November 24, 2024

ସ୍ବେଛାସେବୀ ସଂସ୍ଥା “ହେଲ୍ପ ଲାଇନ” ପକ୍ଷରୁ ୫ ଶହରୁ ଉର୍ଦ୍ଧ ବୃକ୍ଷ ରୋପଣ

Share

ସ୍ବେଛାସେବୀ ସଂସ୍ଥା “ହେଲ୍ପ ଲାଇନ” ପକ୍ଷରୁ ୫ ଶହରୁ ଉର୍ଦ୍ଧ ବୃକ୍ଷ ରୋପଣ

(ଉମରକୋଟ ରୁ ଏମ୍. ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

*ପରିବେଶ ସୁରକ୍ଷା ନେଇ ବକ୍ତୃତା ପ୍ରତିଯୋଗିତା l
* କାର୍ଯ୍ୟକ୍ରମ ରେ ସହଯୋଗ ପାଇଁ ବନ ବିଭାଗ ଓ ଗୁରୁକୃପା ଶିକ୍ଷା ଅନୁଷ୍ଠାନ ପୁରସ୍କୃତ l*

ଉମରକୋଟ ୨୩/୭ (ନିପ୍ର)ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ଠାରେ କାର୍ଯ୍ୟରତ ସ୍ବେଛାସେବୀ ଅନୁଷ୍ଠାନ “ହେଲ୍ପ ଲାଇନ” ପକ୍ଷରୁ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା,ବୃକ୍ଷ ରୋପଣ, ଆଦି କାର୍ଯ୍ୟକ୍ରମ ମାନ ଦୀର୍ଘ ୩୨ ବର୍ଷ ହେବ ଜାରି ରହିଛି l ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ବନ ମହୋତ୍ସବ ପାଳନ ଅବସରରେ ବିଭିନ୍ନ ସ୍ଥାନ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥାଏ । ଏହି ଅବସରରେ ଆଜି ଉମରକୋଟ ର ନବ ନିର୍ମିତ ୨ ଅନ୍ୱେଷା ହଷ୍ଟେଲ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଝରୀଗାଁ ରୋଡ଼ ସ୍ଥିତ ଅନ୍ଵେଷା ଛାତ୍ର ଛାତ୍ରୀ ହଷ୍ଟେଲ ସମେତ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ସମ୍ମାନିତ ଅତିଥି ଭାବେ ଓଡିଶା ଉଠା ଜଳ ସେଚନ ଉପଦେଷ୍ଟା ତଥା ସ୍ବେଛାସେବୀ ସଂସ୍ଥାହେଲ୍ପ ଲାଇନ ର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ, ପୌର ପରିଷଦ ଅଧ୍ୟକ୍ଷା ରାଧାଭତ୍ରା,ପୌର ପରିଷଦ ଉପାଧ୍ୟକ୍ଷ ସୁଧାଂଶୁ ଦାସ,ରେଞ୍ଜର ଅନୁପ ସିଂ ପୂଜାରୀ,ଡେପୁଟି ରେଞ୍ଜର ପୂର୍ଣ୍ଣଚନ୍ଦ୍ର ନନ୍ଦ, ଫରେଷ୍ଟର ସ୍ଥିତିପ୍ରଜ୍ଞା ତ୍ରିପାଠୀ, ଏବଂ ହରେଲାଲ ନିଆଲ ଯୋଗ ଦେଇଥିଲେ । ଚଳିତ ବର୍ଷ ବିଭିନ୍ନ ବିଦ୍ୟାଳୟ, ଡାକ୍ତରଖାନା ଏବଂ ଖାଲି ସ୍ଥାନ ମାନଙ୍କରେ ବିଭିନ୍ନ ପ୍ରକାର ଫଳ ଏବଂ ଔଷଧୀୟ ବୃକ୍ଷ ରୋପଣ କରାଯାଇଛି ଗୁରୁକୃପା ପବ୍ଳିକ ସ୍କୁଲ ର ଛାତ୍ରଛାତ୍ରୀ ମାନେ ବିଶାଳ ଶୋଭାଯାତ୍ରା ବାହାରି ହାତରେ ସଚେତନତା ପାଇଁ ଫ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ସହ ଅନ୍ୱେଷା ହଷ୍ଟେଲ ପର୍ଯ୍ୟନ୍ତ ଆସିଥିଲେ l ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସଚେତନତା ପାଇଁ ବକ୍ତୃତା ଓ ପରିବେଶ ସୁରକ୍ଷା ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା l ପ୍ରତିଯୋଗିତା ରେ କୃତିତ୍ବ ହାସଲ କରିଥିବା ଜୁନିଅର ବିଭାଗ ରେ ସାଇକୃତି ପଣ୍ଡା ପ୍ରଥମ ,କ୍ରିଷ୍ନେନ୍ଦୁ ବୈଦ୍ୟ ଦ୍ୱିତୀୟ ଏବଂ ଆସ୍ତା ଆଦ୍ୟାଶା ତୃତୀୟ ସେହିଭଳି ସିନିଅର ବିଭାଗ ରେ ୟାସିବି ପଣ୍ଡା ପ୍ରଥମ ଦିଲ୍ଲୀସା ଲାଠିଆ ଦ୍ୱିତୀୟଏବଂ ପଲକ ଅଗ୍ରୱାଲ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ l ଏହି ଛାତ୍ରଛାତ୍ରୀ ମାନଙ୍କୁ ସଂସ୍ଥା ପକ୍ଷରୁ ପ୍ରମାଣ ପତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା ଆଜିର ଏହି କାର୍ଯ୍ୟକ୍ରମ ରେ ହେଲ୍ପ ଲାଇନ ସଂସ୍ଥା ର ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ମଲ୍ଲିକ, ସଭାପତି କୃଷ୍ଣ ପ୍ରସାଦ ପଟ୍ଟନାୟକ, ଉପସଭାପତି ଇଂ ଚନ୍ଦନା ମଲ୍ଲିକ,କ୍ରୀଡା ସଂଯୋଜକ ସଲିମ ରାଠୋର
ଗୁରୁକୃପା ମହାବିଦ୍ୟାଳୟ ର ଅଧ୍ୟକ୍ଷା ଜୟା ତ୍ରିପାଠୀ,ଗୁରୁକୃପା ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ସ୍ୱପ୍ନା ପାଣିଗ୍ରାହୀ,ପ୍ରାକ୍ତନ ପ୍ରାଧ୍ୟପକ ଡ଼କ୍ଟର ପଙ୍କଜ ଲୋଚନ ମିଶ୍ର,ପ୍ରମୁଖ ଉପସ୍ଥିତ ଥିବା ବେଳେ, ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଗୁରୁକୃପା ପବ୍ଳିକ ସ୍କୁଲ ର ଛାତ୍ରଛାତ୍ରୀ ଓ ସମସ୍ତ ବନ କର୍ମଚାରୀ ପ୍ରମୁଖ ସମ୍ପୂର୍ଣ ସହଯୋଗ କରିଥିଲେ । ଏହିଭଳି କାର୍ଯ୍ୟକ୍ରମ ପାଇଁ ହେଲ୍ପ ଲାଇନ ସଂସ୍ଥା ର ପ୍ରଶଂସା ମୁଖ୍ୟ ଅତିଥି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ସମ୍ମାନିତ ଅତିଥି ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଏବଂ ଉପସ୍ଥିତ ସମସ୍ତ ଅତିଥି ମାନେ କରିଥିଲେ l