ବାରିକ, ଜ୍ୟୋତ୍ସ୍ନାରାଣୀ ମଲ୍ଲିକ, ଓ ଅରବିନ୍ଦ ଦାସ, ଏମ୍ ଡି ଜାହିର ଉଦ୍ଦିନ , ଚିନ୍ମୟୀ ଜେନା, ଜସ୍ମିନ ଯାହାଁ, ସୁମନ ମହାନ୍ତି ଓ ଇଦ୍ରିସ ଅଲ୍ଲୀ ପ୍ରମୁଖ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ରାହାମାର ସମ୍ବାଦ ପ୍ରତିନିଧି ଦେବାଶିଷ ଅକ୍ଷୟ କୁମାର ମହାନ୍ତି ଯୋଗଦେଇ ରକ୍ତଦାନ ଓ ବ୍ରୁକ୍ଷରୋପଣ ର ମହତ୍ତ୍ଵ ଓ ବିଶେଷତ୍ଵ ବିଷୟରେ ସୂଚନା ପ୍ରଦାନ କରିଥିଲେ। ପରିଶେଷରେ ସଂଯୋଜକ ତଥା ଝଙ୍କଡ଼ ପ୍ରତିନିଧି ରମାକାନ୍ତ ରାଉଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର l
