March 12, 2026

କାମରେ ଆସୁନାହିଁ ଡମ୍ପିକ ଗୃହ। 

IMG-20250623-WA0040
Share

 

ବୋଲଗଡ଼,୨୩/୦୬(ଉପାନ୍ତ ଖବର): ପ୍ରତେକ ଗ୍ରାମରୁ ପ୍ରଦୂଷଣ ରୋକିବା ସହିତ ସ୍ୱଚ୍ଛ ଓ ପରିଷ୍କାର ରଖିବାପାଇଁ, ସରକାରଙ୍କ ତରଫରୁ ଜୈବ ବିଘଟନ ଗୃହ ନିର୍ମାଣ କରାଯାଇଛି କିନ୍ତୁ ଏହି ଗୃହରେ ଆଜିକା ଦିନରେ ନିଶାଖୋର ଅସାମାଜିକ ଲୋକଙ୍କ ଆଡା ଜମୁଛି। ସରକାରଙ୍କ ଦ୍ୱାରା ନିର୍ମିତ ଏହି ଡମ୍ପିଙ୍ଗ ଗୃହଟି କିଛିଦିନପରେ ମାଟିରେ ମିଶିଯାଇଥିବ ଏବଂ ସରକାରଙ୍କ ସମସ୍ତ ଅର୍ଥ ଧୂଳିସାତ ହୋଇଯିବ ଏହା ହେଉଛି ଖୋର୍ଦ୍ଧା ଜିଲ୍ଲା, ବୋଲଗଡ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତ ତାଳତୁମ୍ବ ଛକଠାରୁ ସିମାପଲ୍ଲୀ ଯାଇଥିବା ରାସ୍ତାର ବାମ ପାର୍ଶ୍ବରେ ଥିବା ବଥୁଆ ମୁଣ୍ଡିଆ ତଳେ ହୋଇଥିବା ଜୈବ ବିଘଟନ କେନ୍ଦ୍ର ଯାହାକି ୨୦୨୧-୨୨ ଆର୍ଥିକ ବର୍ଷରେ କାର୍ଯ୍ୟ ନିର୍ବାହ ସଂସ୍ଥା ବିଭାଗୀୟ ପକ୍ଷରୁ ଚାରିଲକ୍ଷ ଅଟକଳ ରାଶିରେ ନିର୍ମାଣ ହୋଇଥିଲେ ହେଁ ତାହା କାମରେ ଆସୁନାହିଁ। ସେହି ଗୃହଟି ନିମ୍ନମାନର ହୋଇଥିବାରୁ କାନ୍ଥ ଫାଟିବା ସହ ଗେଟ୍ ରେ ଲାଗିଥିବା ଗ୍ରୀଲ୍ ହୁଗୁଳି ପଡ଼ିଲାଣି। ପ୍ରସାଶନ ଲୋକଙ୍କ ପାଇଁ ମହତ୍ତ ଉଦେଶ୍ୟ ରଖି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଯାହାକି ବର୍ତ୍ତମାନ ସୁଦ୍ଧା ତାହା ବ୍ୟବହାର ଯୋଗ୍ୟ ହୋଇ ପାରୁ ନାହିଁ। ଯାହା ଦ୍ଵାରା ସେହି ଆବର୍ଜନା ଗୃହରେ କୌଣସି ଏକ ଝୁଡିଟେ ବି ଆବର୍ଜନା ନ ପଡିଥିବା ସ୍ଥଳେ ଏବେ ସେହି ସ୍ଥାନଟି ଅସାମାଜିକ ମଦ୍ୟପଙ୍କର ଆଡ୍ଡାସ୍ଥଳୀ ପାଲଟିଛି। ତେବେ ପ୍ରକଳ୍ପ ଟି ବ୍ୟବହାର ହେଉ ନଥିବାର କାରଣ କଣ ତଦନ୍ତ ହେବାସହ କିପରି ଯଥା ବିଧି କାର୍ଯ୍ୟରେ ଲାଗିବ ଓ ଅସାମାଜିକ ବ୍ୟକ୍ତିଙ୍କର ଆଡ୍ଡାସ୍ଥଳୀ ମୁକ୍ତ ପାଇଁ ସରକାର ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।