September 18, 2026

ବିଜେପି ପକ୍ଷରୁ ଶ୍ୟାମା ମୁଖାର୍ଜୀଙ୍କ ବଳିଦାନ ଦିବସ ଓ ବୃକ୍ଷରୋପଣ …

IMG-20240623-WA0078
Share

ରାମନାଗୁଡା( ସଞ୍ଜୀବ କୁମାର ଦାଶ)ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ବିଜେପି ପକ୍ଷରୁ ଭାରତୀୟ ଜନସଂଘର ସଂସ୍ଥାପକ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୭୨ତମ ବଳିଦାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକ ସଭାପତି ଚିନ୍ତା କଣ୍ଡାଗରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତିଚାରଣ କରିବା ସଙ୍ଗେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଏହି ଅବସରରେ ବିଜେପି ବିଚାରାଧାରା ଏବଂ ରାଜନୈତିକ ଆନ୍ଦୋଳନର ପ୍ରଣେତା ହେଉଛନ୍ତି ଡଃ.ଶ୍ୟାମାପ୍ରସାଦ ମୁଖାର୍ଜୀ । ୧୯୫୧ ମସିହାରେ ମୁଖାର୍ଜୀଙ୍କ ନେତୃତ୍ୱରେ ପ୍ରତିଷ୍ଠିତ ‘ଭାରତୀୟ ଜନସଂଘ’, ପରବର୍ତ୍ତୀ ସମୟରେ ‘ଭାରତୀୟ ଜନତା ପାର୍ଟି’ ଭଳି ବଟ ବୃକ୍ଷର ରୂପ ନେବା ସହିତ ଆଜି ସମଗ୍ର ବିଶ୍ୱରେ ସର୍ବବୃହତ ରାଜନୈତିକ ଦଳ ଭାବେ ପରିଚୟ ସୃଷ୍ଟି କରିଛି । ସ୍ବର୍ଗତ ମୁଖାର୍ଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେହି ସଂକଳ୍ପରେ କାର୍ଯ୍ୟ କରିବାକୁ କହିଛନ୍ତି ବିଜେପି ବ୍ଲକ ସଭାପତି ଚିନ୍ତା କଣ୍ଡାଗରୀ।ଏହି ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନମାଳୀ ଗମାଙ୍ଗ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଶ୍ରୀନିବାସ ପଣ୍ଡା, ଗୋବିନ୍ଦ ସେନାପତି,ଭାରତୀୟ ଜନତା ପାର୍ଟି ର ଯୁବ ମୋର୍ଚ୍ଚା କର୍ମୀ ଅମିତ କୁମାର ସାହୁ, ଆଶିଷ କୁମାର ବେହେରା, ସଞ୍ଜୀବ କୁମାର ଦାଶ, କିଶୋର ବେହେରା, ଭି.କୁମାର ସ୍ବାମୀ,ପ୍ରତାପ ହୁଇକା,ଧନୁ ବେହେରା,ଦୁଶାସନ ମାଣ୍ଡାଙ୍ଗି,ତୁମ୍ବେସୁ ମାଣ୍ଡାଙ୍ଗି, ବସନ୍ତ କଲକାଙ୍କ ସମେତ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।

You may have missed