ଗୁମୁଡା ଗ୍ରାମ ପଞ୍ଚାୟତ ଠାରେ ଜନ ଶୁଣାଣି ଶିବିର ଅଙ୍ଗନୱାଡି କେନ୍ଦ୍ର ରେ ବିଦ୍ୟୁତ ସଂଯୋଗ କୁ ନେଇ ଅସନ୍ତୋଷ.
କୋରାପୁଟ ଜ଼ିଲ୍ଲା କୋଟପାଡ଼ ପଞ୍ଚାୟତ ସମିତି ଅଧିନସ୍ତ ଗୁମୁଡା ଗ୍ରାମ ପଞ୍ଚାୟତ କାର୍ଯାଳୟ ପରିସର ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି. ଉପାନ୍ତ ଖବର ଲେଖିବା ପରେ ଏହି ଶିବିର ରେ ଯନ୍ତ୍ରୀ ମାନଙ୍କ ଉପସ୍ଥିତି ଦେଖା ଦେଇ ଥିବା ଜଣାଯାଇଛି. ରାସ୍ତା ଘାଟର ଉନ୍ନତି. ଡ୍ରେନ ଗୁଡିକ ର ସଫେଇ. ଅଙ୍ଗନୱାଡି କେନ୍ଦ୍ର ରେ ବିଦ୍ୟୁତ ସଂଯୋଗ. ପାନୀୟ ଜଳ ଯୋଗାଣ. ସୁରୁଗୁଡା ହରିଜନ ସାହି ରେ ଫେବର ବ୍ଲକ ରାସ୍ତା. ସ୍ମସାନ ଗୃହ ନିର୍ମାଣ.ପଞ୍ଚାୟତ କାର୍ଯା ଳୟ ର ପଟା ପ୍ରଦାନ କରିବା ପାଇଁ ସମିତି ସଭ୍ୟ ପ୍ରତାପ ସାହୁ ଲିଖିତ ଦେଇ ଦେଇଥିଲେ. କୁସୁମୀ ଗାଁ ଘଣ୍ଟ ଯାତ୍ରା ପାଇଁ ପୂଜା ପଣ୍ଡପ. ବାସୁଳି ଗ୍ରାମ ରେ ଷ୍ଟ୍ରିଟ ଲାଇଟ ଯୋଗାଇବା ଇତ୍ୟାଦି ବ୍ୟକ୍ତି ଗତ ଗୋଟିଏ ଏବଂ ଗୋଷ୍ଠୀଗତ ବାର ଗୋଟି ଅଭିଯୋଗ ର ଶୁଣାଣି ହୋଇଥିବାର ଜଣାଯାଇଛି. ଏହି ଶିବିର ରେ ତହସିଲଦାର ଟ୍ୱିଙ୍କିଲ ସେଠି. ବିଡ଼ିଓ ସନ୍ଧ୍ୟା ସମରଥ. ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ କେଦାର ନାଥ ଅଟକା. ସରପଞ୍ଚ କୋମଳା ଭତରା. ଟଙ୍କ ସାହୁ. ଉତ୍ତର କୁମାର ଭୁକ୍ତା. କନିଷ୍ଠ ଯନ୍ତ୍ରୀ ରାଜେଶ ଧୀର. ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଜୋର୍ଜ ଲାକ୍ରା. ଜିଆରଏସ ନିର୍ମଳା ସିରା. କନିଷ୍ଟ ସହାୟକ ମମତା ଭତରା. ପିଇଓ ଅଜିତ ନାୟକ. ପ୍ରମୁଖ ଉପସ୍ଥିତ ଥିବା ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
