March 12, 2026

ଆଣ୍ଠେଇଛି ମେଗା ଜଳ ଯୋଗାଣ ପ୍ରକଳ୍ପ.. (ଭରସା ସାଜିଛି ପୋଖରୀ ଗାଡ଼ିଆ ଗୋଳିଆ ପାଣି)

IMG-20250623-WA0066
Share

 

 

ମୋହନା (ଗଣେଶ ଚନ୍ଦ୍ର ବିଷୋୟୀ)ଅବଧି ସରିଲାଣି ହେଲେ ସରୁନାହିଁ ପ୍ରକଳ୍ପ,ମେଣ୍ଟୁନାହିଁ ଶୋଷ। କେଉଁଠି ଲୋକେ ଗୋଳି ପାଣି ବ୍ୟବହାର କରୁଛନ୍ତି ତ ଆଉ କେଉଁଠି କୂଅ ଖୋଳି ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।

ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗଇବା ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କରାଯାଉଛି।ସବୁ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ । ଫଳରେ ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ଗଜପତି ଜିଲ୍ଲାର ୮୨ ଟି ପଞ୍ଚାୟତକୁ ପିଇବା ପାଣି ଯୋଗାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ମେଗା ଜଳ ଯୋଗାଣ ପ୍ରକଳ୍ପ । ପ୍ରକଳ୍ପ କାମ ସଂପୂର୍ଣ୍ଣ ହେଲେ ମୋହନା ର ୩୯ ଟି, ଆର୍.ଉଦୟଗିରିର ୧୭ ଟି, ନୂଆଗଡ଼ ର ୧୯ ଟି ଓ ଗୁମ୍ମା ବ୍ଲକର ୫ ଟି ପଞ୍ଚାୟତ ସହ କନ୍ଧମାଳ ଦାରିଙ୍ଗିବାଡ଼ି ବ୍ଲକର ୨ ଟି ପଞ୍ଚାୟତର ଲୋକଙ୍କ ତୃଷ୍ଣା ମେଣ୍ଟିବ।ଅବଧି ସରିଲାଣି ହେଲେ ସରୁନାହିଁ ପ୍ରକଳ୍ପ,ମେଣ୍ଟୁନାହିଁ ଶୋଷ। କେଉଁଠି ଲୋକେ ଗୋଳି ପାଣି ବ୍ୟବହାର କରୁଛନ୍ତି ତ ଆଉ କେଉଁଠି କୂଅ ଖୋଳି ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଅଞ୍ଚଳବାସୀ।

ପୂର୍ବ ସରକାର ଅମଳରୁ ଆରମ୍ଭ ହୋଇଥିବା ମେଗା ଜଳ ପ୍ରକଳ୍ପର ଦାୟିତ୍ବ ନେଇଥିଲେ ଜେଏମ୍‌ସି ଓ ଏସ୍‌ପିଏମ୍ଏଲ୍‌ କମ୍ପାନି । ୬୦୨ କୋଟି ୯୬ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ୫ ବର୍ଷ ରକ୍ଷଣାବେକ୍ଷଣ ପାଇଁ ୮୦ କୋଟି ୫୪ ଲକ୍ଷ ବ୍ୟୟବରାଦ ରହିଛି। ଅଡ଼ବା ଠାରେ ଥିବା ହରଭଙ୍ଗି ଜଳ ଭଣ୍ଡାରରୁ ଜଳ ଯୋଗାଇବା ଲକ୍ଷ୍ୟରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ହେଲେ ଏବେ ଜଳଭଣ୍ଡାରରୁ ଜଳ ଉଭାନ ହୋଇ ଯାଇଛି।ଫଳରେ ପ୍ରକଳ୍ପ ଦ୍ବାରା କିପରି ଜଳ ଯୋଗାଯିବ ତାହା ଆଉ ଏକ ପ୍ରଶ୍ନ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଛି।