July 1, 2024

ପଞ୍ଚାୟତ ସମିତିର ସାଧାରଣ ବୈଠକ

Share


ବୁଗୁଡା : ତା ୨୩/୦୬/୨୪ : ସ୍ଥାନୀୟ ପଞ୍ଚାୟତ ସମିତିର ଏକ ସାଧାରଣ ବୈଠକ ବ୍ଲକ କାର୍ଯ୍ଯାଳୟ ପରିସରସ୍ଥ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ , ବିଡିଓ ସନ୍ତୋଷ କୁମାର ଜେନା , ତହସିଲଦାର ତାପସ ରାଉତ , ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ସସ୍ମିତା କର , ଜିପିଓ ମନୋଜ କୁମାର ସାହୁ , ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା , ସଦସ୍ୟା ଚାନ୍ଦିନୀ ନାୟକ ଓ ସମିତା ସ୍ବାଇଁ ପ୍ରମୁଖ ମଞ୍ଚସୀନ ରହିଥିଲେ । ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀଗଣ ଓ ଅତିଥିଗଣ ସ୍ବ ସ୍ବ ପରିଚୟ ପ୍ରଦାନ କରିଥିଲା ବେଳେ ମନ୍ତ୍ରୀ ଗୋକୁଳାନନ୍ଦଙ୍କୁ ମଧ୍ୟ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏ ଅବସରରେ ମନ୍ତ୍ରୀ ଗୋକୁଳାନନ୍ଦ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଶହେ ଦିନର କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ସହ ଅଞ୍ଚଳବାସୀଙ୍କ ନିକଟତର ହୋଇ ସେବା ଯୋଗାଇବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସମେତ ଜନପ୍ରତିନିଧିମାନେ ଅଂଶ ଗ୍ରହଣ କରିଥିଲା ବେଳେ ବ୍ଲକ କର୍ମଚାରୀମାନେ ବୈଠକ ପରିଚାଳନାରେ ସହଯୋଗ କରିଥିଲେ ।

You may have missed