ଶନିବାର ସମୟ ୬ଘଣ୍ଟ ୩୦ ମିନଟ ସମୟରେ ଗାଙ୍ଗପୁର ନିକଟସ୍ଥ ପଳାସ ପଲ୍ଲୀ ଗ୍ରାମ ରେ ଥିବା କେଶବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳ
ତା230,6,,2025,ଶନିବାର ସମୟ ୬ଘଣ୍ଟ ୩୦ ମିନଟ ସମୟରେ ଗାଙ୍ଗପୁର ନିକଟସ୍ଥ ପଳାସ ପଲ୍ଲୀ ଗ୍ରାମ ରେ ଥିବା କେଶବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସହ ବୃକ୍ଷରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଜାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରଞ୍ଜିତ କୁମାର ପାତ୍ର ଙ୍କ ନେତୃତ୍ଵ ରେ ସକାଳ ୬ଘ୩୦ମି ସମୟରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ l ତତ୍ ପରେ ସକାଳ ୭ଘ୪୫ମି ସମୟରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ ସୁଦାମ ଚରଣ ଗୌଡ଼ ଙ୍କ ସଭାପତିତ୍ୱ ରେ “ସ୍ୱାସ୍ଥ୍ୟ ପାଇଁ ଯୋଗ” ସଂପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା l ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଂଜିତ କୁମାର ପାତ୍ର, ସହକାରୀ ଶିକ୍ଷକ ଅଶୋକ କୁମାର ଗୌଡ଼ ଓ ଶିକ୍ଷକ ପ୍ରଦୀପ କୁମାର ରାଉତ ଅଂଶ ଗ୍ରହଣ କରି ଯୋଗ ଓ ପ୍ରାଣାୟମ ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ସେ ସଂପର୍କ ରେ ବିଦ୍ୟାର୍ଥୀ ଙ୍କୁ ବୁଝାଇବା ସହ ତାକୁ ଦୈନଦିନ ଜୀବନ ରେ ବ୍ୟବହାର ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ବିଦ୍ୟାଳୟ ର ସଂପାଦକ ଶ୍ରୀ ଅଶୋକ କୁମାର ସ୍ୱାଇଁ ଙ୍କ ନେତୃତ୍ଵରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାତ୍ରା/ଛାତ୍ରୀ, ଶିକ୍ଷକ ବୃନ୍ଦ ଓ ପରିଚାଳାନା କମିଟିର ମିଳିତ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ର ଅନ୍ତିମ ପର୍ଯ୍ୟାୟ ରେ ବିଦ୍ୟାଳୟର ସଂପାଦକ ଶ୍ରୀ ଅଶୋକ ସ୍ୱାଇଁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

