ସକାଳର ଖବର
*╭───────────────────╮*
*🌄ସକାଳର ଖବର, ୨୩-ଜୁଲାଇ-୨୦୨୩, ରବିବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଏଣିକି ଗ୍ରାମାଞ୍ଚଳ ପରି ସହରାଞ୍ଚଳର ବାସହୀନଙ୍କ ପାଇଁ ଆରମ୍ଭ ହେବ ‘ମୋ ଘର ଅର୍ବାନ୍’, ମିଳିବ ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ଋଣ l ଏ ନେଇ ଓୟୁଏଚ୍ଏମ୍ ପକ୍ଷରୁ ଚିଠା ମାର୍ଗଦର୍ଶିକା ହେଲା ପ୍ରସ୍ତୁତ l
➡️୨-ଏଣିକି ସିବିଏସଇ ସ୍କୁଲରେ ଓଡିଆରେ ପଢ଼ାଯିବ ପାଠ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ସିବିଏସଇ ଅନୁବନ୍ଧିତ ସ୍କୁଲରେ ଆଞ୍ଚଳିକ ଭାଷାରେ ପଢ଼ାଇବା ଲାଗି ଜାରି ହେଲା ସର୍କ୍ୟୁଲାର ।
➡️୩-ଏଣିକି କଟକର SCBରେ ଆରମ୍ଭ ହେବ କାଡାଭରିକ ପାଠ୍ୟକ୍ରମ: ଡାକ୍ତରୀ ଛାତ୍ରଛାତ୍ରୀ ଶିଖିବେ ଅନେକ ଜଟିଳ ସର୍ଜରୀ l
➡️୪-ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ଆଉ ଏକ ରେକର୍ଡ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କୁ ପଛରେ ପକାଇ ପାଲଟିଲେ ଦେଶର ଦ୍ବିତୀୟ ସର୍ବାଧିକ ଅବଧିର ମୁଖ୍ୟମନ୍ତ୍ରୀ।
➡️୫-ଜୁଲାଇ ୨୦୨୩ ହେଲା ଇତିହାସର ସବୁଠାରୁ ଉତପ୍ତ ମାସ । ଚିନ୍ତା ବଢ଼ାଇଲା ନାସା ଜଳବାୟୁ ବୈଜ୍ଞାନିକଙ୍କ ରିପୋର୍ଟ l
➡️୬-ଜମ୍ମୁ-କାଶ୍ମୀର: ଅମରନାଥ ଯାତ୍ରା କାଳରେ ଆଉ ୨ଜଣ ଶ୍ରଦ୍ଧାଳୁଙ୍କ ହେଲା ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ହେଲା ୩୬ l
➡️୭-ରାଜ୍ୟର ୫ ଜଣ ସାମ୍ବାଦିକଙ୍କୁ ମିଳିଲା ‘ଓଡ଼ିଶା ଜର୍ଣ୍ଣାଲିଜମ୍ ଆୱାର୍ଡ: ବିଜେତାଙ୍କୁ ସମ୍ମାନିତ କଲେ ଧର୍ମେନ୍ଦ୍ର ପ୍ରଧାନ l
➡️୮-ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା l ଏ ନେଇ ସୂଚନା ଦେଲେ ଓଡ଼ିଶା ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର l
➡️୯-ମଣିପୁର ଭାଇରାଲ୍ ଭିଡିଓ ଘଟଣାରେ କ୍ରୋଧ ପ୍ରକାଶ କଲେ ଆନ୍ନା ହଜାରେ; କହିଲେ, ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଉ l
➡️୧୦-ଠକେଇର ଶିକାର ହେଲେ ବଲିଉଡ ଅଭିନେତା ବିବେକ ଓବରୟ । ଦେଢ଼ କୋଟିରୁ ଅଧିକ ଟଙ୍କା ଠକେଇର ଶିକାର ହୋଇଥିବା ସୂଚନା l ତାଙ୍କ ବିଜନେସ ପାର୍ଟନର ହିଁ ତାଙ୍କୁ ଠକିଥିବା ସୂଚନା ମିଳିଛି ।
➡️୧୧-ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ଗୁଜରାଟ-ମହାରାଷ୍ଟ୍ର l ଭାସିଲା ଗାଡ଼ି, ଭାସିଗଲେ ମଇଁଷି l ସହର ମଝିରେ ନଦୀ ଭଳି ପ୍ରବାହିତ ହେଉଛି ବନ୍ୟା ଜଳ। ନବସାରୀରେ ଜିଲ୍ଲାରେ ଚାରି ଘଣ୍ଟାରେ ୧୩ ଇଞ୍ଚ ବର୍ଷା ଫଳରେ ହେଲା ବନ୍ୟା ପରିସ୍ଥିତି ସୃଷ୍ଟି ।
➡️୧୨-ଥମୁନି ମଣିପୁର ହିଂସା । ଭାଇରାଲ ଭିଡିଓ ଘଟଣାରେ ସାରା ଦେଶରେ ପ୍ରତିବାଦ ଜାରି । ୩ ମାସ ଧରି ମଣିପୁରରେ ଚାଲିଛି ହିଂସା, ହତ୍ୟା ଓ ପୋଡ଼ାଜଳା l ସେପଟେ ପଞ୍ଚମ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ l
➡️୧୩-ପୁଣି ଲଜ୍ଜା ଓ ଅମାନବୀୟ ଘଟଣା, ମଣିପୁର ପରେ ପଶ୍ଚିମବଙ୍ଗର ମାଲ୍ଦା ଜିଲ୍ଲାରେ ଚୋରି ଅଭିଯୋଗରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବାର ଭିଡିଓ ହେଲା ଭାଇରାଲ l
➡️୧୪-ହିମାଚଳ ବୁଲି ଆସୁଥିବା ଲୋକଙ୍କ ଲାଗି ଖୁସି ଖବର, ଏଣିକି ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ହୋଟେଲରେ ରହିଲେ ମିଳିବ ୫୦% ରିହାତି l
➡️୧୫-ରିଲାଏନ୍ସ ରିଟେଲ୍ର ପ୍ରଥମ ତ୍ରୈମାସିକ ନେଟ୍ ଲାଭ ୧୯ ପ୍ରତିଶତ ବୃଦ୍ଧି ପାଇ ହେଲା ୨,୪୪୮ କୋଟି ଟଙ୍କା ଲ
➡️୧୬-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଓ ତାଙ୍କ ପରିବାରର ସଦସ୍ୟ। ମହାରାଷ୍ଟ୍ର ଭୂସ୍ଖଳନ ଟ୍ରାଜେଡିକୁ ନେଇ କଲେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଲ
➡️୧୭-ସ୍ଵିଡେନରେ କୋରାନ୍ ପୋଡ଼ିକୁ ନେଇ ତେଜୁଛି ଅସନ୍ତୋଷ, ବିରୋଧରେ ବାଗଦାଦ୍ର ଗ୍ରୀନ ଜୋନ୍କୁ ଧସେଇ ପଶିବାକୁ ବିକ୍ଷୋଭକାରୀ କଲେ ଉଦ୍ୟମ ଲ
➡️୧୮-କ୍ରିକେଟ୍ରୁ ଅଚାନକ ସନ୍ନ୍ୟାସ ଘୋଷଣା କଲେ ଶ୍ରୀଲଙ୍କାର ଓ୍ଵାର୍ଲ୍ଡ ଚାମ୍ପିଅନ ଖେଳାଳି ଲାହିରୁ ଥିରିମାନେ ଲ
➡️୧୯-ଢାକାର ସେର୍-ଇ-ବାଂଲା ଷ୍ଟାଡିୟମରେ ଗତକାଲି ଖେଳାଯାଇଥିବା ଭାରତ-ବାଂଲାଦେଶ ମଧ୍ୟରେ ମହିଳା ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍ ଟାଇରେ ହେଲା ଶେଷ ଲ
➡️୨୦-ବିରାଟଙ୍କୁ ଦେଖି ଖୁସିରେ ଆଲିଙ୍ଗନ କଲେ ୱେଷ୍ଟଇଣ୍ଡିଜ୍ ଖେଳାଳିଙ୍କ ମା’, ଭାଇରାଲ ହେଲା ଭିଡିଓ ଲ
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ବାଲ ଗଙ୍ଗାଧର ତିଲକ ଜୟନ୍ତୀ ll*
*🔅ଆଜି ପିତାମାତା ଦିବସ ll*
*🔅ଆଜି ଜାତୀୟ ଭାନିଲା ଆଇସ୍କ୍ରିମ୍ ଦିବସ ll*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*